ଆପଣ ଜାଣନ୍ତି କି କୋଭିଡ୍‌-୧୯ ପାଇଁ ଦେଶରେ କେତୋଟି ହସ୍ପିଟାଲ୍‌, ଆସୋଲେସନ୍‌ ବେଡ୍‌ ଓ ଆଇସିୟୁ ରହିଛି?

Advertisment
ଆପଣ ଜାଣନ୍ତି କି କୋଭିଡ୍‌-୧୯ ପାଇଁ ଦେଶରେ କେତୋଟି ହସ୍ପିଟାଲ୍‌, ଆସୋଲେସନ୍‌ ବେଡ୍‌ ଓ ଆଇସିୟୁ ରହିଛି?

timesnow

ନୂଆଦିଲ୍ଳୀ: କରୋନା ଭାଇରସ୍‌ ସାରା ଦେଶକୁ କବଳିତ କରିଥିବା ବେଳେ ତାହା କବଳରୁ ଆମ ଦେଶ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ମାତ୍ର ଏହି ମହାମାରୀ କୋଭିଡ୍‌-୧୯କୁ ମୁକାବିଲା କରିବାକୁ ‌ଆମ ଦେଶ ପୂରା ପ୍ରସ୍ତୁତ ରହିଛି। ଆପଣ ଜାଣନ୍ତି କି ଭାରତରେ ଏବେ ସୁଦ୍ଧା କେତୋଟି କରୋନା ହସ୍ପିଟାଲ୍‌ ଅଛି?

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ସୂଚନା ମୁତାବକ, କରୋନା ଆକ୍ରାନ୍ତଙ୍କ ପାଇଁ ପୂରା ଦେଶରେ ସମୁଦାୟ ୬୦୨ଟା ହସ୍ପିଟାଲ୍‌ ରହିଛି।  କରୋନା ଆକ୍ରାନ୍ତଙ୍କ ପାଇଁ ସମୁଦାୟ ୧,୦୬,୭୧୯ ଆସୋଲେସନ୍‌ ବେଡ୍‌ ଏବଂ ୧୨, ୦୨୪ ଆଇସିୟୁ ରହିଛି।

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆବଶ୍ୟକୀୟ ଡାକ୍ତରୀ ଭିତ୍ତିଭୂମି ଓ ଉପକରଣ ଉପଲବ୍ଧ କରାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପୂରା ଉଦ୍ୟମରତ ବୋଲି ମନ୍ତ୍ରାଳୟର ଯୁଗ୍ମ ସଚିବ ଲାଭ୍‌ ଅଗ୍ରୱାଲ୍‌ କହିଛନ୍ତି।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୪୬୩ ଜଣ ନୂଆ କରୋନା ଆକ୍ରାନ୍ତ ବାହାରିଥିବା ବେଳେ ୨୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ବୋଲି ମନ୍ତ୍ରାଳୟ ଦେଇଥିବା ରିପୋର୍ଟରୁ ଜାଣିବାକୁ ମିଳିିଛି।

ଦେଶରେ ଏବେ ସୁଦ୍ଧା ସମୁଦାୟ ୧୦,୮୧୫ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୯୦ ଜଣ ସୁସ୍ଥ ହୋଇ ସାରିଲେଣି। ୯,୨୭୨ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe