ବିସ୍ଥାପିତଙ୍କ କ୍ଷୋଭ ସରକାର: କେବେ ଶୁଣିବ ଆମ ଦୁଃଖ ? ଏଡିଏମ୍‌ଙ୍କୁ ଭେଟିଲେ ୭୦ ମୌଜା ବିସ୍ଥାପିତ ପରିବାର

ବୁଧବାର ୭୦ ମୌଜା ବିସ୍ଥାପିତ ପରିବାର ନିଜ ଗୁହାରି ଜଣାଇବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ। ଅତିରିକ୍ତ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଦାୟିତ୍ବରେ ଅଧିକାରୀଙ୍କୁ ଭେଟିଥିଲେ। ବହୁଦିନର ଦୁଃଖ ଜଣାଇ ଫେରିଗଲେ।

ଅଦ୍ୟତନ ହୋଇଛି
mk

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଓ ମନ୍ଦିରା ଡ୍ୟାମ୍‌ ବିସ୍ଥାପିତ ପରିବାରଙ୍କ ଦୁଃଖ ସରୁନି। ସରକାର ପରେ ସରକାର ବଦଳୁଛି। ଜଣେ ପରେ ଜଣେ ଜିଲ୍ଲାପାଳ ଆସୁଛନ୍ତି। ହେଲେ ବିସ୍ଥାପିତ ପରିବାରଙ୍କ ସମସ୍ୟା ସେମିତି ରହିଛି। ଥରେ କି ଦୁଇ ଥର ନୁହେଁ ୬ଥର ପୁନର୍ବାସ ଓ ପାରିପାର୍ଶ୍ୱିକ ବିକାଶ ପରାମର୍ଶଦାତା କମିଟି (ଆର୍‌ପିଡିଏସି)ର ବୈଠକ ବସିଛି। ନିଯୁକ୍ତି ଅପେକ୍ଷାରେ ଥିବା ବିସ୍ଥାପିତ ପରିବାରଙ୍କ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ବିସ୍ଥାପିତଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ମଧ୍ୟ ମିଳିଛି। ହେଲେ ଏ ଦିଗରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ଠୋସ୍‌ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ପରିବାର। ପ୍ରତିବାଦରେ ବର୍ଷ ବର୍ଷଧରି ବିସ୍ଥାପିତ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭୁବନେଶ୍ବର ଓ ଦିଲ୍ଲୀ ପର୍ଯ୍ୟନ୍ତ ବାରମ୍ବାର ଦୌଡୁଛନ୍ତି। ହେଲେ କିଛି ସୁଫଳ ମିଳୁନି। କେବଳ ଭିଟାମାଟି ହରାଇ ଦୁର୍ଦ୍ଦଶା ‌ଭ‌ୋଗିବା ହିଁ ସାର ହୋଇଛି। ବୁଧବାର ୭୦ ମୌଜା ବିସ୍ଥାପିତ ପରିବାର ନିଜ ଗୁହାରି ଜଣାଇବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ। ଅତିରିକ୍ତ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଦାୟିତ୍ବରେ ଅଧିକାରୀଙ୍କୁ ଭେଟିଥିଲେ। ବହୁଦିନର ଦୁଃଖ ଜଣାଇ ଫେରିଗଲେ।

୭୦ ମୌଜା ବିସ୍ଥାପିତଙ୍କ ୩୭୨୨ ପରିବାରର ଆବଶ୍ୟକ କାଗଜପତ୍ର ଯାଞ୍ଚ ସରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ୩୭୨୨ ପରିବାରଙ୍କ ଫାଇଲ୍‌ ଆଗକୁ ବଢ଼ୁନି। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମିତି ପଡ଼ିରହିଛି। ଇତି ମଧ୍ୟରେ ଅନେକ ଅତିରିକ୍ତ ଜିଲ୍ଲାପାଳ ରାଉରକେଲାରେ ଯୋଗଦେଇ ଅନ୍ୟତ୍ର ବଦଳି ହୋଇଗଲେଣି। କିନ୍ତୁ ବିସ୍ଥାପିତ ପରିବାରଙ୍କ ଦୁଃଖ ଶୁଣିବାକୁ କାହାରି ପାଖରେ ସମୟ ନାହିଁ। ବର୍ଷବର୍ଷ ଧରି ଭଣ୍ଡାଇ ଚାଲିଥିବା ଜିଲ୍ଲା ପ୍ରଶାସନ ବିରୋଧରେ ବିସ୍ଥାପିତ ପରିବାର ଆମରଣ ଅନଶନ ସହ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଖାଡ଼ା କୁଜୁର କହିଛନ୍ତି। ଏହାହେଲେ ଯେଉଁ ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବିସ୍ଥାପିତ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।

ବିସ୍ଥାପିତ ସଂଘର ଖାଡ଼ା କୁଜୁର, ପୁରନ ଖାଲ୍‌ଖୋ, ଅନୀଲ ଲାକ୍ରା, ବସନ୍ତ କିସାନ, ଶଙ୍କର ମହାତୋଙ୍କ ନେତୃତ୍ବରେ ସଂଘର ପରିବାର ଉଦିତନଗର ପଡ଼ିଆରେ ବୈଠକ କରିଥିଲେ। ସେମାନେ କହିଛନ୍ତି, ୨୦୧୯ରେ ଶେଷ ଆର୍‌ପିଡିଏସି ବୈଠକ ବସିଥିଲା। ଆଜିକୁ ୫ ବର୍ଷ ବିତିଗଲାଣି। ହେଲେ ଆର୍‌ପିଡିଏସି ବୈଠକ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଏବେ ସରକାର ବଦଳିଛି। ନୂଆ ସରକାର ଦାୟିତ୍ବ ନେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ବିସ୍ଥାପିତ ପରିବାରଙ୍କ ସମସ୍ୟା ହଟିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି।

 ସୂଚନାଯୋଗ୍ୟ, ୭୦ ମୌଜା ବିସ୍ଥାପିତଙ୍କ ୩୭୨୨ ପରିବାରର ଆବଶ୍ୟକ କାଗଜପତ୍ର ଯାଞ୍ଚ ସରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ୩୭୨୨ ପରିବାରଙ୍କ ଫାଇଲ୍‌ ଆଗକୁ ବଢ଼ୁନି। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମିତି ପଡ଼ିରହିଛି। ଇତି ମଧ୍ୟରେ ଅନେକ ଅତିରିକ୍ତ ଜିଲ୍ଲାପାଳ ରାଉରକେଲାରେ ଯୋଗଦେଇ ଅନ୍ୟତ୍ର ବଦଳି ହୋଇଗଲେଣି। କିନ୍ତୁ ବିସ୍ଥାପିତ ପରିବାରଙ୍କ ଦୁଃଖ ଶୁଣିବାକୁ କାହାରି ପାଖରେ ସମୟ ନାହିଁ। ବର୍ଷବର୍ଷ ଧରି ଭଣ୍ଡାଇ ଚାଲିଥିବା ଜିଲ୍ଲା ପ୍ରଶାସନ ବିରୋଧରେ ବିସ୍ଥାପିତ ପରିବାର ଆମରଣ ଅନଶନ ସହ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଖାଡ଼ା କୁଜୁର କହିଛନ୍ତି। ଏହାହେଲେ ଯେଉଁ ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବିସ୍ଥାପିତ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe