Representaional Image Photograph: (Representaional Image)
ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଏକ କାର ଆଗରେ ଚାଲୁଥିବା କଣ୍ଟେନରକୁ ଧକ୍କା ଦେବା ଫଳରେ ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ସକାଳେ ଓଡ଼ି ୩୩ ଏଭି ୯୪୩୪ ବିଶିଷ୍ଟ ଏକ ଏର୍ଟିଗା କାରରେ ୫ ଜଣ ଯାତ୍ରୀ ବାରିପଦା କୂଳିଅଣାରୁ କାକଟପୁର ଅଭିମୁଖେ ଯାଉଥିଲେ। ତଳନଗର ନିକଟରେ ଆଗରେ ଯାଉଥିବା ଏକ କଣ୍ଟେନରକୁ ଧକ୍କା ଦେବା ସହିତ ରାସ୍ତା କଡରେ ଥିବା ଏକ ଦୋକାନ ଭିତରକୁ ଗାଡିଟି ପଶିଯାଇଥିଲା । ଘଟଣାସ୍ଥଳରୁ କଣ୍ଟେନରଟି
ଫେରାର ହୋଇଯାଇଥିବାବେଳେ କାରରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଥିବାବେଳେ ଡ୍ରାଇଭର ଓ ତାଙ୍କ ନିକଟରେ ବସିଥିବା ଯାତ୍ରୀ ଗୁରୁତର ଆହତ ହୋଇଥଲେ। ଖବର ପାଇ ଜାତୀୟ ରାଜପଥ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଆହତ ଯାତ୍ରୀଙ୍କ ପରିଚୟ ମିଳିପାରିନାହିଁ।
Follow Us