ଅକାଳରେ ଚାଲିଗଲା ଏହି କ୍ରିକେଟରଙ୍କ ଦୁଇବର୍ଷର ଝିଅ

ବାସ୍ତବରେ ଆଫଗାନିସ୍ତାନ କ୍ରିକେଟର ହଜରତୁଲ୍ଲା ଜାଜାଇଙ୍କ ଝିଅଙ୍କ ଅକାଳରେ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ, ଜଜାଇଙ୍କ ଝିଅ ମାତ୍ର ୨ ବର୍ଷ ବୟସର ଥିଲା। ଆଫଗାନିସ୍ତାନ କ୍ରିକେଟର କରିମ୍ ଜନ୍ନତ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି

cricketer

କାବୁଲ: ଆଫଗାନିସ୍ତାନ କ୍ରିକେଟରେ ଆଜି ଦୁଃଖର ଲହରୀ ଖେଳିଯାଇଛି | ବାସ୍ତବରେ ଆଫଗାନିସ୍ତାନ କ୍ରିକେଟର ହଜରତୁଲ୍ଲା ଜାଜାଇଙ୍କ ଝିଅଙ୍କ ଅକାଳରେ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ, ଜଜାଇଙ୍କ ଝିଅ ମାତ୍ର ୨ ବର୍ଷ ବୟସର ଥିଲା। ଆଫଗାନିସ୍ତାନ କ୍ରିକେଟର କରିମ୍ ଜନ୍ନତ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି, କ୍ରିକେଟରଙ୍କ ପ୍ରଶଂସକଙ୍କ ସହ ପରିବାରର ନିକଟ ସମ୍ପର୍କୀୟମାନେ ସମବେଦନା ପ୍ରକାଶ କରୁଛନ୍ତି।

ଆଫଗାନିସ୍ତାନ ଦଳର ଦ୍ରୁତ ବୋଲର କରିମ ଜନ୍ନତ କହିଛନ୍ତି, "ମୁଁ ଏହି ସୂଚନା ଦେଇ ବହୁତ ଦୁଃଖିତ ଯେ ମୋର ଘନିଷ୍ଠ ବନ୍ଧୁ ହଜରତୁଲ୍ଲା ଜାଜାଇଙ୍କ ଝିଅ ଏହି ଦୁନିଆ ଛାଡି ଚାଲିଯାଇଛି । ଜାଜାଇଙ୍କ ପରିବାରକୁ ଏହି କଷ୍ଟକର ସମୟରେ ଭଗବାନ ଶକ୍ତି ଦିଅନ୍ତୁ ।" ତେବେ କୁନି ଝିଅଟିର ମୃତ୍ୟୁ କେମିତି ହେଲା ସେବାବଦରେ କିଛି ଜଣାପଡିନାହିଁ | ଆପଣଙ୍କୁ କହି ରଖୁଛୁ ଯେ ହଜରତୁଲ୍ଲା ଜାଜାଇଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଫଗାନିସ୍ତାନ ଦଳରେ ସ୍ଥାନ ମିଳିନଥିଲା। ସେ ୨୦୧୬ରେ ୟୁଏଇ ବିପକ୍ଷରେ ଏକ ଦିନିକିଆ ମ୍ୟାଚ୍ ଖେଳି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ୧୬ଟି ଦିନିକିଆ ଏବଂ ୪୫ଟି ଟି-୨୦ ମ୍ୟାଚ୍ ରେ ଆଫଗାନିସ୍ତାନ ଦଳ ପାଇଁ ପ୍ରତିନିଧିତ୍ୱ କରିଛନ୍ତି। ଜାଜାଇ ଟି-୨୦ କ୍ରିକେଟ ଇତିହାସରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋରର। ସେ ଆୟରଲ୍ୟାଣ୍ଡ ବିପକ୍ଷରେ ୬୨ ବଲ୍ ରେ ୧୬୨ ରନ୍ ର ଏକ ଇନିଂସ ଖେଳିଥିଲେ।

ଜାଜାଇଙ୍କ ବିଷୟରେ କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ୧୬ଟି ଦିନିକିଆ ମ୍ୟାଚ୍‌ରେ ୩୬୧ ରନ୍ କରିଛନ୍ତି, ଅନ୍ୟପକ୍ଷରେ ୪୫ଟି ଟି-୨୦ ମ୍ୟାଚ୍‌ରେ ୧,୧୬୦ ରନ୍ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe