ରକ୍ତ କର୍କଟର ଶିକାର ହୋଇ ସୁସ୍ଥ ହେବାପ‌ରେ ସ୍କୁଲ ଆସିଥିବା ଶିଶୁକୁ ସହପାଠୀ ଏଭଳି କଲେ ସ୍ବାଗତ

Advertisment
ରକ୍ତ କର୍କଟର ଶିକାର ହୋଇ ସୁସ୍ଥ ହେବାପ‌ରେ ସ୍କୁଲ ଆସିଥିବା ଶିଶୁକୁ ସହପାଠୀ ଏଭଳି କଲେ ସ୍ବାଗତ

ନୂଆଦିଲ୍ଲୀ: ଆଜି ହେଉଛି ୨୦୨୧ ବର୍ଷର ଶେଷ ଦିନ । ବର୍ଷର ଶେଷ ଦିନରେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭାବପ୍ରବଣ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ଶିଶୁକୁ ରକ୍ତ କର୍କଟ ହୋଇଥିଲା। ଆଉ ଅନେକ ଦିନ ପରେ ସୁସ୍ଥ  ହୋଇ ସେ ସ୍କୁଲକୁ ଫେରି ଆସିଛି।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଥିବା ଶିଶୁ ଜଣକ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଚିକିତ୍ସା କରିବା ପରେ ଶୁଶୁ ଜଣକ ବହୁତ ଦିନ ପରେ ସୁସ୍ଥ ହୋଇ ସ୍କୁଲକୁ ଫେରିଛନ୍ତି। ଶିଶୁକୁ ବହୁତଦିନ ପରେ ସ୍କୁଲରେ ଦେଖି ତାଙ୍କର ଅନ୍ୟ ସହପାଠୀମାନେ ତାଙ୍କୁ କରତାଳି ଦେଇ  ସ୍ୱାଗତ କରୁଛନ୍ତି । ଆଉ ଏହି ସ୍ବାଗତକୁ ଦେଖି ଶିଶୁ ବହୁତ ଖୁସି ବି ହୋଇଯାଉଛନ୍ତି।

ଏହି ଭିଡିଓକୁ ଟ୍ୱିଟର ଆକାଉଣ୍ଟରେ buitengebieden_ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖିସାରିଛନ୍ତି। ଏଥିସହିତ ଶହ ଶହ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ହୃଦୟସ୍ପର୍ଶୀ ଭିଡିଓକୁ ଦେଖି ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe