ପୁରସ୍କାର ଘୋଷିତ ୮ ନକ୍ସଲଙ୍କ ଆତ୍ମସମର୍ପଣ

Advertisment

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଲଗାତାର ନକ୍ସଲ ଦମନରେ ଯବାନ କମ୍ବିଂକୁ ଜୋରଦାର କରୁଥିବା ଏବଂ ନକ୍ସଲଙ୍କ ସମସ୍ତ ପ୍ଲାନକୁ ଭଣ୍ଡୁର କରୁଥିବାରୁ ନକ୍ସଲ ଏବେ ଘାଇଲା ବାଘ ଭଳି ଘୁରି ବୁଲୁଛନ୍ତି।

n

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଲଗାତାର ନକ୍ସଲ ଦମନରେ ଯବାନ କମ୍ବିଂକୁ ଜୋରଦାର କରୁଥିବା ଏବଂ ନକ୍ସଲଙ୍କ ସମସ୍ତ ପ୍ଲାନକୁ ଭଣ୍ଡୁର କରୁଥିବାରୁ ନକ୍ସଲ ଏବେ ଘାଇଲା ବାଘ ଭଳି ଘୁରି ବୁଲୁଛନ୍ତି। ନିଜର ସାଥିଙ୍କୁ ହରାଇବା ସହ ନିଜର ଗଡଗୁଡିକକୁ ମଧ୍ୟ ହରାଉଛନ୍ତି।

ପୁଲିସର ଚଢାଉରେ ଅତିଷ୍ଠ ହୋଇ ନକ୍ସଲ ଏବେ ମୁଖ୍ୟସ୍ରୋତରେ ସାମିଲ ହେଲେଣି। ଏହି କ୍ରମରେ ୮ ଲକ୍ଷ ପୁରସ୍କାର ଘୋଷିତ ପିପିସିଏମ ପ୍ଲାଟୁନ କମାଣ୍ଡର ଭୀମା କୁଞ୍ଜାମି ସମେତ ୮ ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ପୁଲିସ ତରଫରୁ ଏମାନଙ୍କୁ ୨୫ ହଜାର ଟଂକା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଏମାନଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe