ବନ୍ଦେ ଭାରତ ସହ ୬ ଟ୍ରେନ୍‌ ବାତିଲ, ୪ ଟ୍ରେନ୍‌ର ଦିଗ ପରିବର୍ତ୍ତନ

Advertisment

ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରେଳଲାଇନର ବିକାଶମୂଳକ କାର୍ଯ୍ୟ ପାଇଁ ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ୬ଟି ଟ୍ରେନ୍ ବାତିଲ ହୋଇଛି। ଆସନ୍ତା ୨୫ରୁ ୨୯ ତାରିଖ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ୪ ଦିନ ବାତିଲ ହୋଇଛି।

ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରେଳଲାଇନର ବିକାଶମୂଳକ କାର୍ଯ୍ୟ ପାଇଁ ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ୬ଟି ଟ୍ରେନ୍ ବାତିଲ ହୋଇଛି। ଆସନ୍ତା ୨୫ରୁ ୨୯ ତାରିଖ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ୪ ଦିନ ବାତିଲ ହୋଇଛି।

ଲୋକସଭା ନିର୍ବାଚନ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ

ରାଉରକେଲା: ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରେଳଲାଇନର ବିକାଶମୂଳକ କାର୍ଯ୍ୟ ପାଇଁ ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ୬ଟି ଟ୍ରେନ୍ ବାତିଲ ହୋଇଛି। ଆସନ୍ତା ୨୫ରୁ ୨୯ ତାରିଖ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ୪ ଦିନ ବାତିଲ ହୋଇଛି। ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ (୨୦୮୭୧) ଆସନ୍ତା ୨୫, ୨୬, ୨୭ ଓ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ସେମିତି ରାଉରକେଲା-ହାୱଡା ବନ୍ଦେ  ଭାରତ ଏକ୍ସପ୍ରେସ୍‌ (୨୦୮୭୨) ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଟାଟାନଗର-ବ୍ରହ୍ମପୁର ବନ୍ଦେଭାରତ ଏକ୍ସପ୍ରେସ୍‌ (୨୦୮୯୧) ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି।

ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ (୨୦୮୯୨) ଆସନ୍ତା ୨୬, ୨୭,୨୮ ଓ ୨୯ ତାରିଖ ବାତିଲ ହୋଇଛି। ଟାଟାନଗର-ଜୟନଗର ଏକ୍ସପ୍ରେସ୍‌  ଆସନ୍ତା ୨୭ରେ ବାତିଲ ହୋଇଛି। ଜୟୟନଗର-ଟାଟାନଗର ଏକ୍ସପ୍ରେସ୍‌  ଆସନ୍ତା ୨୮ରେ ବାତିଲ ହୋଇଛି। ପୁରୀ-ଯୋଗନଗରି ଋଷିକେଶ ଏକ୍ସପ୍ରେସ୍‌  ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାୟା ଝାରସୁଗୁଡା ଇବ୍‌ ଥର୍ମାଲ ଦେଇ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe