ଆଦି କର୍ମଯୋଗୀ ଅଭିଯାନ ବିଶେଷ ଗ୍ରାମସଭା: ଭାଗ ନେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶିକା

Advertisment

ଆଜି ନବରଙ୍ଗପୁର ବ୍ଲକ୍ ତାରାଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଏକ ବିଶେଷ ଗ୍ରାମସଭା ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ନିର୍ଦେଶିକା ବର୍ଣାଳି ଢେକା କ୍ଲଷ୍ଟର୍ ଆଦି ସେବା କେନ୍ଦ୍ର ଉଦଘାଟନ କରିଥିଲେ।

ngp-centraldirector visit-adhi garmsabaha (2)

ନବରଙ୍ଗପୁ: ଆଜି ନବରଙ୍ଗପୁର ବ୍ଲକ୍ ତାରାଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଏକ ବିଶେଷ ଗ୍ରାମ ସଭା ହୋଇଯାଇଛି। ତାରା ଗାଁ କ୍ଳଷ୍ଟର ଅଧୀନରେ ତିନୋଟି ଗ୍ରାମ ପିଲିକା, ପାତ୍ରମୁଣ୍ଡା ଓ ଗୁମଗୁଡ଼ାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କ ସହଭାଗିତାରେ ଗ୍ରାମ ବିକାଶ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ନିର୍ଦେଶିକା ବର୍ଣାଳି ଢେକା କ୍ଲଷ୍ଟର୍ ଆଦି ସେବା କେନ୍ଦ୍ର ଉଦଘାଟନ କରିଥିଲେ। ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।

ନିର୍ଦେଶିକା ଶ୍ରୀମତୀ ଢ଼େକା ଯୋଗ ଦେଇ ଆଦି ଗ୍ରାମ ବିକାଶରେ ଜନଜାତି ଯୁବକ ଯୁବତୀ କିଭଳି ସଶକ୍ତ ହେବେ, ପାରମ୍ପରିକ ଜୀବିକା ଓ ସ୍ଥାୟୀ ନିରନ୍ତର ସାମାଜିକ - ଆର୍ଥିକ ଉନ୍ନୟନକୁ ସୁନିଶ୍ଚିତ କରିବେ ଓ ନିଜ ଗ୍ରାମକୁ ଏକ ଆଦର୍ଶ ମଡେଲ ଗ୍ରାମ ଭାବେ ଗଢି ତୋଳିବାକୁ ଆହ୍ଵାନ କରିଥିଲେ। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଯୋଗ ଦେଇ ଜିଲ୍ଲାର ୧୦ଟି ବ୍ଲକର ୧୮୯ଟି ପଂଚାୟତର ୫୩୬ଟି ଗାଁରେ ଏହି ଗ୍ରାମସଭା କରି ୧,୭୮,୧୯୪ ଜନଜାତିଙ୍କ ଘରକୁ ସାମିଲ କରାଯାଇଛି ବୋଲି ସୂଚନା ଦେଇଥିଲେ। ଆଇ ଟି ଡିଏର ପ୍ରକଳ୍ପ ପ୍ରଶାସକ ରାଜୀବ ଲୋଚନ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବି ଡି ଓ ନବରଙ୍ଗପୁର ସୁନିଲ ଖୁରା ଉପସ୍ଥିତ ରହି ଏହି ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe