ପଞ୍ଚମ ପର୍ୟ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ

Advertisment
ପଞ୍ଚମ ପର୍ୟ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ୟ୍ୟାୟ ମତଦାନ ସୋମବାର ୭ଟାରୁ ଆରମ୍ଭ ହୋଇଛି । ଏହି ପର୍ୟ୍ୟାୟରେ ଲଢୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ରାଜନାଥ ସିଂ,ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ସ୍ମୃତି ଇରାନୀ ।

୫ମ ପର୍ୟ୍ୟାୟରେ ୭ଟି ରାଜ୍ୟର ୫୧ଟି ଆସନରେ ୬୭୪ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୬୮ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ ୧୨୬ (୧୯ ପ୍ରତିଶତ) ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଏବଂ ସେମାନଙ୍କ ମଧ୍ୟରୁ ୯୫ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି। ୧୮୪ ଜଣ ପ୍ରାର୍ଥୀ (୨୮ ପ୍ରତିଶତ) କୋଟିପତି ଥିବା ବେଳେ ପଂଚମ ପର୍ୟ୍ୟାୟରେ ସମାଜବାଦୀ ପାର୍ଟି ସବୁଠାରୁ ଅଧିକ ଅପରାଧ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି। ସମାଜବାଦୀ ପାର୍ଟିର ୭୮ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ବିଜେପିର ୪୬ ଏବଂ କଂଗ୍ରେସର ୩୧ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।

୨୦ଟି ଆସନରେ ୩ରୁ ଅଧିକ ଅପରାଧ ପୃଷ୍ଠଭୂମିର ପ୍ରାର୍ଥୀ ଥିବାରୁ ସେଠାରେ ରେଡ୍‌ ଆଲର୍ଟ ଘୋଷଣା କରାଯାଇଛି। ୫ମ ପର୍ୟ୍ୟାୟରେ ଉତ୍ତରପ୍ରଦେଶର ୧୪ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ରାଜସ୍ଥାନର ୧୨ଟି, ମଧ୍ୟପ୍ରଦେଶର ୫, ପଶ୍ଚିମବଂଗର ୭, ବିହାରର ୫ ଏବଂ ଝାଡ଼ଖଣ୍ଡର ୪ ଆସନ ରହିଛି। ଏହା ସହିତ ଜମ୍ମୁ କଶ୍ମୀରର ଅନନ୍ତନାଗ ନିର୍ବାଚନ ମଣ୍ଡଳିର ପୁଲୱାମା ଏବଂ ସୋପିଆନ ଏବଂ ଲଦାଖ ଆସନ ପାଇଁ ମଧ୍ୟ ଭୋଟ୍‌ ଗ୍ରହଣ ହେବ। ଜମ୍ମୁ କଶ୍ମୀରରେ ମତଦାନ ହେବାକୁ ଥିବା ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏହି ପର୍ୟ୍ୟାୟରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଉତ୍ତର ପ୍ରଦେଶର ଲକ୍ଷ୍ନୌ ଆସନର ସମାଜବାଦୀ ପାର୍ଟି ପ୍ରାର୍ଥୀ ପୁନମ୍‌ ସିହ୍ନା। ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ତାଙ୍କ ମୋଟ ସମ୍ପତ୍ତି ୧୯୩ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe