ଇସଲାମାବାଦ: ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ସୁଧୁରିବାର ନାଁ ନେଉନାହିଁ। ପାକିସ୍ତାନ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆତଙ୍କବାଦୀଙ୍କ ପାଇଁ ଏହା ଭୂସ୍ବର୍ଗ ପାଲଟିଛି। ଭାରତ ଆତଙ୍କବାଦ ବିରୋଧରେ ଲଗାତାର କଡ଼ା ଚେତାବନୀ ଦେବା ସତ୍ତ୍ବେ ପାକିସ୍ତନା ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କରୁଛି। ଏହାର ଫଳ ସ୍ବରୂପ ଆତଙ୍କବାଦୀମାନେ ଏବେ ଭାରତ ବିରୋଧରେ ବିଷ ଉଗାରୁଛନ୍ତି। ଏକ ସଦ୍ୟ ଘଟଣାକ୍ରମରେ ଏଲ୍‌ଇଟି (ଲସ୍କର ଏ ତଏବା) ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ ଅବୁ ମୁସା କଶ୍ମୀରୀ ହିନ୍ଦୁମାନଙ୍କ ମୁଣ୍ଡ କାଟ ପାଇଁ ଧମକ ଦେଇଛି।

Advertisment

ଅବୁ ମୁସା କାଶ୍ମୀରୀର ଏକ ଭିଡିଓ ଭାଇରାଲ୍‌ ହୋଇଛି ଯେଉଁଥିରେ ସେ ହିନ୍ଦୁମାନଙ୍କୁ ହତ୍ୟା କଥା କହିଛି। ପିଓକେରେ ଅବୁ ମୁସା ଏହି ଟିପ୍ପଣୀ ଦେଇଛି। ଏହାର ଭିଡିଓ ଏବେ ଜୋରଦାର ଭାଇରାଲ୍‌ ହୋଇଛି। କିନ୍ତୁ ଏହି ଭିଡିଓଟି କେବେ ରେକର୍ଡ କରାଯାଇଛି ‌ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଭିଡିଓରେ ମୁସା କହିଛି ଯେ କାଶ୍ମୀର ପ୍ରସଙ୍ଗ କେବଳ ଆତଙ୍କବାଦ ଏବଂ ଜିହାଦ ଦ୍ବାରା ସମାଧାନ ହୋଇପାରିବ।

ଆହୁରି ପଢନ୍ତୁ: Football: ଆଇ-ଲିଗ୍ ଓ ଆଇଏସ୍‌ଏଲ୍‌ ପାଇଁ ଏଆଇଏଫ୍‌ଏଫ୍‌ର ୨୧ବର୍ଷୀୟା ନସ୍କା

ଭିକ ମାଗିଲେ ସ୍ବାଧୀନତା ମିଳିବନି। ବରଂ ହିନ୍ଦୁମାନଙ୍କୁ ମୁଣ୍ଡ କାଟିଲେ ସ୍ବାଧୀନତା ମିଳିବ। ସୋସିଆଲ ମିଡିଆ ପୋଷ୍ଟ୍‌ରେ ଦାବି କରାଯାଇଛି ଯେ ମୁସା ବ୍ୟକ୍ତିଗତ ଭାବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ମନ୍ତ୍ରୀମାନଙ୍କୁ କହିଛି ଯେ ଜିହାଦ ଏବଂ ଆତଙ୍କବାଦ ଦ୍ବାରା କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ ବୋଲି ସେ ବିଶ୍ବାସ କରୁଛି। ଉଲ୍ଳେଖଯୋଗ୍ୟ ଯେ ଅବୁ ମୁସା ହେଉଛି ଏଲଇଟିର ଜଣେ ଆତଙ୍କବାଦୀ ।

ଆହୁରି ପଢନ୍ତୁ: Another scam rocks Sabarimala: ମନ୍ଦିରରେ ‘ଆଦିୟା ସିଷ୍ଟମ୍ ଘିଅ’ ବିକ୍ରିରେ ୩୫ ଲକ୍ଷ ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ

ଜେକେୟୁଏମ୍‌ (ଜମ୍ମୁ କାଶ୍ମୀର ୟୁନାଇଟେଡ୍‌ ମୁଭମେଣ୍ଟ)ର ସେ ଜଣେ ବରିଷ୍ଠ କମାଣ୍ଡର ଯାହା ଏଲ୍‌ଇଟି ସହ ଜଡ଼ିତ। ୨୦୨୫ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ମଧ୍ୟ ତା‌’ର ସମ୍ପୃକ୍ତି ଥିଲା। ମିଳିଥିବା ସୂଚନାନୁଯାୟୀ ଅବୁ ମୁସା ହେଉଛି ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ସେ ସୈଫୁଲ୍ଲା କସୁରୀର ଘନିଷ୍ଠ। ଅବୁ ମୁସାର ଏହି ଭିଡିଓ ଭାଇରାଲ୍‌ ହେବାପରେ ଭାରତୀୟ ସୁରକ୍ଷା ସଂସ୍ଥା ଗୁଡ଼ିକ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।