ପୁଣିଥରେ କୁଲାରିକୁଦ ଟାପୁରେ ପହଞ୍ଚିଲେ ୮ଟିକିଆ ହାତୀପଲ

Advertisment

ଆଠମଲ୍ଲିକରୁ ଗତ ୧୨ତାରିଖରେ ମହାନଦୀରେ ପହଁରି ଆସି କୁଲାରିକୁଦ ଦୀପରେ ପହଞ୍ଚିଥିବା ୮ଟିକିଆ ହାତୀପଲ ଆଜିବି ସେଠାରେ ଅଟକିଛନ୍ତି। ଏହି ହାତୀପଲରେ ଗୋଟିଏ ଦନ୍ତା ସହ ତିନିଟି ଛୁଆ ରହିଛନ୍ତି।

ଆଠମଲ୍ଲିକରୁ ଗତ ୧୨ତାରିଖରେ ମହାନଦୀରେ ପହଁରି ଆସି କୁଲାରିକୁଦ ଦୀପରେ ପହଞ୍ଚିଥିବା ୮ଟିକିଆ ହାତୀପଲ ଆଜିବି ସେଠାରେ ଅଟକିଛନ୍ତି। ଏହି ହାତୀପଲରେ ଗୋଟିଏ ଦନ୍ତା ସହ ତିନିଟି ଛୁଆ ରହିଛନ୍ତି।

f97d5df0-e44b-4217-9f74-e89820ce8716

ଆଠମଲ୍ଲିକ: ଆଠମଲ୍ଲିକରୁ ଗତ ୧୨ତାରିଖରେ ମହାନଦୀରେ ପହଁରି ଆସି କୁଲାରିକୁଦ ଦୀପରେ ପହଞ୍ଚିଥିବା ୮ଟିକିଆ ହାତୀପଲ ଆଜିବି ସେଠାରେ ଅଟକିଛନ୍ତି। ଏହି ହାତୀପଲରେ ଗୋଟିଏ ଦନ୍ତା ସହ ତିନିଟି ଛୁଆ ରହିଛନ୍ତି। ଗତକାଲି ସକାଳେ ସେମାନେ ବୌଦ୍ଧ ମୁହାଁ ହୋଇ ମର୍ଜାକୁଦକୁ ଆସିଥିଲେ। ଗାଁ ମୁଣ୍ଡରେ ହାତୀପଲ ଥିବା ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିଲେ। ମର୍ଜାକୁଦରେ ବୌଦ୍ଧ ଏନ୍‌ଏସିର ଦୁଇଟି ୱାର୍ଡ଼ରେ ଘଞ୍ଚ ଜନବସତି ରହିଛି। ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଗତକାଲି ବନବିଭାଗ ପକ୍ଷରୁ ହାତୀମାନଙ୍କୁ ଜନବସତିରୁ ଦୂରେଇ ରଖିବା ପାଇଁ ଉଦ୍ୟମ ହୋଇଥିଲା। ସେଥିରେ ସେମାନେ ସଫଳ ହୋଇଥିଲେ। ଫଳରେ ଗତକାଲି ରାତିରେ ସେମାନେ ନଦୀରେ ପହଁରି ଆଠମଲ୍ଲିକ ଅଭିମୁଖେ ଯାଇଥିଲେ।

ଗତ ୧୨ତାରିଖରେ ମହାନଦୀରେ ପହଁରି ଆସି କୁଲାରିକୁଦ ଦୀପରେ ପହଞ୍ଚିଥିବା ୮ଟିକିଆ ହାତୀପଲ ଆଜିବି ସେଠାରେ ଅଟକିଛନ୍ତି। ଏହି ହାତୀପଲରେ ଗୋଟିଏ ଦନ୍ତା ସହ ତିନିଟି ଛୁଆ ରହିଛନ୍ତି। ଗତକାଲି ସକାଳେ ସେମାନେ ବୌଦ୍ଧ ମୁହାଁ ହୋଇ ମର୍ଜାକୁଦକୁ ଆସିଥିଲେ। ଗାଁ ମୁଣ୍ଡରେ ହାତୀପଲ ଥିବା ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିଲେ। ମର୍ଜାକୁଦରେ ବୌଦ୍ଧ ଏନ୍‌ଏସିର ଦୁଇଟି ୱାର୍ଡ଼ରେ ଘଞ୍ଚ ଜନବସତି ରହିଛି। ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଗତକାଲି ବନବିଭାଗ ପକ୍ଷରୁ ହାତୀମାନଙ୍କୁ ଜନବସତିରୁ ଦୂରେଇ ରଖିବା ପାଇଁ ଉଦ୍ୟମ ହୋଇଥିଲା। ସେଥିରେ ସେମାନେ ସଫଳ ହୋଇଥିଲେ। ଫଳରେ ଗତକାଲି ରାତିରେ ସେମାନେ ନଦୀରେ ପହଁରି ଆଠମଲ୍ଲିକ ଅଭିମୁଖେ ଯାଇଥିଲେ।

କିନ୍ତୁ ଆଜି ପୁଣିଥରେ ସେମାନେ ଆସି କୁଲାରିକୁଦ ଟାପୁରେ ପହଞ୍ଚି ସେଠାରେ ଅଟକିଥିବା ସୂଚନା ମିଳିଛି। ସ୍ବସ୍ଥାନକୁ ନଯାଇ ପୁଣି କାହିଁକି ସେମାନେ ଫେରିଆସିଲେ, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ କୁଲାରିକୁଦରେ ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ରହିଛି।  ଗତିବିଧି ଉପରେ ଦୃଷ୍ଟି ରଖିବା ପାଇଁ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe