ଅଷ୍ଟମୀ, ନବମୀ, ଦଶମୀ: ୩ ଦିନରେ ପିଇଦେଲେ ୭୦୦ କୋଟିର ମଦ

ମା ଦୁର୍ଗାଙ୍କ ବିସର୍ଜନ ସୁରୁଖୁରୁରେ ସାରା ଦେଶରେ ସମ୍ପନ୍ନ ହୋଇଛି | ଦଶହରା ପାଇଁ ବୁଲାବୁଲି ସହ ମା'ଙ୍କ ଦର୍ଶନ ତ ଆପଣ କରିଥିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଖବରଟି ତେଲେଙ୍ଗାନାରୁ ଆସିଛି

New Project (1)

ନୂଆଦିଲ୍ଲୀ: ମା ଦୁର୍ଗାଙ୍କ ବିସର୍ଜନ ସୁରୁଖୁରୁରେ ସାରା ଦେଶରେ ସମ୍ପନ୍ନ ହୋଇଛି | ଦଶହରା ପାଇଁ ବୁଲାବୁଲି ସହ ମା'ଙ୍କ ଦର୍ଶନ ତ ଆପଣ କରିଥିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଖବରଟି ତେଲେଙ୍ଗାନାରୁ ଆସିଛି | ବାସ୍ତବରେ ତେଲେଙ୍ଗାନା ଅବକାରୀ ବିଭାଗ ଏବେ ଖୁସିରେ ଡେଉଁଛି | କାରଣ ଏତେ ମାତ୍ରାରେ ରାଜସ୍ବ ଆଦାୟ ହୋଇଛି ଯେ ରାଜ୍ୟ ସରକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି | କଥାଟି କିଛି ଏମିତି | ତେଲେଙ୍ଗାନାରେ ଦଶହରା ପୂର୍ବ ୨ ଦିନ(ଅଷ୍ଟମୀ, ନବମୀ ଓ ଦଶମୀ)ରେ ସେଠାକାର ଲୋକ ୭୦୦ କୋଟି ଟଙ୍କାର ମଦ ପିଇଦେଇଛନ୍ତି |

ଏହି ସଂଖ୍ୟା ଅବକାରୀ ବିଭାଗର ସବୁ ରେକର୍ଡକୁ ଭାଙ୍ଗିଦେଇଥିବାବେଳେ ନିଶାମୁକ୍ତି ଅଭିଯାନ ପାଇଁ ଶକ୍ତ ଧକ୍କା ବୋଲି କୁହାଯାଉଛି | ମିଳିଥିବା ସୂଚନା ମୁତାବକ ସେପ୍ଟେମ୍ବର ୩୦ ତାରିଖରେ ରେକର୍ଡ ୩୩୩ କୋଟି ଟଙ୍କାର ମଦ ବିକ୍ରି ହୋଇଥିବାବେଳେ ଦୁଇ ଦିନରେ ମଧ୍ୟ ପ୍ରାୟ ୩୬୭ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା, ଯାହା ତିନି ଦିନରେ ମୋଟ ୬୯୭.୨୩ କୋଟି ଥିଲା।

ଗତ ବର୍ଷ ସହିତ ତୁଳନା କଲେ ୨୦୨୪ ମସିହାରେ ଦଶହରାର ଆଠ ଦିନ ମଧ୍ୟରେ ବିକ୍ରି ୮୫୨.୩୮ କୋଟି ଟଙ୍କାର ମଦ ବିକ୍ରି ହୋଇଥିବାବେଳେ ଏହି ବର୍ଷ ମାତ୍ର ତିନି ଦିନରେ ସେଠାକାର ଲୋକ ୬୯୭ କୋଟି ଟଙ୍କାର ମଦ ପିଇଦେଇଛନ୍ତି | ଏହି ରେକର୍ଡ ବିକ୍ରୟ ମଧ୍ୟ ରାଜ୍ୟର ଅର୍ଥନୀତି ପାଇଁ ଏକ ମାଇଲଖୁଣ୍ଟ ପ୍ରମାଣିତ ହେଉଛି। ତେଲେଙ୍ଗାନାର ମଦ ରାଜସ୍ୱ, ଯାହା ୨୦୧୪ ମସିହାରେ ମାତ୍ର ୧୦୦୦୦ କୋଟି ଟଙ୍କା ଥିଲା, ଏବେ ୨୦୨୪-୨୫ ସୁଦ୍ଧା ୩୪୬୦୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe