ନୂଆଦିଲ୍ଲୀ : ମୃତ୍ୟୁ ହୋଇଥିବା ୨.୫ କୋଟି ଲୋକଙ୍କ ଆଧାର ନମ୍ବରକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ନିସ୍କ୍ରିୟ କରିଛନ୍ତି। ଆଧାର ତଥ୍ୟାବଳୀକୁ ସଠିକ୍ ଓ ଭରସାଯୋଗ୍ୟ ରଖିବା ଲାଗି ଚାଲିଥିବା ଦେଶବ୍ୟାପୀ ଅଭିଯାନର ଅଂଶସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣତଃ ମୃତକଙ୍କ ଆଧାର ନମ୍ବରକୁ ବ୍ୟବହାର କରି ଠକେଇ କରିବାକୁ ଉଦ୍ୟମ କରାଯାଇଥାଏ। ସେମାନଙ୍କ ଆଧାର ନମ୍ବରକୁ ଅଚଳ କରିଦିଆଯାଇଥିବାରୁ ତାହାକୁ ଠକେଇରେ ବ୍ୟବହାର କରାଯାଇପାରିବ ନାହିଁ। ସେହି ନମ୍ବର ଜରିଆରେ ସରକାରୀ ଯୋଜନାର ଲାଭକୁ ବାଟମାରଣା ମଧ୍ୟ କରାଯାଇପାରିବ ନାହିଁ। ଦେଶରେ ୧୩୪ କୋଟି ଲୋକଙ୍କ ଆଧାର ନମ୍ବର ଜାରି କରାଯାଇଛି। ଏହା ହେଉଛି ବିଶ୍ବର ସର୍ବବୃହତ୍ ବାୟୋମେଟ୍ରିକ୍ ପରିଚୟ ବ୍ୟବସ୍ଥା।
Aadhaar :୨.୫ କୋଟି ମୃତକଙ୍କ ଆଧାର ନମ୍ବର ଅଚଳ
Advertisment
Follow Us