NewsX
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ୭ଟି ରାଜ୍ୟରୁ ୫୯ଟି ଆସନ ପାଇଁ ନିର୍ବାଚନ ଲଢୁଥିବା ୯୭୯ ପ୍ରାର୍ଥୀଙ୍କ ପାଇଁ ମତ ସାବ୍ୟସ୍ତ କରିଛନ୍ତି ମତଦାତା। ଏହି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଜାତୀୟ ସ୍ତରରେ ସଂଧ୍ୟା ୭ଟା ସୁଦ୍ଧା ସମୁଦାୟ ୬୧.୧୪ ପ୍ରତିଶତ ମତଦାନ ହୋଇଛି।
ପଶ୍ଚିମବଙ୍ଗରେ ୮୦.୧୬ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ୫୬.୧୧ ପ୍ରତିଶତ, ହରିଆଣାରେ ୬୨.୯୧ ପ୍ରତିଶତ , ଉତ୍ତରପ୍ରଦେଶରେ ୫୩.୩୭ ପ୍ରତିଶତ, ବିହାରରେ ୫୯.୨୯ ପ୍ରତିଶତ, ଝାରଖଣ୍ଡରେ ୬୪.୪୬ ପ୍ରତିଶତ ଓ ମଧ୍ୟପ୍ରଦେଶରେ ୬୪.୪୦ ପ୍ରତିଶତ ମତଦାନ ହୋଇଛି।
ମିଳିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସର୍ବାଧିକ ମତଦାନ ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସବୁୁ ଠାରୁ କମ୍ ମତଦାନ ହୋଇଛି ଉତ୍ତରପ୍ରଦେଶରେ।
Follow Us