ଧାନ, ମାଣ୍ଡିଆ ଫସଲ ନଷ୍ଟ କଲେ ହାତୀପଲ, ବନ ବିଭାଗ ନିରବ ଅଭିଯୋଗ

ବୌଦ୍ଧ ବ୍ଲକ୍ ବଘିଆପଡ଼ା ଗ୍ରାମ ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ଏକ ୧୫ ଟିକିଆ ହାତୀପଲ ଆସି ଧାନ ଓ ମାଣ୍ଡିଆ ଚାଷ ନଷ୍ଟ କରିଛନ୍ତି। ଗ୍ରାମର ଚାଷୀ ସାଗର କୱର ଓ ସୁଶାନ୍ତ ଜାନୀଙ୍କ ଅଧ ଏକର ଲେଖାଏଁ ଧାନ ଓ ମାଣ୍ଡିଆ ଚାଷ ଖାଇ ଦେବା ସହ ପାଦରେ ଦଳି ମାଡି ନଷ୍ଟ କରିଛନ୍ତି।

elephant

ଜହ୍ନ।ପଙ୍କ: ବୌଦ୍ଧ ବ୍ଲକ୍ ବଘିଆପଡ଼ା ଗ୍ରାମ ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ଏକ ୧୫ ଟିକିଆ ହାତୀପଲ ଆସି ଧାନ ଓ ମାଣ୍ଡିଆ ଚାଷ ନଷ୍ଟ କରିଛନ୍ତି। ଗ୍ରାମର ଚାଷୀ ସାଗର କୱର ଓ ସୁଶାନ୍ତ ଜାନୀଙ୍କ ଅଧ ଏକର ଲେଖାଏଁ ଧାନ ଓ ମାଣ୍ଡିଆ ଚାଷ ଖାଇ ଦେବା ସହ ପାଦରେ ଦଳି ମାଡି ନଷ୍ଟ କରି ଦେଇଛନ୍ତି। 

ଦୁଇଦିନ ହେଲା ନିକଟସ୍ଥ ଜଙ୍ଗଲରେ ରହିଥିବା ହାତୀପଲ ରାତିରେ ଜଙ୍ଗଲରୁ ବାହାରି ଧାନ ଓ ମାଣ୍ଡିଆ ଆଦି ଚାଷ ନଷ୍ଟ କରୁଥିବାରୁ ଗ୍ରାମର ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀମାନଙ୍କ କବଳରୁ ଚାଷକୁ ରକ୍ଷା କରିବା ପାଇଁ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। 

ରେଙ୍ଗାଲି ବିଟ ଓ ବଘିଆପଡା ଫରେଷ୍ଟ ସେକ୍ସନର କର୍ମଚାରୀମାନେ ନିଜର କାର୍ଯ୍ୟ କ୍ଷେତ୍ରରେ ଅନୁପସ୍ଥିତ ରହୁଥିବା ଓ ହାତୀ ସମ୍ପର୍କରେ ସୂଚନା ଦେଲେ କେବଳ ଫୋଟ ଭିଡିଓ ଉଠାଇ ଚାଲି ଯାଉଥିବା ଅଭିଯୋଗ ହୋଇଛି। ବିଗତ ବର୍ଷମାନଙ୍କରେ ମଧ୍ୟ ହାତୀ ଫସଲ ନଷ୍ଟ କରିଥିବା ଚାଷୀ ମାନଙ୍କୁ ବନ ବିଭାଗ କୌଣସି ସହାୟତା ପ୍ରଦାନ କରିନଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe