A person detained in young woman death case Photograph: (sambad.in)
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ମୁଣ୍ଡିବେଡ଼ା ପଂଚାୟତର ପଲଙ୍ଗଡଙ୍ଗରି ଛକ ନିକଟରେ ଆଜି ଏକ ବୋରୱେଲ ଟ୍ରକକୁ ଅତିକ୍ରମ କରିବାକୁ ଯାଇ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଘଟଣାସ୍ଥଳରେ ବାଇକ ଚାଳକ ସହିତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ଲ ମୃତକ ଦୁହେଁ ହେଲେ ଖାଡ଼ିପାଣି ଗ୍ରାମର ଲମ୍ବୁ ଗଣ୍ଡ (୪୫) ଏବଂ ସୁରଜ ହରିଜନ (୧୮) l ଆହତ ଟିଙ୍ଗର ମାଝୀ ରାଇଘର ମେଡିକାଲ ରେ ଚିକିତ୍ସାଧିନ ହେଉଥିବା ଜଣାପଡ଼ିଛି l
ସୂଚନା ପ୍ରକାରେ ଲମ୍ବୁ, ସୁରଜ ଏବଂ ଟିଙ୍ଗର ବାଇକ ଯୋଗେ ରାଇଘର ସ୍ଥିତ ସମ୍ପର୍କୀୟ ଘରକୁ ଆସୁଥିବାବେଳେ ସାମ୍ନାରେ ଯାଉଥିବା ଗାଡ଼ି ନମ୍ବର କେଏ 01 ଏବି 9050 ର ଏକ ବୋରୱେଲ ଟ୍ରକ କୁ ଓଭରଟେକ (ଅତିକ୍ରମ) କରିବାକୁ ଯାଇ ଟ୍ରକର ଚକ ତଳେ ପଡିଯାଇଥିଲେ l ଫଳରେ ଲମ୍ବୁ ଏବଂ ସୁରଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହିତ ବାଇକ କୁ ଜବତ କରି ଥାନାକୁ ଆଣିଥିଲା l କ୍ଷତିପୂରଣ ଦାବୀ କରି ଟ୍ରକକୁ ଗ୍ରାମବାସୀ ଅଟକ ରଖିଥିବା ଜଣା ପଡିଛି l
Follow Us