ବାରିପଦା ମୁଖ୍ୟ ଚିକିତ୍ସାଳୟରୁ ପିଲାଚୋରି ଅଭିଯୋଗ, ଅଭିଯୁକ୍ତ ମହିଳା ଥାନାରେ ଅଟକ

ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରୀ ଅଭିଯୋଗ ହୋଇଛି। ପିଲାଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ବାରିପଦା ଟାଉନଥାନାରେ ଅଟକ ରଖିଛି ପୁଲିସ । ମହିଳା ଜଣକ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୁଟାପଡା ଗ୍ରାମର ସନ୍ଧ୍ୟାରାଣୀ ମହାନ୍ତ।

ଏଡ୍‌ସ ଆକ୍ରାନ୍ତ ପ୍ରସୂତିଙ୍କ ଚିକିତ୍ସା କଲେନି, ୩୬ ଘଣ୍ଟାର ପ୍ରସବ ଯନ୍ତ୍ରଣା ପରେ ପେଟରେ ମରିଗଲା ପିଲା

ବାରିପଦା: ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରୀ ଅଭିଯୋଗ ହୋଇଛି। ପିଲାଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ବାରିପଦା ଟାଉନଥାନାରେ ଅଟକ ରଖିଛି ପୁଲିସ । ମହିଳା ଜଣକ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୁଟାପଡା ଗ୍ରାମର ସନ୍ଧ୍ୟାରାଣୀ ମହାନ୍ତ।

ବାରିପଦା ଓ୍ବାର୍ଡ ନମ୍ବର-୨୦, ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ସ୍ତ୍ରୀ ତୃତୀୟ ସନ୍ତାନ ପ୍ରସବ ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ୨ଟି ଶିଶୁଙ୍କୁ ଧରି ସ୍ବାମୀ ସେଖ କମରୁଦ୍ଦିନ ମଧ୍ୟ ଡାକ୍ତରଖାନାର ବେଡ ପାଖରେ ରହିଥିଲେ।  ଶନିବାର ରାତି ୧୧ଟା ସମୟରେ ପରିସ୍ରା ଲାଗିବାରୁ କମରୁଦ୍ଦିନ ବାହାରକୁ ଯାଇ ଫେରିବା ପରେ ୨ଛୁଆଙ୍କୁ ବେଡ୍ ପାଖରେ ପାଇନଥିଲେ। ଏନେଇ ତୁରନ୍ତ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ । ସମସ୍ତେ ମିଶି ବହୁ ଖୋଜାଖୋଜି ପରେ ଡାକ୍ତରଖାନାର ୪ମହଲାରେ ଜଣେ ଅପରିଚିତ ମହିଳା ପିଲାଙ୍କୁ ଧରି ନେଉଥିବା ଦେଖିବାକୁ ପାଇଥିଲେ।

ଘଟଣା ମୁତାବକ ବାରିପଦା ଓ୍ବାର୍ଡ ନମ୍ବର-୨୦, ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ସ୍ତ୍ରୀ ତୃତୀୟ ସନ୍ତାନ ପ୍ରସବ ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ୨ଟି ଶିଶୁଙ୍କୁ ଧରି ସ୍ବାମୀ ସେଖ କମରୁଦ୍ଦିନ ମଧ୍ୟ ଡାକ୍ତରଖାନାର ବେଡ ପାଖରେ ରହିଥିଲେ।  ଶନିବାର ରାତି ୧୧ଟା ସମୟରେ ପରିସ୍ରା ଲାଗିବାରୁ କମରୁଦ୍ଦିନ ବାହାରକୁ ଯାଇ ଫେରିବା ପରେ ୨ଛୁଆଙ୍କୁ ବେଡ୍ ପାଖରେ ପାଇନଥିଲେ। ଏନେଇ ତୁରନ୍ତ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ । ସମସ୍ତେ ମିଶି ବହୁ ଖୋଜାଖୋଜି ପରେ ଡାକ୍ତରଖାନାର ୪ମହଲାରେ ଜଣେ ଅପରିଚିତ ମହିଳା ପିଲାଙ୍କୁ ଧରି ନେଉଥିବା ଦେଖିବାକୁ ପାଇଥିଲେ।

 ସେଠାରୁ ପିଲାଙ୍କୁ ଉଦ୍ଧାର କରିବା ସହ ମହିଳାଙ୍କୁ ଡାକ୍ତରଖାନା ଫାଣ୍ଡିରେ ଜିମା ଦେଇଥିଲେ। ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe