ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟ୍‌

Advertisment
ଘରୋଇ ଶିକ୍ଷାନୁଷ୍ଠାନମାନେ ଫି’କମ୍ କରନ୍ତୁ ବା ପୈଠ ତାରିଖ ପରିବର୍ତ୍ତନ କରନ୍ତୁ

Hindustan Times

ଭୁବନେଶ୍ୱର: ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମୀ ଓ ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲା ଉପରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଆଜି ଟୁଇଟ୍‌ କରି ସେ ଲେଖିଛନ୍ତି: ଅଯୋଧ୍ୟା ରାୟ ପୂର୍ବରୁ, ମୋର ନିବେଦନ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରି ନିଅନ୍ତୁ। ସଭିଏଁ ଶାନ୍ତି ଓ ସଦ୍‌ଭାବରେ ବସବାସ କରିବା। ଭ୍ରାତୃତ୍ୱର ଉଚ୍ଛ୍ୱାସ ହେଉଛି ଆମ ଧର୍ମନିରପେକ୍ଷ ସମାଜଧାରାର ବୈଶିଷ୍ଟ୍ୟ।

ସମ୍ପ୍ରତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। କେନ୍ଦ୍ର ନିକଟରେ ଦାଖଲ ହୋଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆସନ୍ତାକାଲି ସନ୍ଧ୍ୟାରେ ସେ ଓଡ଼ିଶା ଭବନରେ ସମୀକ୍ଷା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe