୫୪୦ ଲିଟର ଦେଶୀ ମଦ ଜବତ: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଟନୁ ସିଂହ ଫେରାର

Advertisment

ରାଉରକେଲାରେ କାର୍‌ରୁ ୫୪୦ ଲିଟର ଦେଶୀ ମଦ ଜବତ ହୋଇଛି। ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର।

ରାଉରକେଲାରେ କାର୍‌ରୁ ୫୪୦ ଲିଟର ଦେଶୀ ମଦ ଜବତ ହୋଇଛି। ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର।

rkl90
ରାଉରକେଲା: ଇସ୍ପାତ ସହର ଭିତରକୁ କାର୍‌, ଅଟୋ, ମୋଟର ସାଇକଲ୍‌ ଆଦିରେ ଦେଶୀ ଓ ନକଲି ବିଦେଶୀ ଚୋରାଚାଲାଣ ନିତିଦିନିଆ ହେଲାଣି। ପ୍ରାୟ ପ୍ରତ୍ୟେକ ଦିନ ଝିରପାଣି ବ୍ରିଜ, ବେଦବ୍ୟାସ, ବନ୍ଧମୁଣ୍ଡା ଦେଇ ସହରକୁ ମଦଚାଲାଣ ହେଉଛି। ପୂର୍ବାପେକ୍ଷା ଏବେ ଏଥିରେ ଆଶାତୀତ ବୃଦ୍ଧି ଘଟିଛି। ସମାନ ଢ଼ଙ୍ଗରେ ଆଜି କାର୍‌ରେ ମଦ ଚାଲାଣ କରୁଥିବା ଓ ଉକ୍ତ ଚୋରା ମଦକୁ ସହରର ବିଭିନ୍ନ ବସ୍ତି, ଢ଼ାବାରେ ବିକ୍ରି କରୁଥିବା ୩ ଜଣ ମୋଟ୍‌ ୪ ଜଣଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। କାର୍‌ରୁ ୫୪୦ ଲିଟର ଦେଶୀ ମଦ ଜବତ ହୋଇଛି।
ଶନିବାର ଭୋର୍‌ରେ ମୁଖ୍ୟ ଅଭିଯୁକ୍ତ ଓରାମ ପଡ଼ାର ଟନୁ ସିଂହ(୩୬) ଓ ବାସନ୍ତୀ କଲୋନି ଶନି ମନ୍ଦିର ପାଖ ଅଞ୍ଚଳରେ ରହୁଥିବା ସହଯୋଗୀ ସଞ୍ଜୟ ସିହ୍ନା(୨୯) ଏକ କାର୍‌ (ଓଆର୍‌-୧୫-ୟୁ-୪୭୬୬)ରେ ୫୪୦ ଲିଟର ଦେଶୀ ମଦ ଚୋରାଚାଲାଣ କରୁଥିଲେ। ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳରେ ଥିବା ଖୁଚୁରା ବେପାରିଙ୍କ ପାଖରେ ମଦ ବିକ୍ରିକରିବାକୁ ବାହାରିଥିଲେ। ଏନେଇ ସୂଚନା ପାଇ ଅବକାରୀ ପୁଲିସ ବାସନ୍ତୀ କଲୋନି ଡିଏଲ୍‌ ଛକ ପାଖରେ ଜଗିରହିଥିଲା। ତେବେ ଛକ ପାଖରେ ପୁଲିସକୁ ଦେଖି ମୁଖ୍ୟ ଅଭିଯୁକ୍ତ ଟନୁ ଫେରାର ହୋଇଯାଇଥିଲା। ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ଗାଡ଼ି ଚଳାଉଥିବାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇନପାରି ଧରାପଡ଼ିଯାଇଥିଲା। ପରେ ଅଭିଯୁକ୍ତର ସୂଚନାକ୍ରମେ ଅବକାରୀ ପୁଲିସ ରେଲୱେକଲୋନି ଇନ୍ଦିରା ନଗରର ମହମ୍ମଦ ତାମିର(୨୨), ସକିନ୍ଦର ସାହୁ(୨୫) ଓ ରେଲୱେ କଲୋନି ରିମ୍‌ଝିମ୍‌ ବସ୍ତିର ବିନୋଦ ବାଖଲା(୫୦) ପ୍ରମୁଖଙ୍କୁ ଗିରଫ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe