ରାଉରକେଲା : ଗରିବଙ୍କୁ ଆହାର କେନ୍ଦ୍ରରେ ୫ ଟଙ୍କାରେ ପେଟପୂରା ଭାତ, ଡାଲ୍ମା ଓ ଆଚାର ଦେବାକୁ ସରକାରଙ୍କର ରହିଛି ସ୍ପଷ୍ଟ ନିର୍ଦ୍ଦେଶନାମା। ହେଲେ ସ୍ମାର୍ଟସିଟି ରାଉରକେଲା ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ‘ଆହାର’ ନାଁରେ ଗରିବଙ୍କୁ କରାଯାଉଛି ଲୁଟ୍। ଥାଳି ପିଛା ଭାତ, ଡାଲ୍ମା ଓ ଆଚାର ପାଇଁ ୫ ଟଙ୍କା ବଦଳରେ ନିଆଯାଉଛି ୧୦ ଟଙ୍କା। ଆହାର କେନ୍ଦ୍ରରେ ରଖାଯାଇଛି ଦୁଇ ପ୍ରକାର ଥାଳି। ଛୋଟଥାଳି ଭୋଜନକୁ ୫ ଟଙ୍କା। ବଡ଼ଥାଳିରେ ଭୋଜନକୁ ୧୦ ଟଙ୍କା। ଗୋଟିଏ କି ଦୁଇଟି ଆହାର କେନ୍ଦ୍ରରେ ନୁହେଁ, ସହରର ପ୍ରାୟ କେନ୍ଦ୍ରରେ ସେହି ସମାନ ସ୍ଥିତି। ଯାହାକୁ ନେଇ ଅନେକ ସମୟରେ କେନ୍ଦ୍ର ଚଳାଉଥିବା
ଆହୁରି ପଢନ୍ତୁ: Pushpa in a negative role: ନକାରାତ୍ମକ ଭୂମିକାରେ ପୁଷ୍ପା
ଏସ୍ଏଚ୍ଜି ମହିଳା ଓ ଗରିବ (ହିତାଧିକାରୀ)ଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ କଥାଯାଉଛି। ଫଳ କିନ୍ତୁ ଶୂନ୍। ବାଧ୍ୟ ହୋଇ ଭୋକମେଣ୍ଟାଇବାକୁ ଗରିବ ହିତାଧିକାରୀ ପେଟପୂରା ଭୋଜନକୁ ୧୦ ଟଙ୍କା, ଅଧାପେଟ ପାଇଁ ୫ ଟଙ୍କା ଦେବାକୁ ପଡୁଛି। ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ନୂଆ ବସ୍ଷ୍ଟାଣ୍ଡ ଆହାର କେନ୍ଦ୍ରରେ ଏଭଳି ବ୍ୟବସ୍ଥାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେନ୍ଦ୍ରରେ ଦିନକୁ ୯୦୦ ଗରିବଙ୍କ ପାଇଁ ଭାତ, ଡାଲ୍ମା ଆସୁଛି। ହେଲେ ଗରିବଙ୍କୁ ଦୁଇ ପ୍ରକାର ଥାଳିରେ ପରଷା ଯାଉଛି।
ସେକ୍ଟର-୨ ସରକାରୀ ବସ୍ଷ୍ଟାଣ୍ଡ କେନ୍ଦ୍ରରେ ଦିନକୁ ୫୦୦, ସେକ୍ଟର-୧୯ ଅନ୍ତର୍ଗତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ସମ୍ମୁଖ ଆହାର କେନ୍ଦ୍ରରେ ମଧ୍ୟାହ୍ନରେ ୫୦୦ ଓ ରାତିରେ ୧୦୦, ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଚିଏଚ୍) ପରିସର କେନ୍ଦ୍ରରେ ମଧ୍ୟାହ୍ନରେ ୧୦୦୦ ଓ ରାତିରେ ୩୦୦, ପାୱାର ହାଉସ୍ରୋଡସ୍ଥ କେନ୍ଦ୍ରରେ ମଧ୍ୟାହ୍ନରେ ୯୦୦, ବେଦବ୍ୟାସ କେନ୍ଦ୍ରରେ ଗୋଟିଏ ଓଳି ଦୈନିକ ୧୦୦୦ ଗରିବଙ୍କୁ ଏମିତି ଦିନକୁ ମୋଟ ୫,୨୦୦ ଆହାର ଆର୍ଏମ୍ସି ପକ୍ଷରୁ ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ଆହାର ଭୋଜନ ମୂଲ୍ୟ ସରକାର ୨୭ ଟଙ୍କା ଧାର୍ଯ୍ୟ କରିଛନ୍ତି। ୨୨ ଟଙ୍କା ସରକାର ବହନ କରୁଛନ୍ତି।
ଆହୁରି ପଢନ୍ତୁ: Stolen: ଖଣିଅଞ୍ଚଳରେ ଲୁଟିଲେଣି ୧୦ରୁ ଅଧିକ ଟ୍ରାନ୍ସଫର୍ମର
ହିତାଧିକାରୀ ଦେବା କଥା ୫ଟଙ୍କ। ବଣାଇର ସୁଭଦ୍ରା ପ୍ରଧାନ, ବାସନ୍ତୀ କଲୋନିର ତପନ କୁମାର, ବନ୍ଧମୁଣ୍ଡାର ସନୋଜ କୁମାର ସାହୁ ପାଣିଆ ଡାଲ୍ମା ଓ ଭାତକୁ ପେଟପୂରା ଖାଇବାକୁ ୧୦ ଟଙ୍କା ନିଆଯାଉଛି ବୋଲି କହିଛନ୍ତି। ୨୦୦ରୁ ଅଧିକ ଥାଳି କଳଙ୍କି ଲାଗି ପଡ଼ିଛି। ଯେତିକି ଥାଳି ଅଛି, ଜଣେ ଖାଇ ସାରିଲା ପରେ ଅନ୍ୟମାନଙ୍କୁ ଦିଆଯାଉଛି। ୧୦୦ ଲୋକ ପାଣି ପିଇବାକୁ ରହିଛି ଗୋଟିଏ ମାତ୍ର ଗ୍ଲାସ୍। ଆହାର କେନ୍ଦ୍ରର ପରିମଳ ବ୍ୟବସ୍ଥା ନ କହିବା ଭଲ୍। ଆର୍ଏମ୍ସିର ଡେପୁଟି କମିସନର ଅଜିତ ପଟ୍ଟନାୟ କହିଛନ୍ତି, ଏମିତି ଅଭିଯୋଗ ଆଦୌ ଗ୍ରହଣୀୟ ନୁହେଁ। ପ୍ରତ୍ୟେକ ଆହାର କେନ୍ଦ୍ରର ନିଶ୍ଚିତ ଭାବେ ତଦନ୍ତ କରାଯିବ। ଯେଉଁମାନେ ଏଭଳି କରୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/14/ikji-2026-02-14-09-01-06.jpeg)