ନୀଳଗିରିରେ ଜଳିଗଲା ୨ଟି ପରିବାରର ୯ ବଖରା ଘର

ନୀଳଗିରିରେ ଜଳିଗଲା ୨ଟି ପରିବାରର ୯ ବଖରା ଘର। ନିନିମଣୀ ସିଂଙ୍କ ୩ ବଖରା ଘର ଜଳିଥିବା ବେଳେ ଗୌରୀମଣି ସିଂଙ୍କ ୬ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର କାରଣ ଅସ୍ପଷ୍ଟ।

bh

ନୀଳଗିରି:ନୀଳଗିରିରେ ଜଳିଗଲା ୨ଟି ପରିବାରର ୯ ବଖରା ଘର। ନିଆଁର କାରଣ ଅସ୍ପଷ୍ଟ। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ନିମପାଳ ଗ୍ରାମର ନିନିମଣୀ ସିଂଙ୍କ ଘରେ କୌଣସି କାରଣବଶତଃ ହଠାତ ନିଆଁ ଲାଗିଥିଲା ।କେହି ଘରେ ନଥିବା କାରଣରୁ ତୁରନ୍ତ ନିଆଁ ଲାଗି ଘରଗୁଡ଼ିକ ହୁତୁହୁତୁ ହୋଇ ଜଳିବା ସହ ପବନ କାରଣରୁ ନିଆଁ ବ୍ୟାପି ନିକଟ ଗୌରୀମଣି ସିଂଙ୍କ ଘରେ ଲାଗି ଜଳିବାକୁ ଆରମ୍ଭ କରିଥିଲା। ଗୌରୀମଣୀଙ୍କ ପରିବାର ଲୋକେ ବାହାରକୁ ଦୌଡ଼ିଆସି ଜୀବନ ବଞ୍ଚାଇବା ସହ ନୀଳଗିରି ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ।

ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ନିମପାଳ ଗ୍ରାମର ନିନିମଣୀ ସିଂଙ୍କ ଘରେ କୌଣସି କାରଣବଶତଃ ହଠାତ ନିଆଁ ଲାଗିଥିଲା ।କେହି ଘରେ ନଥିବା କାରଣରୁ ତୁରନ୍ତ ନିଆଁ ଲାଗି ଘରଗୁଡ଼ିକ ହୁତୁହୁତୁ ହୋଇ ଜଳିବା ସହ ପବନ କାରଣରୁ ନିଆଁ ବ୍ୟାପି ନିକଟ ଗୌରୀମଣି ସିଂଙ୍କ ଘରେ ଲାଗି ଜଳିବାକୁ ଆରମ୍ଭ କରିଥିଲା। ଗୌରୀମଣୀଙ୍କ ପରିବାର ଲୋକେ ବାହାରକୁ ଦୌଡ଼ିଆସି ଜୀବନ ବଞ୍ଚାଇବା ସହ ନୀଳଗିରି ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ।

ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ମୋଟ ନଅ ବଖରା ଚାଳଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ହେଲେ ନିଆଁ ଲାଗିବାର କାରଣ ଏଯାବତ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ ବୋଲି ଅନୁମାନ କରାଯାଉଛି। ନିନିମଣୀ ସିଂଙ୍କ ୩ ବଖରା ଘର ଜଳିଥିବା ବେଳେ ଗୌରୀମଣି ସିଂଙ୍କ ୬ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। କୌଣସି ସଂଙ୍ଗଠନ କିମ୍ବା ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ଉଭୟ ପରିବାରର ଲୋକମାନେ।

fire

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe