ଯୁବକଙ୍କୁ ନିର୍ମମ ହତ୍ୟା: ଅଭିଯୁକ୍ତ ଗିରଫ

Advertisment

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗ୍ରାମରେ ମଙ୍ଗଳବାର ଦିନ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ବିଷମ କଟକ ପୁଲିସ୍ ହତ୍ୟାକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି।

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗ୍ରାମରେ ମଙ୍ଗଳବାର ଦିନ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ବିଷମ କଟକ ପୁଲିସ୍ ହତ୍ୟାକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି।

bisama cuttack

ବିଷମ କଟକ: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗ୍ରାମରେ ମଙ୍ଗଳବାର ଦିନ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ବିଷମ କଟକ ପୁଲିସ୍ ହତ୍ୟାକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଘଟଣା କ୍ରମରେ ଚାଟିକଣା ଗ୍ରାମର ମାଳି ସାହିରେ ଗତ ମଙ୍ଗଳବାର ଦିନ ମଧ୍ୟ ରାତ୍ରିରେ ଘାସିରାମ ଜିଲ୍ଲାକାରାର ହତ୍ୟା କରାଯାଇଥିଲା। ବିଷମ କଟକ ପୋଲିସ୍ ତଦନ୍ତ କରି ୪ଜଣ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଚାଳାଇଥିବା ବେଳେ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ନିୟମଗିରି ଅଂଚଳର ଖଜୁରି ଗ୍ରାମର ଲକିନାଥ ପ୍ରାସ୍କା (ପିଂଟୁ ଓରଫ ବଣ୍ଡା) କୁ କଲ୍ୟାଣସିଂପୁର ଥାନା ଅଂଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି।

ମୃତ ଯୁବକ ଘାସିରାମ ଅପରାଧିକ ମାଲାରେ ଜେଲ ଯାଇଥିଲା ଏବଂ ଲକିନାଥ ତାର ନିଜ ସ୍ତ୍ରୀକୁ ହତ୍ୟା କରି ଜେଲରେ ଉଭୟ ସଜା କାଟୁଥିବା ବେଳେ ଜେଲ ହାଜତ ଭିତରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା । ଉଭୟେ ଜେଲରୁ ବାହାରିବା ବେଳ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ସୁଯୋଗ ପାଇ ମଙ୍ଗଳବାର ଦିନ ରାତିରେ ଲକିନାଥ ଘାସିରାମକୁ ଏକଲା ପାଇ ଗୋଡାଇ ଗୋଡାଇ ହାଣି ଦେଇଥିବା ପୁଲିସ୍ ନିକଟରେ ସ୍ୱୀକାର କରିଛି । ଏଣେ ବିଷମ କଟକ ଏସ୍‌.ଡି.ପିଓ ସନ୍ତୋଷିନୀ ଓରାମଙ୍କ ନେତୃ୍‌ତ୍ୱରେ ଲକିନାଥକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି । ଏଥି ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଅପରାଧୀକୁ ଧରିବା ପାଇଁ ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢି,ମୁନିଗୁଡା ଥାନା ଅଧିକାରୀ ସୌଦାମିନି ଦୋରା ଏବଂ ଅମ୍ବାଦଳା ଥାନା ଅଧିକାରୀ ଙ୍କୁ ନେଇ ଗଠିତ ତିନି ଜଣିଆ ଟିମ୍ ହତ୍ୟାକାଣ୍ଡର ତନି ଦିନ ଭିତରେ ହତ୍ୟାକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସକାଳେ ହତ୍ୟାକାରୀର ଡାକ୍ତରି ମାଇନା କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବିଷମ କଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe