ସୁନା ସଫେଇ ଠକ ଗ୍ୟାଙ୍ଗ୍‌ର ୯ ଗିରଫ

Advertisment

୩ ବର୍ଷ ହେଲା ସଫେଇ ଆଳରେ ଠକୁଥିଲେ, ବିହାର ଭାଗଲପୁରରେ ବିକ୍ରି କରୁଥିଲେ ଚୋରି ସୁନାଗହଣା | ରାଉରକେଲାର ବିଭିନ୍ନ ପୁଲିସ ଥାନାରେ ୨୧ ମାମଲା | ଅଭିଯୁକ୍ତଙ୍କ ପାଖରୁ ୧୦୩.୩ ଗ୍ରାମ ସୁନା ଜବତ ହୋଇଛି।

୩ ବର୍ଷ ହେଲା ସଫେଇ ଆଳରେ ଠକୁଥିଲେ, ବିହାର ଭାଗଲପୁରରେ ବିକ୍ରି କରୁଥିଲେ ଚୋରି ସୁନାଗହଣା | ରାଉରକେଲାର ବିଭିନ୍ନ ପୁଲିସ ଥାନାରେ ୨୧ ମାମଲା | ଅଭିଯୁକ୍ତଙ୍କ ପାଖରୁ ୧୦୩.୩ ଗ୍ରାମ ସୁନା ଜବତ ହୋଇଛି।

cheater
ରାଉରକେଲା: ତିନି ବର୍ଷ ହେଲା ରାଉରକେଲାରେ ରହି ବିଭିନ୍ନ ଅଞ୍ଚଳରୁ ସୁନା ସଫେଇ ଆଳରେ ଲୁଟୁଥିଲେ। କେବଳ ରାଉରକେଲା ନୁହେଁ, ବରଂ ପଡ଼ୋଶୀ ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ବି ଏମାନେ ବେଶ୍‌ ସକ୍ରିୟ ଥିଲେ। ଶେଷରେ ରାଉରକେଲା ପୁଲିସ ଏହି ଗ୍ୟାଙ୍ଗ୍‌ର ୮ ଜଣଙ୍କୁ ଗିରଫ କରିଛି। ଏହାସହ ସବୁ ଜାଣି ଘର ଭଡ଼ା ଦେଇଥିବା ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ୧୦୩.୩ ଗ୍ରାମ ସୁନା ଜବତ ହୋଇଛି।
୨୦୨୧ ମସିହା ଅକ୍ଟୋବର ମାସ। ବିହାର ଭାଗଳପୁର ଜିଲ୍ଲାର ଅମିତ ଶାହା(୩୦), ଗୌତମ ସୋନି(୩୩), କୁନ୍ଦନ ଶାହ(୪୧), ଧନଞ୍ଜୟ ଶର୍ମା(୩୨), ଅରବିନ୍ଦ ସୋନି(୩୦) ଓ ଝାଡ଼ଖଣ୍ଡ ଗୋଡ୍ଡା ଜିଲ୍ଲାର ଅମିତ କୁମାର(୩୦) ରାଉରକେଲାକୁ ଆସିଥିଲେ। ୫ ଜଣ ଅଭିଯୁକ୍ତ ଗୋପବନ୍ଧୁପାଲି ହନୁମାନ ମନ୍ଦିର ପାଖରେ ଥିବା ଅଶୋକ ୟାଦବ(୪୨)ଙ୍କ ଘରେ ଭଡ଼ାରେ ରହୁଥିଲେ। ଏମାନେ ଅତ୍ୟନ୍ତ ଯୋଜନାବଦ୍ଧଭାବେ ଚୋରି କରୁଥିଲେ। ସୁନା ସଫା କରିବା ଆଳରେ ରାଉରକେଲାର ଗଳିକନ୍ଦିରେ ପଶି ମହିଳା, ବୃଦ୍ଧାଙ୍କଠାରୁ ସୁନା ଗହଣା ଲୁଟି ଚମ୍ପଟ୍‌ ମାରୁଥିଲେ। ଉକ୍ତ ଚୋରି ସୁନାକୁ ନେଇ ଭାଗଲପୁରର ଦୁଇବେପାରୀ ଅନିଲ କୁମାର(୪୯), ମେହରାଜ ହାଲଦାର(୩୬)ଙ୍କୁ ବିକ୍ରି କରୁଥିଲେ। ଗତ ୨୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ଦୁଇଜଣ ଅଭିଯୁକ୍ତ ଉଦିତନଗର ରେଭେନ୍ୟୁ କଲୋନିରେ ପଶିଥିଲେ। ସୁନା ସଫା କରିବାକୁ ଅଳଙ୍କାର ମାଗିବା ବେଳେ ଜଣେ ପୁଲିସ କର୍ମଚାରୀଙ୍କ ନଜରରେ ପଡ଼ିଯାଇଥିଲେ।
ଉଭୟଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରିବାରୁ ଗ୍ୟାଙ୍ଗ୍‌ ବିଷୟରେ ଜଣାପଡ଼ିଥିଲା। ଗ୍ୟାଙ୍ଗ୍‌ର ଅନ୍ୟ ଚାରିଜଣ ସଦସ୍ୟ ଓ ଘର ଭଡ଼ା ଦେଇଥିବା ଅଭିଯୁକ୍ତକୁ ଗୋପବନ୍ଧୁପାଲିରୁ ପୁଲିସ ଗିରଫ କରିଥିଲା। ଏହାସହ ଦୁଇ ବେପାରୀଙ୍କୁ କାବୁ କରିବାକୁ ପୁଲିସର ୧୦ ଜଣିଆ ଟିମ୍‌ ଭାଗଳପୁର ବାହାରିଥିଲା। ସେଠାରେ ଦୁଇଦିନ ଛାନ୍‌ଭି୍‌ କଲାପରେ ଶେଷରେ ଉଭୟଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। ଉଲ୍ଲେଖଯୋଗ୍ୟ, ସହରରେ ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ, ଏଭଳି ଧରଣର ୨୭ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୨୧ଟି ମାମଲାରେ ଏହି ଗ୍ୟାଙ୍ଗ୍‌ ଜଡ଼ିତ ଅଛନ୍ତି। ଏହି ଗ୍ୟାଙ୍ଗ୍‌ ସେକ୍ଟର-୧୫ ପୁଲିସ ଥାନା ଅଞ୍ଚଳରେ ୬ଟି ଚୋରି ମାମଲାରେ ସଂପୃକ୍ତ ଥିବାବେଳେ ସେକ୍ଟର-୧୯ ଥାନାରେ ୨ଟି, ସେକ୍ଟର-୩ରେ ୨ଟି, ବିଶ୍ରା ଥାନାରେ ୨ଟି, ସେକ୍ଟର-୭ରେ ୩ଟି, ଝୀରପାଣିରେ ୨ଟି, ପ୍ଲାଣ୍ଟ୍‌ସାଇଟ୍‌ରେ ୧ଟି ଓ ରଘୁନାଥପାଲି ଥାନାରେ ୩ଟି ମାମଲାରେ ସାମିଲ ଅଛନ୍ତି। ଅଭିଯୁକ୍ତଙ୍କ ପାଖରୁ ୮ଟି ମୋବାଇଲ ଫୋନ, ୩ଟି ବାଇକ୍‌(ଜେଏଚ୍‌-୧୭-ଏଏ-୮୭୭୭, ବିଆର୍‌-୧୦-ଏପି-୫୨୬୪ ଓ ଜେଏଚ୍‌-୧୭-ଜେଡ୍‌-୯୨୯୩) ଜବତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe