ଆପାର୍ଟମେଣ୍ଟରୁ ପଡ଼ି ଏସି ମେକାନିକଙ୍କ ମୃତ୍ୟୁ

ବନ୍ଧମୁଣ୍ଡା ଡି-ସେକ୍ଟରସ୍ଥ ଏକ ନବନିର୍ମିତ ଆପାର୍ଟମେଣ୍ଟରେ ଏସି ଲଗାଉଥିବାବେଳେ ଦ୍ୱିତୀୟ ମହଲାରୁ ପଡ଼ି ଜଣେ ଏସି ମେକାନିକଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତ ମେକାନିକ ଜଣକ ରାଉରକେଲା ସେକ୍ଟର-୨୧ ନୟାବଜାର ବାସିନ୍ଦା ପ୍ରକାଶ ପାଣଗ୍ରାହୀ (୨୮)।

RGH

ବନ୍ଧମୁଣ୍ଡା: ବନ୍ଧମୁଣ୍ଡା ଡି-ସେକ୍ଟରସ୍ଥ ଏକ ନବନିର୍ମିତ ଆପାର୍ଟମେଣ୍ଟରେ ଏସି ଲଗାଉଥିବାବେଳେ ଦ୍ୱିତୀୟ ମହଲାରୁ ପଡ଼ି ଜଣେ ଏସି ମେକାନିକଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଘଟଣାଟି ଶନିବାର ଅପରାହ୍‌ଣ ସାଢେ ଚାରିଟାରେ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। କୁହାଯାଉଛି ଯେ ମେକାନିକ ଜଣକ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଏସି ଲଗାଉ ଥିବା ସମୟରେ ସେ ଭାରସାମ୍ୟ ହରାଇ ସିଧା ମୁହଁମାଡ଼ି ତଳେ ପଡ଼ି ଯାଇଥିଲେ। ଏହି ଦୁର୍ଘଟଣାରେ ମେକନିକର ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମେକାନିକଙ୍କର ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ମୃତ ମେକାନିକ ଜଣକ ରାଉରକେଲା ସେକ୍ଟର-୨୧ ନୟାବଜାର ବାସିନ୍ଦା ପ୍ରକାଶ ପାଣଗ୍ରାହୀ (୨୮)। ଅନ୍ୟପକ୍ଷରେ ଏହି ଆପର୍ଟମେଣ୍ଟରେ ସୁରକ୍ଷା ନିମୟକୁ ବେଖାତିର କରି କର୍ମଚାରୀମାନେ କାମ କରୁଥିବା ଅଭିଯୋଗ‌ ହୋଇଛି। ଯଦି ମେକାନିକ ଜଣଙ୍କ ସୁରକ୍ଷା ବେଲ୍‌ଟ ପିନ୍ଧିଥାନ୍ତେ ‌ତେବେ ସେ ଏଥିରୁ ବର୍ତ୍ତିପାରି ଥାନ୍ତେ ‌ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି।

 ଘଟଣା ସମ୍ପର୍କରେ ସୂଚନା ପାଇ ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମେକାନିକଙ୍କର ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ମୃତ ମେକାନିକ ଜଣକ ରାଉରକେଲା ସେକ୍ଟର-୨୧ ନୟାବଜାର ବାସିନ୍ଦା ପ୍ରକାଶ ପାଣଗ୍ରାହୀ (୨୮)। ଅନ୍ୟପକ୍ଷରେ ଏହି ଆପର୍ଟମେଣ୍ଟରେ ସୁରକ୍ଷା ନିମୟକୁ ବେଖାତିର କରି କର୍ମଚାରୀମାନେ କାମ କରୁଥିବା ଅଭିଯୋଗ‌ ହୋଇଛି। ଯଦି ମେକାନିକ ଜଣଙ୍କ ସୁରକ୍ଷା ବେଲ୍‌ଟ ପିନ୍ଧିଥାନ୍ତେ ‌ତେବେ ସେ ଏଥିରୁ ବର୍ତ୍ତିପାରି ଥାନ୍ତେ ‌ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe