କାଡ଼ା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଆନ୍ଦୋଳନ: ତ୍ରୁଟିପୂର୍ଣ୍ଣ କାଡା କେନାଲ ଭାଙ୍ଗିବାକୁ ଚାଷୀଙ୍କ ଦାବି

Advertisment

ଢେ଼ଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଭୁକ୍ତ ତାଳଗାଡ଼ିଆ, ନଟାକଟା ମୌଜାରେ ନିର୍ମିତ ତ୍ରୁଟିପୂର୍ଣ୍ଣ କାଡା କେନାଲକୁ ବିରୋଧ କରି ଶୁକ୍ରବାର ଶତାଧିକ ଚାଷୀ ଜଳସମ୍ପଦ ବିଭାଗର କାଡା ଡିଭିଜନ ଭୁବନ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

ଢେ଼ଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଭୁକ୍ତ ତାଳଗାଡ଼ିଆ, ନଟାକଟା ମୌଜାରେ ନିର୍ମିତ ତ୍ରୁଟିପୂର୍ଣ୍ଣ କାଡା କେନାଲକୁ ବିରୋଧ କରି ଶୁକ୍ରବାର ଶତାଧିକ ଚାଷୀ ଜଳସମ୍ପଦ ବିଭାଗର କାଡା ଡିଭିଜନ ଭୁବନ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

ବପ

ଭୁବନ: ଢେ଼ଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଭୁକ୍ତ ତାଳଗାଡ଼ିଆ, ନଟାକଟା ମୌଜାରେ ନିର୍ମିତ ତ୍ରୁଟିପୂର୍ଣ୍ଣ କାଡା କେନାଲକୁ ବିରୋଧ କରି ଶୁକ୍ରବାର ଶତାଧିକ ଚାଷୀ ଜଳସମ୍ପଦ ବିଭାଗର କାଡା ଡିଭିଜନ ଭୁବନ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

 ଜଳସମ୍ପଦ ବିଭାଗ ଅଧୀନରେ ଥିସବା ରେଙ୍ଗାଳି ବାମ କେନାଲର ଭୁବନ ଶାଖା କେନାଲରେ ଥିବା ଗଡ଼ଗଁପୁର ମାଇନର କେନାଲର ତ୍ରୁଟିପୂର୍ଣ୍ଣ କାଡା କେନାଲ ଭାଙ୍ଗିବା ପାଇଁ ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅନୁମତି ମାଗିଛନ୍ତି ଚାଷୀ।  ସରକାରୀ ସ୍ତରରେ କାଡ଼ା କେନାଲ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ତାକୁ ବେଖାତିର କରି ଠିକାଦାର ସୌମ୍ୟରଞ୍ଜନ ଦଳବେହେରା ୩ କୋଟି ଟଙ୍କା ବ୍ୟୟରେ କାଡା କେନାଲ ନିର୍ମାଣ କରୁଛନ୍ତି। ଭୁବନ ତହସିଲ ତାଳଗାଡ଼ିଆ ମୌଜାରେ କାଡା କେନାଲ ୨୦୨୪ ମସିହା ଜାନୁଆରି ମାସରେ ନିର୍ମାଣ ହୋଇଥିଲା। ଚାଷୀଙ୍କ ଜମି ମଝିରେ କେନାଲ ନିର୍ମାଣ ହୋଇଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଜଳସମ୍ପଦ ବିଭାଗକୁ ଚାଷୀ ଅବଗତ କରି କିଛି ଫଳ ପାଇନାହାନ୍ତି। ଗଁଦିଆ, ଭୁବନ ଓ ଧୀରପାଟଣାରେ ଗତବର୍ଷ ଅନୁଷ୍ଠିତ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଚାଷୀମାନେ କାଡା କେନାଲକୁ ଭାଙ୍ଗି ଦେବାକୁ ନିବେଦନ କରିଥିଲେ।  ତେବେ ଏନେଇ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଉ ନାହାନ୍ତି ବୋଲି ଚାଷୀ ରାଜକିଶୋର ସାହୁ, ପାଣିପଞ୍ଚାୟତ ସମୂହ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ, ଲିଖିତ ଭାବେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜଣାଇଛନ୍ତି। ତେବେ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନକରାଗଲେ ଜାତୀୟ ରାଜପଥ ଉପରେ ଆମରଣ ଅନଶନ କରାଯିବା ନେଇ ଚରମ ବାଣୀ ଶୁଣାଇଛନ୍ତି ଚାଷୀ । ଜାପନ ପ୍ରତିନିଧିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନାରୁ ଜଣାପଡ଼ିଛି, ଜଳସମ୍ପଦ ବିଭାଗ ଅଧୀନରେ ଥିସବା ରେଙ୍ଗାଳି ବାମ କେନାଲର ଭୁବନ ଶାଖା କେନାଲରେ ଥିବା ଗଡ଼ଗଁପୁର ମାଇନର କେନାଲର ତ୍ରୁଟିପୂର୍ଣ୍ଣ କାଡା କେନାଲ ଭାଙ୍ଗିବା ପାଇଁ ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅନୁମତି ମାଗିଛନ୍ତି ଚାଷୀ।  ସରକାରୀ ସ୍ତରରେ କାଡ଼ା କେନାଲ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ତାକୁ ବେଖାତିର କରି ଠିକାଦାର ସୌମ୍ୟରଞ୍ଜନ ଦଳବେହେରା ୩ କୋଟି ଟଙ୍କା ବ୍ୟୟରେ କାଡା କେନାଲ ନିର୍ମାଣ କରୁଛନ୍ତି। ଭୁବନ ତହସିଲ ତାଳଗାଡ଼ିଆ ମୌଜାରେ କାଡା କେନାଲ ୨୦୨୪ ମସିହା ଜାନୁଆରି ମାସରେ ନିର୍ମାଣ ହୋଇଥିଲା। ଚାଷୀଙ୍କ ଜମି ମଝିରେ କେନାଲ ନିର୍ମାଣ ହୋଇଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଜଳସମ୍ପଦ ବିଭାଗକୁ ଚାଷୀ ଅବଗତ କରି କିଛି ଫଳ ପାଇନାହାନ୍ତି। ଗଁଦିଆ, ଭୁବନ ଓ ଧୀରପାଟଣାରେ ଗତବର୍ଷ ଅନୁଷ୍ଠିତ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଚାଷୀମାନେ କାଡା କେନାଲକୁ ଭାଙ୍ଗି ଦେବାକୁ ନିବେଦନ କରିଥିଲେ।  ତେବେ ଏନେଇ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଉ ନାହାନ୍ତି ବୋଲି ଚାଷୀ ରାଜକିଶୋର ସାହୁ, ପାଣିପଞ୍ଚାୟତ ସମୂହ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ, ଲିଖିତ ଭାବେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜଣାଇଛନ୍ତି। ତେବେ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନକରାଗଲେ ଜାତୀୟ ରାଜପଥ ଉପରେ ଆମରଣ ଅନଶନ କରାଯିବା ନେଇ ଚରମ ବାଣୀ ଶୁଣାଇଛନ୍ତି ଚାଷୀ । ଜାପନ ପ୍ରତିନିଧିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe