ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ଥାନା ଉପରକୁ ପଥରମାଡ଼ ଘଟଣା: ପୁଲିସ୍ ଦ୍ବାରା ୬ ଅଟକ

Advertisment

ଲାଠିଆଗୁଡା ଛକ ନିକଟରେ ଦୁଇଟି ବାଇକ୍ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହେବା ଘଟଣାରେ କିଛି ଲୋକ ଥାନା ଉପରକୁ ପଥରମାଡ଼ କରିଥିଲେ। ଏହି ଘଟଣାରେ ଥୁଆମୂଳ ରାମପୁର ଥାନା ପୁଲିସ ୬ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି।

ଭଗ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ମୁଖ୍ୟ ରାସ୍ତା ଲାଠିଆଗୁଡା ଛକ ନିକଟରେ ଦୁଇଟି ବାଇକ୍ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହେବା ଘଟଣାରେ କିଛି ଲୋକ ଥାନା ଉପରକୁ ପଥରମାଡ଼ କରିଥିଲେ। ଏଥିରେ ଜଣେ ଏଏସଆଇ ଆହତ ହୋଇଥିଲେ। ଏହି ଘଟଣାରେ ଥୁଆମୂଳ ରାମପୁର ଥାନା ପୁଲିସ ୬ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି।

ମୃତ ପରିବାରକୁ କ୍ଷତିପୂରଣ ଓ ଗୁରୁତରଙ୍କୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଗତକାଲି ଗ୍ରାମବାସୀ ଥୁଆମୂଳ ରାମପୁର ଥାନା  ଘେରାଉ କରିବା ସହିତ ରାଜରାସ୍ତାକୁ ଅନେକ ସମୟ ଧରି ଅବରୋଧ କରିଥିଲେ। ରାତିରେ କିଛି ଲୋକ ଥାନା ଉପରକୁ ପଥରମାଡ଼ କରିଥିଲେ। ଏଥିରେ ଜଣେ ଏଏସଆଇ ଆହତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ଗ୍ରାମର ଦୁଇ ଯୁବକ ସତ୍ୟନାରାୟଣ ନାଏକଙ୍କ ପୁଅ ଫିରୋଜ ନାଏକ(୨୨) ପିତା ସତ୍ୟ ନାରାୟଣ ନାଏକ ଏବଂ ଦୁର୍ଗା ନାଏକଙ୍କ ପୁଅ ଦୀପେନ୍ଦ୍ର ନାଏକ(୨୦) ଉଭୟ ଏକ କେଟିଏମ୍ ବାଇକ୍ ରେ ଥୁଆମୂଳ ରାମପୁର ଠାରୁ ନିଜ ଗାଁକୁ ଫେରୁଥିବା ବେଳେ ଅନ୍ୟ ଏକ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଫିରୋଜ ଏବଂ ଦୀପେନ୍ଦ୍ର ଛିଟିକି ପଡ଼ିଥିଲେ। ଉଭୟ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଉଭୟଙ୍କୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଦେଖି ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ଫିରୋଜଙ୍କ ମୃତ୍ୟୁ ହୋଇସାରିଥିଲା ।  ଦୀପେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଅଧିକ ଗୁରୁତର ଥିବା ଦେଖି ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଦୀପେନ୍ଦ୍ର ମଧ୍ୟ ଚିକିତ୍ସାଧୀନ ଅଛନ୍ତି । 

ସୂଚନାଯୋଗ୍ୟ, ମୃତ ପରିବାରକୁ କ୍ଷତିପୂରଣ ଓ ଗୁରୁତରଙ୍କୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଗତକାଲି ଗ୍ରାମବାସୀ ଥୁଆମୂଳ ରାମପୁର ଥାନା  ଘେରାଉ କରିବା ସହିତ ରାଜରାସ୍ତାକୁ ଅନେକ ସମୟ ଧରି ଅବରୋଧ କରିଥିଲେ। ରାତିରେ କିଛି ଲୋକ ଥାନା ଉପରକୁ ପଥରମାଡ଼ କରିଥିଲେ। ଏଥିରେ ଜଣେ ଏଏସଆଇ ଆହତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଗ୍ରାମର ଦୁଇ ଯୁବକ ସତ୍ୟନାରାୟଣ ନାଏକଙ୍କ ପୁଅ ଫିରୋଜ ନାଏକ(୨୨) ପିତା ସତ୍ୟ ନାରାୟଣ ନାଏକ ଏବଂ ଦୁର୍ଗା ନାଏକଙ୍କ ପୁଅ ଦୀପେନ୍ଦ୍ର ନାଏକ(୨୦) ଉଭୟ ଏକ କେଟିଏମ୍ ବାଇକ୍ ରେ ଥୁଆମୂଳ ରାମପୁର ଠାରୁ ନିଜ ଗାଁକୁ ଫେରୁଥିବା ବେଳେ ଅନ୍ୟ ଏକ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଫିରୋଜ ଏବଂ ଦୀପେନ୍ଦ୍ର ଛିଟିକି ପଡ଼ିଥିଲେ। ଉଭୟ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଉଭୟଙ୍କୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଦେଖି ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ଫିରୋଜଙ୍କ ମୃତ୍ୟୁ ହୋଇସାରିଥିଲା ।  ଦୀପେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଅଧିକ ଗୁରୁତର ଥିବା ଦେଖି ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଦୀପେନ୍ଦ୍ର ମଧ୍ୟ ଚିକିତ୍ସାଧୀନ ଅଛନ୍ତି । 
ପୁଲିସ ଦୁର୍ଘଟଣା ଘଟାଇଥିବା ଯୁବକମାନଙ୍କୁ ଅନୁକମ୍ପା ଦେଖାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତ ପରିବାରକୁ କ୍ଷତିପୂରଣ ଓ ଗୁରୁତର ଆହତକୁ ଉନ୍ନତ ମାନର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବା ପାଇଁ ଡୁମେରପଦର ଗ୍ରାମବାସୀ ଥୁଆମୂଳ ରାମପୁର ଥାନା ଘେରାଉ କରିବା ସହ ରାଜରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ।
ଏଥିରେ ଜଣେ ଏଏସଆଇ ଆହତ ହୋଇଥିଲେ। ଏହି ଘଟଣାରେ ଥୁଆମୂଳ ରାମପୁର ଥାନା  ପୁଲିସ ୬ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe