(Photo Credits: Facebook)
ନୂଆଦିଲ୍ଳୀ: ପୂର୍ବ ଦିଲ୍ଳୀରୁ ଆମ୍ ଆଦ୍ମୀ ପାର୍ଟି(ଆପ୍) ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ଆପ୍ ନେତ୍ରୀ ଅତିଶୀ କ୍ରିକେଟର୍ ତଥା ବିଜେପି ଲୋକସଭା ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ନାମରେ ଶୁକ୍ରବାର ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗୌତମଙ୍କ ନାମରେ ଦିଲ୍ଲୀର ଦୁଇଟି ଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ଦୁଇଟି ଭିନ୍ନ ଭୋଟର୍ ଆଇଡି ରଖିଛନ୍ତି।
ଅତିଶୀ ଏକ ଟୁଇଟ୍ ସିରିଜ୍ରେ ଗମ୍ଭୀରଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି,‘ ପୂର୍ବ ଦିଲ୍ଲୀର ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମୁଁ ଏକ ଅପରାଧୀକ ମାମଲା ରୁଜୁ କରିଛି। ଦିଲ୍ଲୀର କୋରାଲ ବାଗ୍ ଓ ରାଜିନ୍ଦେର ନଗରର ଦୁଇଟି ଭିନ୍ନ ସଂସଦୀୟ କ୍ଷେତ୍ରରୁ ଗୌତମ ଗମ୍ଭୀରଙ୍କର ଭିନ୍ନ ଦୁଇଟି ଭୋଟର୍ ଆଇଡି ରହିଛି।’
Follow Us