ତୁରେକେଲା ଅଞ୍ଚଳରୁ ୯ ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା ଅଂଚଳ ବୁଢ଼ୀବାହାଲ, ଗଡ଼ଗଡ଼ବହାଲ ଗାଁର ୯ଜଣ ଦାଦନ ଶ୍ରମିକ ବୋଲେରୋରେ ବିଜୟୱାଡାକୁ ଟ୍ରେନ ଯୋଗେ ଯିବାର ପ୍ରସ୍ତୁତ ହେଉଥିଲେ। ତୁରେକେଲା ପୁଲିସ ୯ ଦାଦନ ଉଦ୍ଧାର କରିଥିବା ଜଣାପଡ଼ିଛି।

dadan

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ଦାଦନ ଉଦ୍ଧାର। ଚଳିତ ବର୍ଷ ନୂଆଖାଇ ପରେ ପ୍ରଥମ ଥର ତୁରେକେଲା ପୁଲିସ ଦାଦନ ଉଦ୍ଧାର କରିଥିବା ଜଣାପଡ଼ିଛି। ତୁରେକେଲା ଅଂଚଳ ବୁଢ଼ୀବାହାଲ, ଗଡ଼ଗଡ଼ବହାଲ ଗାଁର  ୯ଜଣ ଦାଦନ ଶ୍ରମିକ ବୋଲେରୋରେ ବିଜୟୱାଡାକୁ ଟ୍ରେନ ଯୋଗେ ଯିବାର ପ୍ରସ୍ତୁତ ହେଉଥିଲେ।

ତେବେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଏମାନେ ବେନିୟମ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ଏହାପରେ ଦାଦନମାନଙ୍କୁ  ଉଦ୍ଧାର କରିବା ସହ ପୁଲିସ ଚାଲାଣ କରୁଥିବା ଦାଦନ ସର୍ଦାରକୁ ମଧ୍ୟ ଅଟକ ରଖି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe