ଆପ୍‌ ପ୍ରାର୍ଥୀଙ୍କ ପୁଅର ବଡ଼ ଖୁଲାସା : ପଶ୍ଚିମ ଦିଲ୍ଲୀ ଟିକେଟ୍‌ ଲାଗି ବାପା କେଜ୍ରିଓ୍ଵାଲ୍‌ଙ୍କୁ ଦେଇଛନ୍ତି ୬ କୋଟି

ଆପ୍‌ ପ୍ରାର୍ଥୀଙ୍କ ପୁଅର ବଡ଼ ଖୁଲାସା : ପଶ୍ଚିମ ଦିଲ୍ଲୀ ଟିକେଟ୍‌ ଲାଗି ବାପା କେଜ୍ରିଓ୍ଵାଲ୍‌ଙ୍କୁ ଦେଇଛନ୍ତି ୬ କୋଟି

PHOTO-INDIATODAY

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଜଣେ ପ୍ରାର୍ଥୀଙ୍କ ପୁଅ ଏକ ବଡ଼ ଖୁଲାସା କରିଛନ୍ତି, ଯାହା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଅଡୁଆରେ ପକାଇଛି। କେଜ୍ରିଓ୍ଵାଲ ଟଙ୍କା ନେଇ ଦଳୀୟ ଟିକେଟ୍‌ ବିକୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ।

ପଶ୍ଚିମ ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆପ୍‌ ପ୍ରାର୍ଥୀ ହୋଇଥିବା ବଲ୍‌ବୀର ସିଂ ଜାଖରଙ୍କ ପୁଅ ଉଦୟ କହିଛନ୍ତି ଯେ, ଟଙ୍କା ଦେଇ ତାଙ୍କ ବାପା ଆପ୍‌ ଟିକେଟ୍‌ ପାଇଛନ୍ତି।


ସେ କହିଛନ୍ତି ,‘ମୋ ବାପା ମାତ୍ର ୩ ମାସ ଆଗରୁ ରାଜନୀତିରେ ଯୋଗ ଦେଇଛନ୍ତି। ସେ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କୁ ୬ କୋଟି ଟଙ୍କା ଦେଇ ଟିକେଟ ପାଇଛନ୍ତି।’ ଏ ନେଇ ତାଙ୍କ ପାଖରେ ପ୍ରମାଣ ରହିଛି ବୋଲି ଦାବି କରିଛନ୍ତି ଉଦୟ। ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ଉଦୟଙ୍କ ଏହି ବୟାନର ଭିଡିଓ ମଧ୍ୟ ଜାରି କରିଛି।

ଉଲ୍ଲେଖଯୋଗ୍ୟ କି ଦିଲ୍ଲୀର ସମସ୍ତ ୧୨ଟି ଲୋକସଭା ଆସନ ଲାଗି ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe