କୋରିୟର ଭ୍ୟାନ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ ଆହତ

Advertisment

ସରକାରୀ ଆଇଟିଆଇ ସମ୍ମୁଖ ରାସ୍ତାରେ କୋରିୟର ଭ୍ୟାନ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ହୋଇଛି, ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ବାସନ୍ତୀକଲୋନିର ପୀୟୂଷ କୁମାର ସାହୁ (୧୬)।

ସରକାରୀ ଆଇଟିଆଇ ସମ୍ମୁଖ ରାସ୍ତାରେ କୋରିୟର ଭ୍ୟାନ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ହୋଇଛି, ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ବାସନ୍ତୀକଲୋନିର ପୀୟୂଷ କୁମାର ସାହୁ (୧୬)।

Husband beat her to death

Husband beat her to death

ରାଉରକେଲା: ସରକାରୀ ଆଇଟିଆଇ ସମ୍ମୁଖ ରାସ୍ତାରେ କୋରିୟର ଭ୍ୟାନ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ହୋଇଛି, ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ବାସନ୍ତୀକଲୋନିର ପୀୟୂଷ କୁମାର ସାହୁ (୧୬)। ଆହତ ସତ୍ୟମ୍‌ ସାଇଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ବାଇକ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ରଘୁନାଥପାଲୀ ପୁଲିସ ମୃତ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌କୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ବାସନ୍ତୀକଲୋନିର ପୀୟୂଷ ଉଦିତନଗର ମ୍ୟୁନ୍‌ସିପାଲ୍‌ କଳେଜର ଯୁକ୍ତ ଦୁଇରେ ପଢ଼ନ୍ତି।ଗତକାଲି ଅପରାହ୍ନ ପ୍ରାୟ ଦେଢ଼ଟାରେ ପିୟୁଷ ଓ ତା’ର ଅନ୍ୟ ଜଣେ ସାଙ୍ଗ ବାଇକ୍‌ (ଓଡି୧୪ଏଏଚ୍‌ ୦୯୧୦)ରେ ଜେଲ୍‌ରୋଡ ଦେଇ ପାନପୋଷ ଯାଉଥିଲେ। ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ପ୍ରତିଷ୍ଠାନ (ୟୁଜିଆଇ) ନିକଟରେ ପୀୟୂଷର ଅନ୍ୟ ଜଣେ ସାଙ୍ଗ ସତ୍ୟମ ସାଇ ସେହି ବାଇକ୍‌ରେ ବସିଥିଲେ। ପୀୟୂଷର ସାଙ୍ଗ ବାଇକ୍‌ ଚଳାଉଥିଲେ। ସତ୍ୟମ୍‌ସାଇ ମଝି‌ରେ ଓ ପିୟୁଷ ପଛରେ ବସିଥିଲେ। ସରକାରୀ ଆଇଟିଆଇ ନିକଟରେ ବିପରୀତ ପାର୍ଶ୍ବରୁ ଆସୁଥିବା କୋରିୟର ଭ୍ୟାନ୍‌ (ଓଡି୦୨ ସିଏକ୍ସ-୧୭୦୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଭ୍ୟାନ୍‌ ସହ ଧକା ହେବାପରେ ପଛରେ ବସିଥିବା ପୀୟୂଷ ବାଇକ୍‌ରୁ ଛିଟ୍‌କି ରାସ୍ତା ଉପରେ ପିଟି ହୋଇଯାଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପୀୟୂଷଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ସତ୍ୟମ୍‌ ସାଇ ଆହତ ହୋଇଥିଲେ। ବାଇକ୍‌ ଚଳାଉଥିବା ଅନ୍ୟ ଜଣେ ସାଙ୍ଗ ସେଠାରୁ ଫେରାର ହୋଇଯାଇଥିଲେ।

 ମିଳିଥିବା ସୂଚନା ମୁତାବକ, ବାସନ୍ତୀକଲୋନିର ପୀୟୂଷ ଉଦିତନଗର ମ୍ୟୁନ୍‌ସିପାଲ୍‌ କଳେଜର ଯୁକ୍ତ ଦୁଇରେ ପଢ଼ନ୍ତି।ଗତକାଲି ଅପରାହ୍ନ ପ୍ରାୟ ଦେଢ଼ଟାରେ ପିୟୁଷ ଓ ତା’ର ଅନ୍ୟ ଜଣେ ସାଙ୍ଗ ବାଇକ୍‌ (ଓଡି୧୪ଏଏଚ୍‌ ୦୯୧୦)ରେ ଜେଲ୍‌ରୋଡ ଦେଇ ପାନପୋଷ ଯାଉଥିଲେ। ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ପ୍ରତିଷ୍ଠାନ (ୟୁଜିଆଇ) ନିକଟରେ ପୀୟୂଷର ଅନ୍ୟ ଜଣେ ସାଙ୍ଗ ସତ୍ୟମ ସାଇ ସେହି ବାଇକ୍‌ରେ ବସିଥିଲେ। ପୀୟୂଷର ସାଙ୍ଗ ବାଇକ୍‌ ଚଳାଉଥିଲେ। ସତ୍ୟମ୍‌ସାଇ ମଝି‌ରେ ଓ ପିୟୁଷ ପଛରେ ବସିଥିଲେ। ସରକାରୀ ଆଇଟିଆଇ ନିକଟରେ ବିପରୀତ ପାର୍ଶ୍ବରୁ ଆସୁଥିବା କୋରିୟର ଭ୍ୟାନ୍‌ (ଓଡି୦୨ ସିଏକ୍ସ-୧୭୦୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଭ୍ୟାନ୍‌ ସହ ଧକା ହେବାପରେ ପଛରେ ବସିଥିବା ପୀୟୂଷ ବାଇକ୍‌ରୁ ଛିଟ୍‌କି ରାସ୍ତା ଉପରେ ପିଟି ହୋଇଯାଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପୀୟୂଷଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ସତ୍ୟମ୍‌ ସାଇ ଆହତ ହୋଇଥିଲେ। ବାଇକ୍‌ ଚଳାଉଥିବା ଅନ୍ୟ ଜଣେ ସାଙ୍ଗ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ମୃତ ପୀୟୂଷ  ଓ ଆହତ ସତ୍ୟମ୍‌ ଭାଇଙ୍କୁ ଉଦ୍ଧାର କରି ଆର୍‌ଜିଏଚ୍‌ ପଠାଇଥିଲେ। ଏଭଳି ଦୁଃଖଦ ଘଟଣାକୁ ନେଇ ବାସନ୍ତୀକଲୋନିରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe