(Photo Credits: Facebook, Amit Shah)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେ ଭି ଚୌକିଦାର’ ପ୍ରଚାରକୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କ ଫେସ୍ବୁକ ପ୍ରୋଫାଇଲ୍ ଫଟୋ ବଦଳାଇ ଦେଇଛନ୍ତି। ସେ ତାଙ୍କ ଫେସ୍ବୁକ୍ ପ୍ରୋଫାଇଲ୍ ଫଟୋକୁ ବଦଳାଇ ତାଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫଟୋ ରଖିଛନ୍ତି। ସେଥିରେ ଲେଖାଯାଇଛି କି ‘ମେ ଭି ଚୌକିଦାର’।
ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାହା ରବିବାରଠାରୁ ଫେସ୍ବୁକ୍ରେ ପ୍ରଚାର ଆରମ୍ଭ କରିଛନ୍ତି। ସେ ତାଙ୍କ ପ୍ରେଫାଇଲ୍ ଫଟୋ ବଦଳାଇବା ପରେ ଲେଖିଛନ୍ତି, ‘‘ମେ ଭି ଚୌକିଦାର’ ଆନ୍ଦୋଳନ କୁ ଦୃଢ଼ କରିବା ପାଇଁ ମୁଁ ମୋ ଫ୍ରୋଫାଇଲ୍ ଫଟୋ ବଦଳାଇଛି। ଆପଣମାନେ ସମସ୍ତେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଅଭିଯାନରେ ଯୋଗ ଦିଅନ୍ତୁ।’
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ବିଜେପି ପକ୍ଷରୁ ‘ମେ ଭି ଚୌକିଦାର’ ପ୍ରଚାର ଭିଡିଓ ଜାରି ହୋଇଛି। ଏହି ଭିଡିଓ ଜାରି ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଜେପି ନେତା ନିଜ ସୋସିଆଲ୍ ମିଡିଆ ସାଇଟ୍ରେ ନିଜ ନାମ ପୂର୍ବରୁ ଚୌକିଦାର ଶବ୍ଦ ଲଗାଇଛନ୍ତି।
Follow Us