ଡାଭୋସ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଛଅ ବର୍ଷ ପରେ ବିଶ୍ବ ଅର୍ଥନୈତିକ ସମ୍ମିଳନୀ (ଡବ୍ଲ୍ୟୁଇଏଫ୍)ରେ ସାମିଲ ହେବାକୁ ଯାଉଛନ୍ତି। ବୁଧବାର ଏକ କାର୍ଯ୍ୟକ୍ରମକୁ ସେ ସମ୍ବୋଧିତ କରିବେ। ତା’ପୂର୍ବରୁ ସେ ଏକ ଆଭ୍ୟର୍ଥନା ଆୟୋଜନ କରିଛନ୍ତି। ସେଥିରେ ଯୋଗଦେବାକୁ ୭ ଜଣ ଭାରତୀୟ ସିଇଓଙ୍କୁ ଆମନ୍ତ୍ରଣ କରାଯାଇଛି। ସେମାନେ ହେଉଛନ୍ତି ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ, ଭାରତୀ ଏଣ୍ଟରପ୍ରାଇଜେସ୍ର ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ, ୱିପ୍ରୋର ସିଇଓ ଶ୍ରିନି ପାଲିଆ, ଇନ୍ଫୋସିସ୍ ସିଇଓ ସଲିଳ ଏସ୍ ପାରେଖ, ବଜାଜ ଫିନ୍ସର୍ଭର ସିଏମ୍ଡି ସଞ୍ଜୀବ ବଜାଜ, ମହିନ୍ଦ୍ରା ଗ୍ରୁପ୍ର ଗ୍ରୁପ୍ ସିଇଓ ଅନିଷ ଶାହ ଓ ଜୁବିଲାଣ୍ଟ ଭର୍ତିଆ ଗ୍ରୁପ୍ର ପ୍ରତିଷ୍ଠାତା ହରି ଏସ୍ ଭାଟିଆ।
ଟ୍ରମ୍ପ ଏଭଳି ଏକ ସମୟରେ ଡାଭୋସ୍ ଫେରୁଛନ୍ତି ଯେତେବେଳେ ଶୁଳ୍କକୁ ଅସ୍ତ୍ର କରି ସେ ବିଭିନ୍ନ ଦେଶ ଉପରେ ଚାପ ପ୍ରୟୋଗ କରୁଛନ୍ତି। ନିକଟରେ ସେ ଭେନେଜୁଏଲାରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏବେ ଗ୍ରିନଲ୍ୟାଣ୍ଡକୁ ଅଧିଗ୍ରହଣ କରିବାକୁ ଜିଦ୍ ଧରିଛନ୍ତି। ତାଙ୍କ ପଦକ୍ଷେପ ପ୍ରଭାବରେ ବିଶ୍ବବ୍ୟାପୀ ଭୂରାଜନୈତିକ ସଙ୍କଟ ଦେଖାଦେଇଛି।
ଆହୁରି ପଢନ୍ତୁ: Cricket: ଏ+ରୁ ବି ଗ୍ରେଡକୁ ପଦାବନତି ପାଇବେ ରୋହିତ, ବିରାଟ!
ଆମେରିକାର ଗ୍ରିନଲ୍ୟାଣ୍ଡ ଅଧିଗ୍ରହଣକୁ ବିରୋଧ କରୁଥିବା ୧୦ଟି ୟୁରୋପୀୟ ଦେଶ ଯଥା ଡେନମାର୍କ, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ଆଦି ଉପରେ ଟ୍ରମ୍ପ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଆସନ୍ତା ଜୁଲାଇ ସୁଦ୍ଧା ଶୁଳ୍କକୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ମଧ୍ୟ ସେ ଚେତାବନୀ ଦେଇଛନ୍ତି। ସେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କୁ କଡ଼ା ସମାଲୋଚନା କରିବା ସହ ଫ୍ରାନ୍ସ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି।
Follow Us