ଲେମ୍ବୁ ଉପରେ ଗାଡି ଚଢ଼ାଇବାର ଥିଲା, ଏମିତି ଚଳାଇଲେ ଶୋ’ରୁମ କାଚ ଭାଙ୍ଗି ଓଲଟିଲା

ଦିଲ୍ଲୀର ପ୍ରୀତ ବିହାରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଗଲା। ନୂତନ ଥର କାରଟି ଶୋରୁମର ପ୍ରଥମ ମହଲାରୁ ଖସି ତଳେ ପଡ଼ିଗଲା ଯାଇଥିଲା। ତେବେ ସୌଭାଗ୍ୟବଶତଃ ତଳେ କେହି ନଥିବାରୁ କାହାର କିଛି ହୋଇନାହିଁ |

26ac1fd2-5b4d-4688-885e-a105617bb3bf

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରୀତ ବିହାରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଗଲା। ନୂତନ ଥର କାରଟି ଶୋରୁମର ପ୍ରଥମ ମହଲାରୁ ଖସି ତଳେ ପଡ଼ିଗଲା ଯାଇଥିଲା। ତେବେ ସୌଭାଗ୍ୟବଶତଃ ତଳେ କେହି ନଥିବାରୁ କାହାର କିଛି ହୋଇନାହିଁ | ପ୍ରକୃତରେ, ଶୋରୁମର ପ୍ରଥମ ମହଲାରେ ରଖାଯାଇଥିବା ନୂତନ ଥର ରକ୍ସ କାରର ଡେଲିଭରି ଦିଆଯାଉଥିଲା। କ୍ରେତା ପ୍ରଦୀପ ଏବଂ ତାଙ୍କ ପତ୍ନୀ ମଣି ପାୱାର କାରରେ ବସିଥିଲେ। ଶୋ’ରୁମର ସେଲ୍ସମ୍ୟାନ୍ ବିକାଶ କାରର ବୈଶିଷ୍ଟ୍ୟ ବୁଝାଉଥିଲେ। ତେବେ ମହିଳା ଜଣକ ହଠାତ କାରଟି ଷ୍ଟାର୍ଟ କରିବା ମାତ୍ରେ ଏହା ପ୍ରଥମ ମହଲାରୁ ଖସି ସିଧା ଫୁଟପାଥ୍ ଉପରେ ପଡ଼ିଯାଇଥିଲା ।

ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ଯଦିଓ କାରଟି କ୍ଷତିଗ୍ରସ୍ତ ହୋଇଥିଲା, ତଥାପି କେହି ଅଭିଯୋଗ କରି ନଥିଲେ। କୁହାଯାଉଛି ଯେ ମହିଳା ଜଣକ ଶୋ’ରୁମ୍‌ରେ ନୂତନ କାର ପୂଜା କରୁଥିଲେ। ପୂଜା ପାଇଁ ଥର ଚକତଳେ ଲେମ୍ବୁ ଲଗାଯାଇଥିଲା | ଲେମ୍ବୁ ଉପରେ ଚଢ଼ାଇବାକୁ  ଶୋ’ରୁମ କର୍ତ୍ତୃପକ୍ଷ କହିଥିବାବେଳେ ମହିଳା ଜଣକ ଏକ୍ସିଲେଟରକୁ ଜୋରରେ ଦବାଇ ଦେଇଥିଲେ ଏବଂ କାରଟି ଶୋ’ରୁମ୍‌ର ପ୍ରଥମ ମହଲାରୁ ଖସି ଫୁଟପାଥ୍ ଉପରେ ପଡ଼ିଥିଲା । ପୋଲିସ କହିଛି ଯେ ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ମହିନ୍ଦ୍ରା ଥର କିଣିବା ପରେ, କାରଟି ଦୁର୍ଘଟଣାବଶତଃ ଶୋ’ରୁମ୍‌ର କାଚ ଭାଙ୍ଗି ତଳକୁ ଖସି ପଡ଼ିଥିଲା । 

ସୂଚନା ଦେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, "ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ କ୍ରେତା ପ୍ରଦୀପ ଏବଂ ତାଙ୍କ ୨୯ ବର୍ଷୀୟ ପତ୍ନୀ ମଣି ପାୱାର ଏବଂ ଶୋ’ରୁମ୍‌ର ସେଲ୍ସମ୍ୟାନ୍ ବିକାଶ କାର ଭିତରେ ଥିଲେ।" ଥରଟି ଶୋ'ରୁମ୍ ର ପ୍ରଥମ ମହଲାରେ ପାର୍କିଂ କରାଯାଇଥିଲା ଏବଂ ମାଲିକଙ୍କୁ ହସ୍ତାନ୍ତର କରାଯାଉଥିଲା, ସେତେବେଳେ ଏହି ଘଟଣା ଘଟିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe