Pakistan Accident: ପାକିସ୍ତାନରେ ଘନକୁହୁଡ଼ି ଯୋଗୁଁ ପୋଲ ତଳକୁ ଖସି ପଡ଼ିଲା ଟ୍ରକ: ୬ ଶିଶୁ ସମେତ ୧୪ ମୃତ

Advertisment

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଯାତ୍ରୀଙ୍କୁ ନେଇଯାଉଥିବା ଏକ ଟ୍ରକ୍‌ ଘନକୁହୁଡ଼ି ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସି ପଡ଼ିବାରୁ ୬ ଶିଶୁଙ୍କ ସମେତ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଯାତ୍ରୀଙ୍କୁ ନେଇଯାଉଥିବା ଏକ ଟ୍ରକ୍‌ ଘନକୁହୁଡ଼ି ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସି ପଡ଼ିବାରୁ ୬ ଶିଶୁଙ୍କ ସମେତ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।

Accident

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଯାତ୍ରୀଙ୍କୁ ନେଇଯାଉଥିବା ଏକ ଟ୍ରକ୍‌ ଘନକୁହୁଡ଼ି ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସି ପଡ଼ିବାରୁ ୬ ଶିଶୁଙ୍କ ସମେତ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଶନିବାର ସକାଳେ ଲାହୋରଠାରୁ ୨୦୦ କିମି ଦୂର ସରଗୋଧା ଜିଲ୍ଲାର କୋଟ୍‌ ମୋମିନ୍‌ଠାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବ ଜରୁରୀକାଳୀନ ସେବା ପକ୍ଷରୁ ଟ୍ରକରେ ୨୩ ଜଣ ଲୋକ ଥିବା କୁହାଯାଇଛି।

ଏକ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସଲାମାବାଦର କେତେକ ସମ୍ପର୍କୀୟ ଏକାଠି ଫୈସଲାବାଦ ଯାଉଥିବାବେଳେ ସକାଳେ ଘନକୁହୁଡ଼ି ଯୋଗୁ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୁଖ୍ୟ ରାସ୍ତା ଘନକୁହୁଡ଼ି ଯୋଗୁ ବନ୍ଦ ଥିବାରୁ ଟ୍ରକ୍‌ ଡ୍ରାଇଭର ଅନ୍ୟ ଏକ ରାସ୍ତା ଦେଇ ଯାଉଥିଲା।

ଗାଲାପୁର ସେତୁ ଉପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଟ୍ରକ୍‌ଟି ଏକ ଶୁଖିଲା କେନାଲ ଭିତରକୁ ଖସି ପଡ଼ିଥିଲା। ୧୪ ମୃତକଙ୍କ ମଧ୍ୟରେ ୬ ଶିଶୁ ଓ ୫ ମହିଳା ଅଛନ୍ତି। ୯ ଜଣ ଆହତଙ୍କୁ କୋଟ ମୋମିନ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe