ପୁରୀରେ ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୬ଟି ବନ୍ଧୁକ ଓ ୨୦ରୁ ଅଧିକ ଗୁଳି ଜବତ

ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଏସପିଙ୍କ ନେତୃତ୍ୱରେ ରଥଯାତ୍ରା ପୂର୍ବରୁ ପୁରୀ ପୁଲିସ ୬ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ ଓ ୨୦ରୁ ଅଧିକ ଗୁଳି ଜବତ କରିଛି।

ye

ପୁରୀ: ରଥଯାତ୍ରା ପୂର୍ବରୁ ପୁରୀ ପୁଲିସ ୬ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ ଓ ୨୦ରୁ ଅଧିକ ଗୁଳି ଜବତ କରିଛି। ଆଗକୁ ରଥଯାତ୍ରା ଥିବାରୁ ସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣାଇଛି ।

ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଏସପିଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଅପରାଧ ନିୟନ୍ତ୍ରଣ ଅଭିଯାନ। ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ଏସପି ଗଠନ କରିଛନ୍ତି ସ୍ବତନ୍ତ୍ର ଟିମ୍ । ପୁଲିସ ଟିମ୍ ଚଢ଼ାଉ ଜାରି ରଖିଥିବାବେଳେ ଟାର୍ଗେଟରେ ରହିଛନ୍ତି ପ୍ରାୟ ୫୦ ଜଣ ଅପରାଧୀ । ଏହି ଅପରାଧୀମାନେ ବଡ଼ଦାଣ୍ଡ, ବେଳାଭୂମି, ବସ୍ତି ଅଞ୍ଚଳ ସହ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରୁ ବଟି ଆଦାୟ କରି ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ଜଣାପଡ଼ିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe