ରାଜଧାନୀରୁ ଗୁପ୍ତେଶ୍ୱର ଯିବାବେଳେ ଦୁର୍ଘଟଣା

ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁ ଘାଟିରେ ଓଲଟିଲା ଟ୍ରାଭେଲର ଗାଡ଼ି | ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

accident

ମୋହନା: ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁ ଘାଟିରେ ଓଲଟିଲା ଟ୍ରାଭେଲର ଗାଡ଼ି | ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି।

 ତିନୋଟି ପରିବାରର ୧୪ ଜଣ ଗାଡ଼ିରେ ଗୁପ୍ତେଶ୍ୱର ଶୈବ ପୀଠ ଭଗବାନ ଦର୍ଶନ କରିବା ପାଇଁ ଯାଉଥିଲେ। ଗୋଟିଏ ପରିବାରର ବୋହୂଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ଡ୍ରାଇଭରର ଖାମଖିଆଲି ଗାଡିଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରେ ମୋହନା ପୁଲିସ୍ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଚଳାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe