ପିଲାଙ୍କୁ ବଜ୍ରପାତ ଭୟ: ୧୫ ଦିନ ଭିତରେ ଗୋଟିଏ ସ୍କୁଲ୍‌ର ୨ଥର

Advertisment

ଅଗଷ୍ଟ ୫ ତାରିଖ। ସିଆର୍‌ପି ବରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟ‌ାଳୟରେ ବଜ୍ରପାତ ହୋଇଥିଲା। ପ୍ରଥମ ଦିନରେ ୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ପରଦିନ ଆଉ ଦୁଇଙ୍କ ହାତ ଠିକ୍‌ଭାବେ କାମ କରିନଥିଲା।

ଅଗଷ୍ଟ ୫ ତାରିଖ। ସିଆର୍‌ପି ବରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟ‌ାଳୟରେ ବଜ୍ରପାତ ହୋଇଥିଲା। ପ୍ରଥମ ଦିନରେ ୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ପରଦିନ ଆଉ ଦୁଇଙ୍କ ହାତ ଠିକ୍‌ଭାବେ କାମ କରିନଥିଲା।

ବଜ୍ରପାତରେ ଦୁଇ ମୃତ, ବର୍ଷା ଯୋଗୁଁ ଗଛ ତଳେ ନେଇଥିଲେ ଆଶ୍ରୟ

ଖଣ୍ଡଗିରି: ଅଗଷ୍ଟ ୫ ତାରିଖ। ସିଆର୍‌ପି ବରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟ‌ାଳୟରେ ବଜ୍ରପାତ ହୋଇଥିଲା। ପ୍ରଥମ ଦିନରେ ୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ପରଦିନ ଆଉ ଦୁଇଙ୍କ ହାତ ଠିକ୍‌ଭାବେ କାମ କରିନଥିଲା। ଘଟଣା ସେତିକିରେ ସରିନଥିଲା, ତିନିଦିନ ତଳେ ବିଦ୍ୟାଳୟରେ ପୁଣିଥରେ ବଜ୍ରପାତ ହୋଇଛି। ଏଥିରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବର୍ତ୍ତି ଯାଇଥିଲେ ମଧ୍ୟ ଇନଭର୍ଟର ପୋଡ଼ିଯାଇଛି। ୮ଟି ଫ୍ୟାନ୍‌ ଅଚଳ ହୋଇଛି। ସମସ୍ତ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ବିଦ୍ୟାଳୟ ଉପରେ ବାରମ୍ବାର ବଜ୍ରପାତ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥ‌‌ା ‌ହେଉଛି, ବିଦ୍ୟାଳୟ ଉପରେ ବଜ୍ରପାତ ହେବା ପରେ ଗଣଶିକ୍ଷା ଓ ଶକ୍ତି ବିଭାଗର ଅଧିକାରୀମାନେ ପହଞ୍ଚି ସମସ୍ତ ବ୍ୟବସ୍ଥା ଯାଞ୍ଚ କରିଥିଲେ। ଆର୍ଥିଂ ଓ ଆରେଷ୍ଟର୍ (ବିଜୁଳି ପ୍ରତିରୋଧକ ଯନ୍ତ୍ର) ଯାଞ୍ଚ କରିବା ପରେ ସମ୍ପୂର୍ଣ୍ଣ ଠିକ୍‌ ଥିବା ଅଧିକାରୀମାନେ କହିଥିଲେ। ମାତ୍ର ୧୯ ତାରିଖରେ ପୁଣିଥରେ ବଜ୍ରପାତ ହେବା ପରେ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କା‌ହିଁକି ବଜ୍ରପାତ ହେଲା ସେନେଇ କାହା ପାଖରେ ଉତ୍ତର ନାହିଁ। ବଜ୍ରପାତ ରୋକିବାକୁ ସମସ୍ତ ସୁବିଧା ଥିବା ପରେ ଯଦି ଗୋଟିଏ ବିଦ୍ୟାଳୟ ଦୁଇ ଥର ପ୍ରଭାବିତ ହେଲାଣି, ତ‌େବେ ରାଜଧାନୀର ଅନ୍ୟ ବିଦ୍ୟାଳୟଗୁଡ଼ିକ, ଏପରିକି ଅନ୍ୟ କୋଠାସବୁ ମଧ୍ୟ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। 

ବଜ୍ରପାତ ଘଟଣାର ଗୁରୁତ୍ବକୁ ବୁଝି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ପଣ୍ଡା ଲିଖିତ ଆକାରରେ ଆର୍‌ଆଣ୍ଡ୍‌ବି ଡିଭିଜନ୍-୩ର ଅଧିକ୍ଷକ, ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ସମେତ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ନେଇଥିଲେ। ସମସ୍ତ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବିଦ୍ୟାଳୟରେ ଲାଗିଥିବା ଆର୍ଥିଂ ବ୍ୟବସ୍ଥା ଓ ଆରେଷ୍ଟରକୁ ତଦାରଖ କରି ସମ୍ପୂର୍ଣ୍ଣ ଠିକ୍‌ ରହିଥିବା ମତବ୍ୟକ୍ତ କରିଥିଲେ। ଘଟଣା‌କୁ ମାସେ ନପରୂଣୁ ବିଦ୍ୟାଳୟରେ ପୁଣି ବଜ୍ରପାତ ହେବା ପରେ ଏବେ ଏକାଧିକ ପ୍ରଶ୍ନ ଉଠୁଛି। ଯଦି ଏଠାରେ ଲାଗିଥିବା ଆର୍ଥିଂ ବ୍ୟବସ୍ଥା ଓ ଆରେଷ୍ଟରରେ କିଛି ସମସ୍ୟା ନଥିଲା ତେବେ ବିଦ୍ୟାଳୟକୁ ବଜ୍ରପାତ ହେଲା କେ‌ମିତି? ଯଦି ଏଥି‌ରେ କିଛି ତ୍ରୁଟି ଥିଲା, ତେବେ ଯାଞ୍ଚ ସମୟରେ ଅଧିକା‌ରୀମାନେ ଜାଣିପାରିଲେ ନାହିଁ ନା ଜାଣିଶୁଣି କ୍ଲିନ୍‌ଚିଟ୍‌ ଦେଇଥିଲେ? ପ୍ରଧାନଶିକ୍ଷୟିତ୍ରୀ ଏ ପ୍ରସଙ୍ଗରେ କହିଛନ୍ତି, ବିଦ୍ୟାଳୟରେ ୧୧୦୦ରୁ ଅଧିକ ପିଲା ପଢ଼ୁଥିବାରୁ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ସିସିଟିଭିଠାରୁ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ, ବିଦ୍ୟାଳୟରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। କୌଣସି କ୍ଷେତ୍ରରେ ଅବହେଳା କରାଯାଇ ନାହିଁ। ୫ ତାରିଖ ବଜ୍ରପାତ ପରେ ତୁରନ୍ତ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। ସବୁ ଠିକ୍‌ ଥିବା ସେମାନେ କହିଥିଲେ। ବଜ୍ରପାତ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଏଥିରେ କିଛି କରି ହେବନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଦ୍ୟୁତ୍‌ ବିଶେଷଜ୍ଞ ଏକେ ପଣ୍ଡାଙ୍କ କହିବାନୁଯାୟୀ, ଆର୍ଥିଂ ସହ କୋଠାର ସମସ୍ତ କୋଠରିକୁ ଠିକ୍‌ ଭାବେ ସଂଲଗ୍ନ କରାଯାଇ ନ ଥିଲେ ବଜ୍ରପାତର ପ୍ରଭାବ ପଡ଼ିପାରେ। ହଠାତ୍ ଆସୁଥିବା ବିଦ୍ୟୁତ୍‌କୁ ତୁରନ୍ତ ଗ୍ରହଣ କରି ଏହାକୁ ମାଟିରେ ଛାଡ଼ିବା ପାଇଁ ହିଁ ଆର୍ଥିଂ କରାଯାଏ। ତେଣୁ ଯେତେ ପରିମାଣରେ ବିଦ୍ୟୁତ୍‌ ଆସି‌ଲେ ମଧ୍ୟ କିଛି ଅସୁବିଧା ହେବାକଥା ନୁ‌ହେଁ। ଏହି ବିଦ୍ୟାଳୟ ପାଖରେ ୨ଟି ଟାୱାର ରହିଛି। ବଜ୍ରପାତର ପ୍ରଭାବ ଅଧିକ ଥିବାରୁ ଯଦି ଏଭଳି ହୋଇଥାନ୍ତା, ତେବେ ଆଗ ଟାୱାର ପୋଡ଼ି ଯାଇଥାନ୍ତା। ହେଲେ ଟ‌ାୱାର୍‌ଗୁଡ଼ିକରେ ଟ୍ରାଇପଏଡ୍‌ ଆର୍ଥିଂ ହୋଇଥିବାରୁ ଟାୱାର ପୋଡ଼ିନାହିଁ। ତେଣୁ ଆର୍ଥିଂ ଓ ଆରେଷ୍ଟରରେ ହିଁ ସମସ୍ୟା ରହିଥିବ। ତାହାକୁ ଭଲଭାବେ ଯାଞ୍ଚ କରାଯିବାର ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe