ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚାର ଆୟୋଜନ ଭାରତର ଶିକ୍ଷା ଯାତ୍ରାରେ ଶାନ୍ତ କିନ୍ତୁ ନିର୍ଣ୍ଣାୟକ ପରିବର୍ତ୍ତନକୁ ରେଖାଙ୍କିତ କରିଥାଏ। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିକଳ୍ପିତ ଏହି ପ୍ରୟାସ, ୨୦୧୮ରେ ଗୋଟିଏ ବାର୍ଷିକ ଚର୍ଚ୍ଚା କାର୍ଯ୍ୟକ୍ରମ ରୂପେ ଆରମ୍ଭ ହୋଇଥିଲା। ଆଜି ଏହା ସ୍ୱାଭାବିକ ଭାବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇସାରିଛି । ବର୍ତ୍ତମାନ ଏହା ଦେଶବ୍ୟାପୀ ସାମୂହିକ ପ୍ରୟାସ ପାଲଟିଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସମଗ୍ର କଲ୍ୟାଣକୁ କେନ୍ଦ୍ରରେ ରଖାଯାଇଛି ଏବଂ ମାତାପିତା ଏବଂ ଶିକ୍ଷକ ଏହି ସହଭାଗୀ ଉତ୍ତରଦାୟିତ୍ୱରେ ସକ୍ରିୟ ଅଂଶୀଦାର ମଧ୍ୟ ହୋଇପାରିଛନ୍ତି ।
ଚଳିତ ବର୍ଷ ଅଂଶଗ୍ରହଣର ବ୍ୟାପକତା ଏହି କାର୍ଯ୍ୟକ୍ରମର ଗଭୀରତାକୁ ପ୍ରତିଫଳିତ କରୁଛି। ସାଢ଼େ ୪ କୋଟିରୁ ଅଧିକ ପଞ୍ଜୀକରଣ ସହିତ, ପରୀକ୍ଷା ପେ ଚର୍ଚ୍ଚା ପୂର୍ବ ଗିନିଜ୍ ବିଶ୍ୱ ରେକର୍ଡକୁ ଅତିକ୍ରମ କରିଛି । ଏହା ଲୋକ ସମ୍ପର୍କ ଠାରୁ ଆଗକୁ ବଢ଼ି ସାମୂହିକ ଗୁରୁଦାୟିତ୍ୱର ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ଅଭୂତପୂର୍ବ ଅଂଶଗ୍ରହଣ ଏକ ସକ୍ଷମ ପରିବେଶ ସୃଷ୍ଟି କରିବାର ଏକ ସାମୂହିକ ସଂକଳ୍ପକୁ ପ୍ରତିଫଳିତ କରିଥାଏ ଯେଉଁଠାରେ ପ୍ରତ୍ୟେକ ପିଲା ଶିଖିପାରିବେ, ବିକଶିତ ହୋଇପାରିବେ ଏବଂ ପ୍ରକୃତରେ ଉନ୍ନତି କରିପାରିେବ।
The state: ରାଜ୍ୟର ଏକମାତ୍ର ଆଞ୍ଚଳିକ କୁଷ୍ଠ ତାଲିମ ଓ ଗବେଷଣା ପ୍ରତିଷ୍ଠାନ ଅବହେଳିତ
ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ନେତୃତ୍ୱ
ଶିକ୍ଷା, ଅଧ୍ୟୟନ ଏବଂ ପରୀକ୍ଷା ସମ୍ବନ୍ଧୀୟ ଚାପ ଭଳି ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମତ ବିନିମୟ ସହାନୁଭୂତି, ବ୍ୟାବହାରିକତା ଏବଂ ପ୍ରେରଣାଦାୟୀ ନେତୃତ୍ୱର ଏକ ଅନନ୍ୟ ମିଶ୍ରଣକୁ ପ୍ରଦର୍ଶନ କରେ। ସରଳତା, ଶୃଙ୍ଖଳା, ଆଶାବାଦ ଏବଂ ମାନବୀୟ ସମ୍ଭାବନା ପ୍ରତି ଗଭୀର ବିଶ୍ୱାସରେ ପରିପୂର୍ଣ୍ଣ ତାଙ୍କର ବ୍ୟକ୍ତିତ୍ୱ ଲକ୍ଷ ଲକ୍ଷ ପିଲାଙ୍କ ଉପରେ ଗଭୀର ଏବଂ ସ୍ଥାୟୀ ପ୍ରଭାବ ପକାଇଛି। ପ୍ରଧାନମନ୍ତ୍ରୀ ଔପଚାରିକ ନିୟମ ଓ ବ୍ୟବସ୍ଥାଗତ ଜଟିଳତାକୁ ଅତିକ୍ରମ କରି ଜଣେ ମାର୍ଗଦର୍ଶକ, ପରାମର୍ଶଦାତା ଏବଂ ଶୁଭେଚ୍ଛୁ ଭାବରେ ଛାତ୍ରଛାତ୍ରୀଙ୍କ ସହିତ ସହଜରେ ସମ୍ପର୍କ ସ୍ଥାପନ କରିଥା’ନ୍ତି । ଏହି ସହଜାତ କ୍ଷମତା ତାଙ୍କୁ ଭିନ୍ନ କରିଥାଏ। ତାଙ୍କର କଥାବାର୍ତ୍ତା, ବର୍ଣ୍ଣନା ଏବଂ ଆତ୍ମୀୟ ଭାବନା ଛାତ୍ରଛାତ୍ରୀଙ୍କୁ ଏହା ଅନୁଭବ କରାଇଥାଏ ଯେ ସେମାନଙ୍କ କଥାକୁ କେହି ଜଣେ ଶୁଣୁଛନ୍ତି ଏବଂ ବୁଝୁଛନ୍ତି । ସେ ଉଦାରତା, ହାସ୍ୟପୂର୍ଣ୍ଣ ଏବଂ ସତ୍ୟତା ଭାବନା ନେଇ କଥାବାର୍ତ୍ତା କରନ୍ତି। ପ୍ରାୟତଃ ଧୈର୍ଯ୍ୟ, ଧ୍ୟାନ ଏବଂ ଆତ୍ମବିଶ୍ୱାସ ଭଳି ବ୍ୟାପକ ଜୀବନ ମୂଲ୍ୟବୋଧକୁ ଦର୍ଶାଇବା ପାଇଁ ସେ ନିଜ ଜୀବନ ଅଭିଜ୍ଞତାରୁ କେତେକ ଉଦାହରଣ ଦେଇଥା’ନ୍ତି। ଏହି ବ୍ୟକ୍ତିଗତ ସ୍ପର୍ଶ ପରୀକ୍ଷା ସମ୍ବନ୍ଧୀୟ ଚାପକୁ କମ କରିବା ସହିତ ଏକ ଆଶ୍ୱାସନାପୂର୍ଣ୍ଣ ଏବଂ ସକାରାତ୍ମକ ପରିବେଶ ସୃଷ୍ଟି କରିଥାଏ ଯେଉଁଠାରେ ଛାତ୍ରଛାତ୍ରୀ ଆତ୍ମବିଶ୍ୱାସ ସହିତ ଶିଖିବା ଏବଂ ଅଗ୍ରଗତି କରିବାକୁ ପ୍ରେରଣା ପାଆନ୍ତି।
Madhubabu: ‘ଓଡ଼ିଆ ଅସ୍ମିତାର ଯୁଗପୁରୁଷ ଥିଲେ ମଧୁବାବୁ’
ପ୍ରତ୍ୟେକ ପିଲାର ସ୍ୱତନ୍ତ୍ରତାର ପରିଚୟ
ଏହି ପ୍ରୟାସର ମୂଳରେ ଏକ ସରଳ କିନ୍ତୁ ଗଭୀର ଶକ୍ତିଶାଳୀ ସତ୍ୟ ରହିଛି: ପ୍ରତ୍ୟେକ ପିଲା ଅନନ୍ୟ। ପ୍ରତ୍ୟେକ ପିଲା ଭିନ୍ନ ଭାବରେ ଶିଖେ, ନିଜ ଗତିରେ ଅଗ୍ରଗତି କରେ, ଏବଂ ଏପରି ପ୍ରତିଭା ଧାରଣ କରିଥାଏ ଯାହାକୁ ନମ୍ବର କିମ୍ବା ରେଙ୍କ ମଧ୍ୟରେ ସୀମିତ କରାଯାଇପାରିବ ନାହିଁ। ପରୀକ୍ଷାଗୁଡ଼ିକ ନିଜ ସ୍ୱଭାବ ଅନୁସାରେ, ପିଲାଟିର ସମ୍ଭାବନାର କେବଳ ଏକ ସୀମିତ ଦିଗକୁ ପ୍ରତିଫଳିତ କରେ। ଏକ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶ ମାଧ୍ୟମରେ ପ୍ରକୃତ ସୃଜନଶୀଳତା ଏବଂ ଉତ୍କର୍ଷତା ବିକଶିତ ହୁଏ। ଗୋଟିଏ ପିଲା ଗଣିତରେ ଉତ୍କର୍ଷ ହାସଲ କରିପାରେ, ଅନ୍ୟ ଜଣଙ୍କର କଳାତ୍ମକ କଳ୍ପନାଶକ୍ତି ଥାଇପାରେ, ଏବଂ ଆଉ କାହା ପାଖରେ ଦୟାଳୁ, ସମ୍ବେଦନଶୀଳ ଡାକ୍ତର ହେବାର ସମ୍ଭାବନା ଥାଇପାରେ। ଏହି ପାର୍ଥକ୍ୟଗୁଡ଼ିକ ଏକ ସୀମା ନୁହେଁ; ବରଂ ଏଗୁଡ଼ିକ ଏକ ବିବିଧ, ସଶକ୍ତ ଓ ଉଦ୍ଭାବନଶୀଳ ସମାଜର ମୂଳଦୁଆ।
ଜାତୀୟ ଶିକ୍ଷା ନୀତି-୨୦୨୦ ଦର୍ଶନର ପ୍ରତିଫଳନ
ଏହି ଦର୍ଶନ ଜାତୀୟ ଶିକ୍ଷା ନୀତି ୨୦୨୦ର ମୂଳରେ ରହିଛି। ଏହାର ଢାଞ୍ଚା ମଧ୍ୟରେ ଶିକ୍ଷାଦାନ ପଦ୍ଧତି, ପାଠ୍ୟକ୍ରମ ଏବଂ ମୂଲ୍ୟାଙ୍କନ ପ୍ରଣାଳୀକୁ ଏକ ପ୍ରକୃତ ଶିଶୁ-କୈନ୍ଦ୍ରିକ ଆଭିମୁଖ୍ୟକୁ ପ୍ରତିଫଳିତ କରିବା ପାଇଁ ପୁନଃଗଠିତ କରାଯାଉଛି, ଯେଉଁଠାରେ ଶୈକ୍ଷିକ ଅଧ୍ୟୟନ ସହିତ, ସୃଜନଶୀଳତା, ବିଶ୍ଳେଷଣାତ୍ମକ ଚିନ୍ତାଧାରା, ଭାବଗତ ବୁଦ୍ଧିମତ୍ତା, ଶାରୀରିକ ସ୍ୱାସ୍ଥ୍ୟ ଏବଂ ନୈତିକ ମୂଲ୍ୟବୋଧର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରାରମ୍ଭିକ ବର୍ଷଗୁଡ଼ିକରେ କ୍ରୀଡ଼ା ଭିତ୍ତିକ ଶିକ୍ଷା ଉପରେ ଏହାର ଗୁରୁତ୍ୱ ଏହି ସତ୍ୟକୁ ସ୍ୱୀକାର କରେ ଯେ ଜିଜ୍ଞାସା ଏବଂ ଆନନ୍ଦ ଜୀବନବ୍ୟାପୀ ଶିକ୍ଷାର ସବୁଠାରୁ ଶକ୍ତିଶାଳୀ ମୂଳଦୁଆ।
ଶିକ୍ଷାର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ମାତୃଭାଷାରେ ଶିକ୍ଷା ଦାନ କରିବାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଅବଧାରଣାଗୁଡ଼ିକ ଉପରେ ବୋଧଗମ୍ୟତା ପ୍ରଦାନ କରିବା। ଅନ୍ୟପକ୍ଷରେ ବହୁଭାଷୀ ଶିକ୍ଷା ଉପରେ ଗୁରୁତ୍ୱ ଏପରି ଏକ ପିଢ଼ି ସୃଷ୍ଟି କରିବାର ପରିକଳ୍ପନା କରିଥାଏ ଯାହା ନିଜର ସାଂସ୍କୃତିକ ଓ ଭାଷାଗତ ଆଧାର ପ୍ରତି ଆତ୍ମବିଶ୍ୱାସୀ ଏବଂ ବିଶ୍ୱ ସ୍ତରରେ ଭାରତୀୟ ଜ୍ଞାନ ପରମ୍ପରାକୁ ଆଗକୁ ବହନ କରିବାକୁ ସକ୍ଷମ ହୋଇଥିବ।
ମୂଲ୍ୟାଙ୍କନ ସଂସ୍କାର ମଧ୍ୟ ଏହି ଉଦ୍ଦେଶ୍ୟକୁ ପ୍ରତିଫଳିତ କରେ। ପ୍ରଥମ ଥର, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଏବେ ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ, ଯାହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଅଧିକ ନମନୀୟତା ପ୍ରଦାନ କରିବ ଏବଂ ଏକ ଗୋଟିଏ ପରୀକ୍ଷା ଜନିତ ଚାପକୁ ହ୍ରାସ କରିବ। ୩୬୦-ଡିଗ୍ରୀ ସାମଗ୍ରିକ ପ୍ରଗତି କାର୍ଡ କାର୍ଯ୍ୟକାରୀ କରାଯାଇଛି, ଯାହା କେବଳ ପିଲାଙ୍କ ଶୈକ୍ଷିକ ସଫଳତାକୁ ମୂଲ୍ୟାଙ୍କନ କରେ ନାହିଁ ବରଂ ସେମାନଙ୍କର ସାମାଜିକ-ଭାବଗତ ଏବଂ ଶାରୀରିକ ବିକାଶକୁ ମଧ୍ୟ ବ୍ୟାପକ ଭାବରେ ବାନ୍ଧି ରଖେ। ସୁସ୍ଥତା ଶିକ୍ଷାର ଅବିଚ୍ଛେଦ୍ୟ ଅଂଶ ବୋଲି ସ୍ୱୀକାର କରି, ପ୍ରତ୍ୟେକ ସିବିଏସ୍ଇ ବିଦ୍ୟାଳୟ ସାମାଜିକ-ଭାବଗତ ପରାମର୍ଶଦାତାଙ୍କ ନିଯୁକ୍ତିକୁ ବାଧ୍ୟତାମୂଳକ କରିଛି । ଏମାନେ ଶୈକ୍ଷିକ ଓ ଅାବେଗିକ ଚାପ ପରିଚାଳନାରେ ଛାତ୍ରଛାତ୍ରୀଙ୍କୁ ନିରନ୍ତର ସହାୟତା ପ୍ରଦାନ କରିବେ। ଶେଷରେ, ଆମର ଦାୟିତ୍ୱ ସ୍ପଷ୍ଟ - ଆମେ ପିଲାମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ଛାଞ୍ଚରେ ଫିଟ୍ ହେବାକୁ ବାଧ୍ୟ କରିବା ଉଚିତ ନୁହେଁ, ବରଂ ପ୍ରତ୍ୟେକ ପିଲାର ଅନନ୍ୟକ୍ଷମତାକୁ ଚିହ୍ନିବା, ସମର୍ଥନ କରିବା ଏବଂ ଦୃଢ଼ କରିବା ଉଚିତ।
ସମଗ୍ର ଶିକ୍ଷା-ମୁଖ୍ୟ କେନ୍ଦ୍ରବିନ୍ଦୁ
ଆଜିର ଶିକ୍ଷା ଆଉ କେବଳ ପାଠ୍ୟପୁସ୍ତକ, ପରୀକ୍ଷା ଏବଂ ଘୋଷା ପାଠ ମଧ୍ୟରେ ସୀମିତ ନୁହେଁ। ସମଗ୍ର ଶିକ୍ଷା ଉପରେ ସ୍ପଷ୍ଟ ଧ୍ୟାନ ଦିଆଯାଉଛି। କେବଳ ଶିକ୍ଷାଗତ ଉତ୍କର୍ଷତା ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନ ପାଇଁ ପ୍ରସ୍ତୁତ କରିପାରିବ ନାହିଁ ବୋଲି ସମସ୍ତେ ବୁଝିଲେଣି । ପିଲାମାନେ ଚିନ୍ତା, ଭୟ କିମ୍ବା ଭାବନାତ୍ମକ ଚାପର ବୋଝରେ ଫଳପ୍ରଦ ଭାବରେ ଶିଖିପାରିବେ ନାହିଁ। ଭାରତର ସଭ୍ୟତାଗତ ପରମ୍ପରା ଏହି ପରିସ୍ଥିତିର ସମାଧାନ ପାଇଁ ଦୀର୍ଘସ୍ଥାୟୀ ଉପକରଣ ପ୍ରଦାନ କରିଥାଏ, ଯଥା ସଚେତନତା ବା ମାଇଣ୍ଡଫୁଲନେସ୍, ପ୍ରାଣାୟାମ ଏବଂ ଯୋଗ। ଏହି ଅଭ୍ୟାସଗୁଡ଼ିକ ପିଲାମାନଙ୍କୁ ସେମାନଙ୍କର ଭାବନାକୁ ଭଲ ଭାବରେ ବୁଝିବାରେ ଏବଂ ଏକାଗ୍ରତା, ଶାନ୍ତି ଏବଂ ସ୍ଥିରତା ଆଣିବାରେ ସାହାଯ୍ୟ କରିବ। ପରୀକ୍ଷା ପ୍ରସ୍ତୁତିରେ ସହାୟତା କରିବା ସହିତ ଏହି ଅଭ୍ୟାସଗୁଡ଼ିକ ଶ୍ରେଣୀଗୃହ ବାହାରେ ବିସ୍ତାରିତ ଜୀବନ କୌଶଳ ବିକଶିତ କରେ। ଏହାସହିତ ଶିକ୍ଷାଗତ ଜ୍ଞାନ ସହିତ ଭାବଗତ ବୁଦ୍ଧିମତ୍ତା, ପ୍ରକୃତି ସହ ସନ୍ତୁଳନ ଏବଂ ଆଭ୍ୟନ୍ତରୀଣ ସଚେତନତାକୁ ବୃଦ୍ଧି କରେ।
ଆହ୍ୱାନର ସମାଧାନ
ତଥାପି, ଆମେ ଏକ ଭିନ୍ନ ଆଧୁନିକ ଆହ୍ୱାନର ସମ୍ମୁଖୀନ ହେଉଛୁ - ଅତ୍ୟଧିକ ଡିଜିଟାଲ୍ ଉପଯୋଗ ଏବଂ ସ୍କ୍ରିନ୍ ସମୟ। ଡିଜିଟାଲ୍ ଡିଭାଇସ୍ ସହିତ ଦୀର୍ଘ ସମୟ ଧରି ରହିବା ଧ୍ୟାନର କ୍ଷମତାକୁ ହ୍ରାସ କରେ, ନିଦରେ ବାଧା ସୃଷ୍ଟି କରେ ଏବଂ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। କ୍ରମାଗତ କନେକ୍ଟିଭିଟି, ଅନ୍ଲାଇନ୍ ତୁଳନା ଏବଂ ଅତ୍ୟଧିକ ଡିଜିଟାଲ୍ ଉତ୍ତେଜନାର ଚାପ ପ୍ରାୟତଃ ପରୀକ୍ଷା ଚାପକୁ ବଢ଼ାଇଥାଏ ଏବଂ ଆମେ ପିଲାମାନଙ୍କ ମଧ୍ୟରେ ବିକଶିତ କରିବାକୁ ଚାହୁଁଥିବା ସଚେତନତାକୁ ଦୁର୍ବଳ କରିଥାଏ। ଏହିଠାରେ ପିତାମାତା ଏବଂ ଶିକ୍ଷକମାନେ ଏକ ଭୂମିକା ଗ୍ରହଣ କରିପାରିବେ। ଡିଭାଇସ୍ ବ୍ୟବହାରରେ ନିରାପଦ ସୀମା ସ୍ଥିର କରି, ଶାରୀରିକ ଗତିବିଧି, ସୃଜନଶୀଳ ପ୍ରୟାସ ଏବଂ ପାରିବାରିକ ଆଲୋଚନା ଭଳି ବିକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରି ଆମେ ସନ୍ତୁଳନକୁ ପୁନଃସ୍ଥାପିତ କରିପାରିବା।
ଛାତ୍ରଛାତ୍ରୀ-ପ୍ରଗତିର ଅଗ୍ରଦୂତ
ବିକଶିତ ଭାରତ ପାଇଁ ସମସ୍ତ କ୍ଷେତ୍ରରେ ଉତ୍କର୍ଷତା ଅତ୍ୟାବଶ୍ୟକ। ଯେତେବେଳେ ପିଲାମାନେ ସେମାନଙ୍କର ଅନନ୍ୟ କ୍ଷମତାକୁ ଆବିଷ୍କାର ଏବଂ ବିକାଶ କରିବାକୁ ସ୍ୱାଧୀନ ହୋଇଥା’ନ୍ତି, ସେତେବେଳେ ଦେଶ ସୃଜନଶୀଳତା, ସମାବେଶ ଏବଂ ସାମୂହିକ ପ୍ରଗତି ମାଧ୍ୟମରେ ଅଗ୍ରଗତି କରେ।
କୃତ୍ରିମ ବୁଦ୍ଧିମତ୍ତାର ଏହି ଯୁଗରେ ଜିଜ୍ଞାସା ଓ ସମସ୍ୟାସମାଧାନ ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି। ଶିକ୍ଷକ, ପିତାମାତା ଏବଂ ଅଭିଭାବକ ଭାବରେ, ଆମ ପାଇଁ ଏହା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ଯେ ପିଲାମାନେ ଏହି ଅନୁସନ୍ଧାନକୁ ଆଗକୁ ନେବା ପାଇଁ ସଶକ୍ତ ହେବା ଆବଶ୍ୟକ। ଏଥିପାଇଁ ପିଲାମାନଙ୍କୁ ସଠିକ୍ ଉପକରଣ, ସ୍ପଷ୍ଟ ସୁରକ୍ଷା ଏବଂ ସ୍ଥିର ମାର୍ଗଦର୍ଶନ ଏବଂ ସମର୍ଥନ ପ୍ରଦାନ କରିବା ଆବଶ୍ୟକ। ସେମାନଙ୍କୁ ପରୀକ୍ଷଣ, ନୂତନ ଉଦ୍ଭାବନ ଏବଂ ବିଫଳ ହେବାର ସ୍ୱାଧୀନତା ମଧ୍ୟ ଦିଆଯିବା ଉଚିତ। ଆଜିର ପିଲାମାନେ ଏକ ବିକଶିତ ଭାରତ ୨୦୪୭ର ଅଗ୍ରଦୂତ ଅଟନ୍ତି । ଯେଉଁ ପିଲାମାନେ ନିର୍ଭୀକ ଭାବରେ ଶିଖନ୍ତି, ଆତ୍ମବିଶ୍ୱାସର ସହିତ ନୂଆ ଉଦ୍ଭାବନ କରନ୍ତି ଏବଂ ନିଜର ସାଂସ୍କୃତିକ ମୂଳଦୁଆରେ ଦୃଢ଼ ଭାବେ ତିଷ୍ଠି ରହି ବିଶ୍ୱ ସହିତ ଯୋଡ଼ି ହୁଅନ୍ତି, ସେମାନେ ଆଜି ଏକ ବିକଶିତ ଭାରତ ନିର୍ମାଣ କରୁଛନ୍ତି। ଏପରି ପିଲାମାନଙ୍କୁ ଏକ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ସମର୍ଥନ କରାଯିବା ଉଚିତ ଯାହା ମନ, ହୃଦୟ ଓ ହାତ ତିନୋଟିର ବିକାଶ ଉପରେ ଧ୍ୟାନ ଦିଏ। ଏପରି ଏକ ବ୍ୟବସ୍ଥା ଯାହା ପ୍ରତିଭାକୁ ସମ୍ମାନ ଦେଉଥିବ, ଉଦ୍ଦେଶ୍ୟକୁ ପୋଷଣ କରୁଥିବ ଏବଂ ସେମାନଙ୍କୁ ଅର୍ଥପୂର୍ଣ୍ଣ ଜୀବନ ପାଇଁ ପ୍ରସ୍ତୁତ କରୁଥିବ। ଏହା ହିଁ ହେଉଛି ପରୀକ୍ଷା ପେ ଚର୍ଚ୍ଚାର ଭାବନା : ପିଲାମାନଙ୍କୁ ଭୟରୁ ମୁକ୍ତ କରିବା ଏବଂ ସେମାନଙ୍କୁ ବିକଶିତ ଭାରତ ୨୦୪୭ ପାଇଁ ଆତ୍ମବିଶ୍ୱାସୀ ନାଗରିକ ଭାବେ ଗଢ଼ିବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/05/untitled-18-2026-02-05-09-06-35.jpg)