ଆଳିରେ ପୁଣି ୯ ଛାତ୍ରୀ ଅସୁସ୍ଥ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକର ସିଙ୍ଗିରି ଚକ୍ରଧର ହାଇସ୍କୁଲ, ହସିମୁଦ୍ଦିନ ସ୍କୁଲ୍ ଓ ମେଣ୍ଢପୁର ହାଇସ୍କୁଲ ପରେ ଆଜି ନିଆଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ ଛାତ୍ରୀ ଅସୁସ୍ଥ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକର ସିଙ୍ଗିରି ଚକ୍ରଧର ହାଇସ୍କୁଲ, ହସିମୁଦ୍ଦିନ ସ୍କୁଲ୍ ଓ ମେଣ୍ଢପୁର ହାଇସ୍କୁଲ ପରେ ଆଜି ନିଆଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ ଛାତ୍ରୀ ଅସୁସ୍ଥ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

aul9


ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକର ସିଙ୍ଗିରି ଚକ୍ରଧର ହାଇସ୍କୁଲ, ହସିମୁଦ୍ଦିନ ସ୍କୁଲ୍ ଓ ମେଣ୍ଢପୁର ହାଇସ୍କୁଲ ପରେ ଆଜି ନିଆଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ ଛାତ୍ରୀ ଅସୁସ୍ଥ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

 ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ହଠାତ୍ ଜଣେ ପରେ ଜଣେ ୯ ଜଣ ଛାତ୍ରୀ ଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରି ଅସୁସ୍ଥ ହୋଇପଡିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିରୂପମା ବେହେରା,ଶୁଭଦର୍ଶିନୀ ସାମଲ,ଆଦ୍ୟାଶା ମହାନ୍ତି,ପ୍ରୀତିପ୍ରଦା ପାତ୍ର,ଲଭଲି ବେହେରା, ଅର୍ପିତା ସାମଲ, ଯଶସ୍ବୀ ତୃପ୍ତି ତନୁଜା, ଲକ୍ଷ୍ମୀପ୍ରିୟା ସାହୁ ଓ ଶ୍ରଦ୍ଧାଞ୍ଜଳି ରାଉତ ପ୍ରମୁଖ ୯ ଅସୁସ୍ଥ ଛାତ୍ରୀ ଏବେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ରହିଛନ୍ତି। ଅତ୍ୟଧିକ ଗରମ,ଗୁଳଗୁଳି କାରଣରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ଚିକିତ୍ସା ଦାୟିତ୍ବରେ ଥିବା ଡ଼ାକ୍ତର ପ୍ରଣବ କୁମାର ଶୁକ୍ଳା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe