ଆଗ୍ରା: କାଳିଆ ଦର୍ଶନ ସାରି ଘରକୁ ଫେରୁଥିଲେ | ହେଲେ ଘରେ ପହଂଚିପାରିଲେନି | ଏକ ଦୁର୍ଘଟଣାରେ ୫ ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଯାଇଛି | ଉତ୍ତରପ୍ରଦେଶର ଆଗ୍ରାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏକ ଦ୍ରୁତଗାମୀ ଟ୍ରକ୍ ଦୁଇଟି ଅଟୋକୁ ଧକ୍କା ଦେବା ପରେ ଅଟୋରେ ଥିବା ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ଟ୍ରକ୍ଟି ଘଣ୍ଟାକୁ ପ୍ରାୟ ୧୦୦କିମି ବେଗରେ ଯାଉଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହେବାକୁ ଚେଷ୍ଟା କରୁଥିବାବେଳେ ଲୋକମାନେ ତାଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଦୁର୍ଘଟଣା ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ ମୃତାହତଙ୍କ ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲା।
ଦୁର୍ଘଟଣା ଖନ୍ଦୋଲି ପୁଲିସ ଷ୍ଟେସନ ଅନ୍ତର୍ଗତ ଜଲେସର ରୋଡଠାରେ ହୋଇଥିଲା। ପୁଲିସ ସୂଚନା ଅନୁଯାୟୀ ହାଥରସ୍ ଜିଲ୍ଲାର ଧାଧୟୁର ରାଧେଶାମ ଗୌତମ, ଭଗବତୀ ପ୍ରସାଦ, ଜଗନ୍ନାଥ ପ୍ରସାଦ, ବିର୍ଲା ମିସ୍ତ୍ରୀଙ୍କ ସମେତ ଆଠ ଜଣ ବନ୍ଧୁ ଜାନୁଆରି ୨୦ ତାରିଖରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିଲେ। ଶନିବାର ଜବଲପୁର ଦେଇ ସେମାନେ ଆଗ୍ରା କେଣ୍ଟ ରେଲୱେ ଷ୍ଟେସନରେ ପହଞ୍ଚି ଥିଲେ।
ଆହୁରି ପଢନ୍ତୁ: Shehbaz said about Pakistan: ମୋତେ ଓ ମୁନିରଙ୍କୁ ବିଭିନ୍ନ ଦେଶକୁ ଭିକାରୀଙ୍କ ପରି ଋଣ ମାଗିବାକୁ ପଡ଼ିଛି: ଶେହବାଜ
ନିଜ ଗାଁକୁ ଯିବା ପାଇଁ ସେମାନେ ଦୁଇଟି ଅଟୋ ବୁକ୍ କରିଥିଲେ। ଜଲେସର ରୋଡରେ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା। ଅଟୋ ଦୁଇଟି ଟ୍ରକ୍ ଧକ୍କାରେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/31/nirmalya-2026-01-31-19-35-03.jpeg)