ଯୁବକଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ପିକଅପ୍: ୨ ଗୁରୁତର, ୭ ଆହତ

Advertisment

ସୋମବାର ସକାଳ ସାଢ଼େ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ଥାନା ଜନ୍ହାପଙ୍କ ବାହାଲପୋଲ ନିକଟରେ ଶୌଚ ପାଇଁ ଯାଉଥିବା ଜଣେ ଯୁବକଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଏକ ମାକ୍ସ ପିକଅପ ଗଛକୁ ଧକ୍କା ଦେଇଥିଲା। ଗାଡ଼ିଟି ଦୁର୍ଘଟଣାଗସ୍ତ ହେବାରୁ ୭ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇଛନ୍ତି।

boudh2

ବୌଦ୍ଧ/ଜନ୍ହାପଙ୍କ: ସୋମବାର ସକାଳ ସାଢ଼େ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ଥାନା ଜନ୍ହାପଙ୍କ ବାହାଲପୋଲ ନିକଟରେ ଶୌଚ ପାଇଁ ଯାଉଥିବା ଜଣେ ଯୁବକଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଏକ ମାକ୍ସ ପିକଅପ ଗଛକୁ ଧକ୍କା ଦେଇଥିଲା। ଗାଡ଼ିଟି ଦୁର୍ଘଟଣାଗସ୍ତ ହେବାରୁ ୭ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ସୋରଡ଼ା ଅଞ୍ଚଳରୁ ଏକ ମାକ୍ସ ପିକଅପ ଶ୍ରମିକଙ୍କୁ ନେଇ ସୋନପୁର ଅଞ୍ଚଳକୁ ବିଦ୍ୟୁତ୍ ଲାଇନ କାମ କରିବା ପାଇଁ ଯାଉଥିବା ବେଳେ ଜନ୍ହାପଙ୍କ ନିକଟରେ ବାହାଲ ନାଳଆଡ଼କୁ ଶୌଚ ପାଇଁ ଆସୁଥିବା ଜନ୍ହାପଙ୍କ ଗ୍ରାମର ଧନମାଳୀ ପ୍ରଧାନଙ୍କୁ ଧକ୍କା ଦେଇଥିଲା l ଧକ୍କା ହେବା ପରେ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଧାନ ବିଲ ମଧ୍ୟକୁ ପଶି ଯାଇଥିଲା l ସ୍ଥାନୀୟ ଲୋକେ ସମସ୍ତ ୯ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଓ ଜନ୍ହାପଙ୍କ ଫାଣ୍ଡି ପୁଲିସ୍ ଗାଡ଼ିରେ ବୌଦ୍ଧ ଡାକ୍ତରଖାନାକୁ ପଠାଇଥିଲେ। ବାଟୋଇ ଧନମାଳୀ ଓ ଗାଡ଼ିରେ ଥିବା ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୭ଜଣ  ସାମାନ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe