ସ୍କୁଟିକୁ ବାଡ଼େଇ ଡିଭାଇଡରରେ ପିଟିହେଲା କାର୍: ଉଭୟ ସ୍କୁଟି ଓ କାର୍ ଚାଳକ ଆହତ

ପୁଣି ରାଜଧାନୀର ଡମଣା ଛକରେ କାର୍ ଦୁର୍ଘଟଣା ଘଟିଛି। ଏଠାରେ ସ୍କୁଟିକୁ ବାଡ଼େଇ ଡିଭାଇଡରରେ ପିଟିହେଲା କାର୍ । ଉଭୟ ସ୍କୁଟି ଓ କାର୍ ଚାଳକ ଆହତ ହୋଇଥିବା ଜଣାଯାଇଛି। ଉଭୟଙ୍କୁ ଉଦ୍ଧାର କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ ।

accident

ଭୁବନେଶ୍ୱର:ପୁଣି ରାଜଧାନୀର ଡମଣା ଛକରେ କାର୍ ଦୁର୍ଘଟଣା ଘଟିଛି। ଏଠାରେ ସ୍କୁଟିକୁ ବାଡ଼େଇ ଡିଭାଇଡରରେ ପିଟିହେଲା କାର୍ । ଉଭୟ ସ୍କୁଟି ଓ କାର୍ ଚାଳକ ଆହତ ହୋଇଥିବା ଜଣାଯାଇଛି। ଉଭୟଙ୍କୁ ଉଦ୍ଧାର କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ତିନି ଦିନ ମଧ୍ୟରେ ଡମଣା ଛକରେ ଦୁଇ ଦୁଇଟି ବଡ଼ ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ନେଇ ଅସନ୍ତୋଷ ଦେଖାଦେଇଛି। ସମସ୍ତଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି ।

ଖବର ପାଇ ଘଟଣାସ୍ଥଳରେ ଆସି ପହଞ୍ଚି ଥିଲେ ଚନ୍ଦ୍ରଶେଖରପୁର ଥାନା ପୁଲିସ।  ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe