୩୦୩ ଲୋକସଭା ଆସନରେ ମତଦାନ ଶେଷ, ୩ୟ ପର୍ଯ୍ୟାୟରେ ୬୪.୬୬% ମତଦାନ

Advertisment
୩୦୩ ଲୋକସଭା ଆସନରେ ମତଦାନ ଶେଷ, ୩ୟ ପର୍ଯ୍ୟାୟରେ ୬୪.୬୬% ମତଦାନ

Zee News

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ସୁଦ୍ଧା ୩୦୩ ଆସନରେ ମତଦାନ ଶେଷ ହୋଇଥିବା ବେଳେ ୩ୟ ପର୍ଯ୍ୟାୟରେ ରିପୋର୍ଟ ଲେଖାଯିବା ବେଳକୁ ୬୪.୬୬ ପ୍ରତିଶତ ମତଦାନ ହୋଇଛି। ତୃତୀୟ ପର୍ଯ୍ୟାୟରେ ଆଜି ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଚଂଳର ୧୧୭ଟି ଆସନରେ ମତଦାନ ହୋଇଛି। ଗୁଜୁରାଟ ଓ କେରଳର ସମସ୍ତ ଆସନରେ ମତଦାନ ଶେଷ ହୋଇଛି। ସାତଟି ପର୍ଯ୍ୟାୟ ମଧ୍ୟରୁ ସବୁଠାର ବଡ଼ ପର୍ଯ୍ୟାୟ କୁହାଯାଉଥିବା ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହ ଯାଦବ, ବିଜେପିର ବରିଷ୍ଠ ନେତା ବରୁଣ ଗାନ୍ଧୀ ଏବଂ ଅନେକ ଗୁଡ଼ିଏ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ଇଭିଏମ୍‌ ଭିତରେ ସିଲ ହୋଇ ଯାଇଛି।

କେଉଁ ରାଜ୍ୟରେ କେତେ ପ୍ରତିଶତ ମତଦାନ ହେଲା

ଓଡ଼ିଶା: ୬୧%
ଆସାମ: ୭୮.୨୯%
ବିହାର: ୬୦%
ଗୋଆ: ୭୧.୦୯%
ଗୁଜୁରାଟ: ୬୦.୨୧%
ଜମ୍ମୁ କଶ୍ମୀର:୧୨.୮୬%
କର୍ଣ୍ଣାଟକ: ୬୪.୧୪%
କେରଲ: ୭୦.୨୮%
ମହାରାଷ୍ଟ୍ର: ୫୬.୫୭%
ତ୍ରିପୁରା: ୭୮.୫୨%
ଉତ୍ତର ପ୍ରଦେଶ: ୬୦୫୨%
ପଶ୍ଚିମବଙ୍ଗ: ୭୯.୩୬%
ଛତିଶଗଡ଼: ୬୫.୯୧%
ଦାଦ୍ରାନଗର ହାବେଳୀ: ୭୧.୪୩%
ଡାମନ ଡିଉ: ୬୫.୩୪%

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe