ଖରିପ ମଣ୍ଡିରେ ବ୍ୟତିକ୍ରମ ଘଟଣା, ଚାଷୀଙ୍କୁ ସମର୍ଥନ ଜଣାଇ ବିଜେଡି ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ

Advertisment

ଖରିପ ମଣ୍ଡିରେ ଧାନ ଦେଇ ପ୍ରାୟ ୩୪୪ ଜଣ ଚାଷୀ ଟଙ୍କା ପାଇ ନଥିବା ଘଟଣାରେ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ବିଜେଡି ପକ୍ଷରୁ ଚାଷୀଙ୍କୁ ସମର୍ଥନ ଜଣାଇ ୮ ଘଣ୍ଟିଆ ବନ୍ଦ ପାଳନ ହେଉଥିବା ଜଣାପଡ଼ିଛି l

ଖରିପ ମଣ୍ଡିରେ ଧାନ ଦେଇ ପ୍ରାୟ ୩୪୪ ଜଣ ଚାଷୀ ଟଙ୍କା ପାଇ ନଥିବା ଘଟଣାରେ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ବିଜେଡି ପକ୍ଷରୁ ଚାଷୀଙ୍କୁ ସମର୍ଥନ ଜଣାଇ ୮ ଘଣ୍ଟିଆ ବନ୍ଦ ପାଳନ ହେଉଥିବା ଜଣାପଡ଼ିଛି l

vg

ରାଇଘର: ଖରିପ ମଣ୍ଡିରେ ଧାନ ଦେଇ ପ୍ରାୟ ୩୪୪ ଜଣ ଚାଷୀ ଟଙ୍କା ପାଇ ନଥିବା ଘଟଣାରେ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ବିଜେଡି ପକ୍ଷରୁ ଚାଷୀଙ୍କୁ ସମର୍ଥନ ଜଣାଇ ୮ ଘଣ୍ଟିଆ ବନ୍ଦ ପାଳନ ହେଉଥିବା ଜଣାପଡ଼ିଛି l ଏହି ବନ୍ଦ ପାଳନରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ନବୀନା ନାୟକ, ଉପେନ୍ଦ୍ର ଗଣ୍ଡ, ଚିତ୍ତରଞ୍ଜନ ଗଣ୍ଡ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ପ୍ରାୟ ଶତାଧିକ କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ l ଏହି ଅବସରରେ ସ୍ଥାନୀୟ ମୁଖ୍ୟ ବଜାର ସମେତ ଦୋକାନ ଓ ଗାଡ଼ି ମୋଟର ଯାତାୟତ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା l
           ପ୍ରକାଶ ଥାଉକି ମଣ୍ଡିର ଶେଷ ପର୍ଯ୍ୟୟରେ ଅର୍ଥାତ ଫେବ୍ରୁଆରି ମାସରେ ୩୪୪ଜଣ ଚାଷୀ ୧୪ ହଜାର ୨ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ l ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟି.ପି ଦେବାରେ ବିଳମ୍ବ ହେବାରୁ ଫେବ୍ରୁଆରି ୨୨ ତାରିଖ ଭିତରେ ଧାନ ଦେଇଥିବା ଚାଷୀ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ପାରିନାହାନ୍ତି l ଏବେ ସୁଦ୍ଧା ସେମାନଙ୍କୁ ପ୍ରୟ ୪ କୋଟି ୪୦ଲକ୍ଷରୁ ଅଧିକ ଟଙ୍କା ମିଳିନଥିବା ଫଳରେ ଶତାଧିକ ଚାଷୀ ନିରାଶ ହୋଇ ବାରମ୍ବାର ଲ୍ୟାମ୍ପ୍ସ କାର୍ଯ୍ୟାଳୟକୁ ଯାଇ ଘେରାଓ କରିବା ସହ ଏଥି ପୂର୍ବରୁ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ l ସରକାରଙ୍କ ପକ୍ଷରୁ କୌଣସି ସୁଫଳ ନମିଳିବାରୁ ଏଵେ ଚାଷୀ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଧାରଣା ଦେବା ଜାରି ରଖିଛନ୍ତିl ଏହି ଅବସରରେ ଆଜି ଚାଷୀଙ୍କୁ ସହଯୋଗ କରି ସ୍ଥାନୀୟ ବିଜେଡି ପକ୍ଷରୁ ବନ୍ଦ ପାଳନ ଡାକରା ଦେଇଛି l 

ଅପରପକ୍ଷରେ ବିଜେଡିର ଏହି ବନ୍ଦ ଡାକରାକୁ ନେଇ ବିଜେପି ତାର ପ୍ରତିକ୍ରିୟା ରଖିଛି l ବିଜେପି ପକ୍ଷରୁ ସାଂସଦ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର ପ୍ରକାଶ କରିଛନ୍ତି ଯେ ଖରିପ ମଣ୍ଡିରେ ଚାଷୀ ଦେଇଥିବା ଧାନ କୌଣସି ମିଲରେ ନଥିବା ବେଳେ ଏହା ଗଳା ବାଟ ଦେଇ ଛତିଶଗଡ଼କୁ ଚାଲାଣ ହୋଇ ଯାଇଥିବା ସୂଚନା ମିଳିଛି l ଏଥି ସହିତ ଏହି ଘଟଣାରେ ସମ୍ପୃକ୍ତ ରାଇଘର ଏମଡି ଏବଂ ଲାମ୍ପସ ସଭାପତିଙ୍କୁ ତଦନ୍ତ ପରିସକୁ ଅଣାଯିବ ବୋଲି ଶ୍ରୀମତୀ ମହାପାତ୍ର ପ୍ରକାଶ କରିଛନ୍ତିl

ମଣ୍ଡିର ଶେଷ ପର୍ଯ୍ୟୟରେ ଅର୍ଥାତ ଫେବ୍ରୁଆରି ମାସରେ ୩୪୪ଜଣ ଚାଷୀ ୧୪ ହଜାର ୨ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ l ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟି.ପି ଦେବାରେ ବିଳମ୍ବ ହେବାରୁ ଫେବ୍ରୁଆରି ୨୨ ତାରିଖ ଭିତରେ ଧାନ ଦେଇଥିବା ଚାଷୀ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ପାରିନାହାନ୍ତି l ଏବେ ସୁଦ୍ଧା ସେମାନଙ୍କୁ ପ୍ରୟ ୪ କୋଟି ୪୦ଲକ୍ଷରୁ ଅଧିକ ଟଙ୍କା ମିଳିନଥିବା ଫଳରେ ଶତାଧିକ ଚାଷୀ ନିରାଶ ହୋଇ ବାରମ୍ବାର ଲ୍ୟାମ୍ପ୍ସ କାର୍ଯ୍ୟାଳୟକୁ ଯାଇ ଘେରାଓ କରିବା ସହ ଏଥି ପୂର୍ବରୁ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ l ସରକାରଙ୍କ ପକ୍ଷରୁ କୌଣସି ସୁଫଳ ନମିଳିବାରୁ ଏଵେ ଚାଷୀ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଧାରଣା ଦେବା ଜାରି ରଖିଛନ୍ତିl
               ଅପରପକ୍ଷରେ ବିଜେଡିର ଏହି ବନ୍ଦ ଡାକରାକୁ ନେଇ ବିଜେପି ତାର ପ୍ରତିକ୍ରିୟା ରଖିଛି l ବିଜେପି ପକ୍ଷରୁ ସାଂସଦ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର ପ୍ରକାଶ କରିଛନ୍ତି ଯେ ଖରିପ ମଣ୍ଡିରେ ଚାଷୀ ଦେଇଥିବା ଧାନ କୌଣସି ମିଲରେ ନଥିବା ବେଳେ ଏହା ଗଳା ବାଟ ଦେଇ ଛତିଶଗଡ଼କୁ ଚାଲାଣ ହୋଇ ଯାଇଥିବା ସୂଚନା ମିଳିଛି l ଏଥି ସହିତ ଏହି ଘଟଣାରେ ସମ୍ପୃକ୍ତ ରାଇଘର ଏମଡି ଏବଂ ଲାମ୍ପସ ସଭାପତିଙ୍କୁ ତଦନ୍ତ ପରିସକୁ ଅଣାଯିବ ବୋଲି ଶ୍ରୀମତୀ ମହାପାତ୍ର ପ୍ରକାଶ କରିଛନ୍ତିl

bjd

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe