ରାଉରକେଲା: ରାସ୍ତା ପାର୍ଶ୍ବ, ପାର୍କ, ଜନଗହଳିପୂର୍ଣ୍ଣ ସ୍ଥାନରେ ପରିସ୍ରାଗାର (ଲୁ) ନିର୍ମାଣ ହୋଇଛି। ପ୍ରତ୍ୟେକ ‘ଲୁ’ ପିଛା ୨ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସହରରେ ଏମିତି ପ୍ରାୟ ୨୦୦ଟି ସ୍ଥାନରେ ନିର୍ମାଣ କରାଯାଇଛି। ୫ କୋଟି ୫୦ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଆରମ୍ଭରୁ ଲୋକଙ୍କ କାମରେ ଲାଗିନି। ସହରର ପ୍ରମୁଖ ଡିଏଭି ଛକ, ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ପ୍ରତିଷ୍ଠାନ (ୟୁଜିଆଇ) ପରିସ୍ରାଗାର ରହିଛି ହେଲେ ବ୍ୟବହାର ଉପଯୋଗୀ ହେଉନି। ତେବେ, କେବଳ ଏଇ ଦୁଇଟି ନୁହେଁ ସହର ପ୍ରାୟ ସବୁ ସ୍ଥାନରେ ସମାନ ସ୍ଥିତି। ଠିକାସଂସ୍ଥା ଅଧପନ୍ତରିଆ କାମକରି ବିଲ୍ ଉଠାଇ ଚାଲିଗଲା।
ଆହୁରି ପଢନ୍ତୁ: Shaping the future: ବିକଶିତ ଭାରତ ନିର୍ମାତାଙ୍କ ଭବିଷ୍ୟତ ଗଠନ
ପୂର୍ବ ସରକାର ସମୟରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ଏହି ସାଢ଼େ ୫ କୋଟିର ପ୍ରକଳ୍ପ କାହା ସ୍ବାର୍ଥ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ହେଉଛି। ପ୍ରକଳ୍ପ ନାଁରେ ଯେଉଁମାନେ ସରକାର ଅର୍ଥକୁ ଅପବ୍ୟୟ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି। ବାହାରକୁ ଚକାଚକ୍ ଦିଶୁଛି। ଭିତର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଠିକ୍ ଭାବେ ପାଣି ଆସୁ ନଥିବାରୁ ଉଭୟ ପୁରୁଷ ଓ ମହିଳା ଦୁଇଟିଯାକ ପରିସ୍ରାଗାରର ପଥଚାରୀଙ୍କ କାମରେ ଆସୁନି। ସେମିତି ଡଙ୍ଗାଛକରୁ ଠାରୁ ମାତ୍ର ୧୦୦ ମିଟର ଦୂର (ଜେଲରୋଡ)ରେ ନିର୍ମାଣଧୀନ ‘ ଲୁ’ ମାସ ମାସ ଧରି ଅଧପନ୍ତରିଆ ହୋଇ ପଡ଼ିଛି। କାମ ନେଇଥିବା ଏସ୍ଏଚ୍ଜି ନା ବିଭାଗୀୟ ଅଧିକାରୀଙ୍କ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଅନୁରୂପ ଭାବେ ପାନପୋଷ ସ୍ବୟଂ ଶାସିତ କଲେଜ ପରିସର, ସିଭିଲଟାଉନସିପ୍ (ବାଇପାସ୍ ରୋଡ ପାର୍ଶ୍ବ) ପାର୍କରେ ନିର୍ମାଣଧୀନ ‘ଲୁ’ ବ୍ୟବହାର ଉପଯୋଗୀ ନୁହେଁ।
ଆହୁରି ପଢନ୍ତୁ: RGH : ରାଉରକେଲା ସରକାରୀ ଡାକ୍ତରଖାନା:ହଟିଲେ ତିନି ସଂସ୍ଥା, କାମ କଲେ ଦୁଇ:୧୫ କର୍ମଚାରୀଙ୍କୁ ମିଳିଲାନି କାମ
ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି, କେବଳ ଚାରିଟି ସ୍ଥାନରେ ଅଧିକାଂଶ ସ୍ଥାନରେ ସ୍ଥାପନ ହୋଇଥିବା ‘ଲୁ’ର ସେହି ସମାନ ଅବସ୍ଥା। ଆର୍ଏମ୍ସିର ବିଭାଗୀୟ ଅଧିକାରୀ କହିଛନ୍ତି, ନିର୍ମାଣ କାମ ଓ ରକ୍ଷଣାବେକ୍ଷଣ କାମ ଏସ୍ଏଚ୍ଜି ଗ୍ରୁପମାନଙ୍କୁ ଦିଆଯାଇଛି। ମୁକ୍ତା ଯୋଜନାରେ କେବଳ ‘ ଲୁ’ ନିର୍ମାଣ ନୁହେଁ ବରଂ ବିଗତ ଦିନରେ ପୋଖରୀ ପୁନରୁଦ୍ଧାର କାମରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ହେଲେ କିଛି ପୋଖରୀ ସେମିତି ଅଧପନ୍ତରିଆ ହୋଇ ପଡିଛି। ଆହୁରି ସାଂଘାତିକ ଅଭିଯୋଗ ଆସିଛି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପରେ। ବାସନ୍ତୀକଲୋନି, ରାଉରକେଲା ଶିଳ୍ପାଞ୍ଚଳ, ଇସ୍ପାତ ସହରାଞ୍ଚଳରେ ଯେତେଗୁଡ଼ିକ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହୋଇଛି, ପ୍ରାୟ ସବୁଠି ନିମ୍ନମାନର। ତେବେ ମୁକ୍ତା ଯୋଜନା ପାଣ୍ଠିରେ ଯେଉଁ ସବୁ ପ୍ରକଳ୍ପ କରାଯାଇଛି, ତା’ର ବିଧିବଦ୍ଧ ତଦନ୍ତ ହେଲେ ବଡଧରଣ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/05/yh-2026-02-05-09-18-38.jpeg)