ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ୭୧୦ କମ୍ପାନି ନିରାପତ୍ତା ବଳ

Advertisment
ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ୭୧୦ କମ୍ପାନି ନିରାପତ୍ତା ବଳ

Image Source: Zee News

ନୂଆଦିଲ୍ଲୀ: ହିଂସା ଜର୍ଜରିତ ପଶ୍ଚିମବଙ୍ଗରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ୭୧୦ କମ୍ପାନି ନିରାପତ୍ତା କର୍ମଚାରୀ ମୁତୟନ କରାଯିବା କଥା ଗୁରୁବାର ଦିନ ନିର୍ବାଚନ କମିସନ ଘୋଷଣା କରିଛନ୍ତି।

ରବିବାର ଦିନ ମୁକ୍ତ ଓ ଅବାଧ ଭୋଟ୍‌ ଦାନ ଲାଗି ନିର୍ବାଚନ କମିସନ ଏ ଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।

ଦେଶରେ ପ୍ରଥମ କରି ନିର୍ବାଚନ କମିସନଙ୍କ ଆଦେଶକ୍ରମେ ନିର୍ଦ୍ଧାରିତ ସମୟର ୨୦ ଘଣ୍ଟା ପୂର୍ବରୁ ରାଜ୍ୟର ନଅଟି ଆସନ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି।

ନିର୍ବାଚନ କମିସନ ସ୍ଥିର କରିଛନ୍ତି କି, ଇଭିଏମ୍‌ ଜଗିବାକୁ ଷ୍ଟ୍ରଙ୍ଗ୍‌ରୁମ୍‌ଗୁଡ଼ିକରେ ୩୪ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯିବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବାକି ୬୭୬ କମ୍ପାନି ମୁତୟନ କରାଯିବ।

ବରସାତରେ ୫୫, ବରାକ୍‌ପୁରରେ ୪୮, ବରୁଇପୁର ୧୦୨, ବଶିରହାଟରେ ୭୧, ବିଧାନନଗରରେ ୨୭, ଡାଇମଣ୍ଡ୍‌ ହାର୍‌ବର୍‌ରେ ୮୧, ସୁନ୍ଦରବନରେ ୮୦, କୋଲ୍‌କାତାରେ ୧୪୭, ଭାଟପଡ଼ାରେ ୬, ଦାର୍ଜିଲିଙ୍ଗରେ ୧୬, ହବିବପୁରରେ ୧୧, ଇସ୍‌ଲାମ୍‌ପୁରରେ ୧୦ ଏବଂ ମୁର୍ଶିଦାବାଦ ନୌଦା କାଣ୍ଡିରେ ୨୨ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯିବ।

ରବିବାର ଦିନ ଦକ୍ଷିଣବଙ୍ଗର ନଅଟି ନିର୍ବାଚନ ମଣ୍ଡଳୀର ୧, ୪୯, ୬୩, ୦୬୩ ଜଣ ଭୋଟ୍‌ଦାତା ୧୧୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe