ଭୁବନେଶ୍ୱର: ପୁଣି ଏକ ମୋ ବସ୍ ଦୁର୍ଘଟଣା ଘଟାଇଥିବାର ସୂଚନା ମିଳିଛି। ଭୁବନେଶ୍ୱର ରେଳ ଷ୍ଟେସନ ନିକଟ ବସ୍ଷ୍ଟାଣ୍ଡରେ ଜଣେ ଯୁବକଙ୍କ ଉପରେ ମୋ ବସ୍ ମାଡ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ହେଲେ ପୁରୀର ରଞ୍ଜିତ ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରଞ୍ଜିତ ବେହେରା ପୁରୀରୁ ଟ୍ରେନରେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଞ୍ଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ। କିନ୍ତୁ ହଠାତ ମୋ ବସ୍ ଡ୍ରାଇଭର କିଛି ନଦେଖି ଆଗକୁ ମାଡ଼ି ଆସିଥିଲେ। ଫଳରେ ତାଙ୍କ ଗୋଡ଼ରେ ଭୀଷଣ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋ ବସ୍ ଦୁର୍ଘଟଣା ଏବେ ପୁଣି ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି।
ସୂଚନା ଅନୁଯାୟୀ, ରଞ୍ଜିତ ବେହେରା ପୁରୀରୁ ଟ୍ରେନରେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଞ୍ଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ। କିନ୍ତୁ ହଠାତ ମୋ ବସ୍ ଡ୍ରାଇଭର କିଛି ନଦେଖି ଆଗକୁ ମାଡ଼ି ଆସିଥିଲେ। ଫଳରେ ତାଙ୍କ ଗୋଡ଼ରେ ଭୀଷଣ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋ ବସ୍ ଦୁର୍ଘଟଣା ଏବେ ପୁଣି ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି।
Follow Us