ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ

Advertisment

ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ। ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପକୁ ବିରୋଧ କରି ବାହାରି ଆସିଲେ ବିଜେଡି, କଂଗ୍ରେସ ସରପଞ୍ଚ ଓ ସମିତିସଭ୍ୟ। ବାହାରେ ହୋହାଲ୍ଲା ଚାଲିଥିବା ବେଳେ ଭିତରେ ନିଜ ସମର୍ଥକଙ୍କୁ ନେଇ ବୈଠକ କରୁଛନ୍ତି ବ୍ଲକ ଅଧକ୍ଷ।

ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ। ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପକୁ ବିରୋଧ କରି ବାହାରି ଆସିଲେ ବିଜେଡି, କଂଗ୍ରେସ ସରପଞ୍ଚ ଓ ସମିତିସଭ୍ୟ। ବାହାରେ ହୋହାଲ୍ଲା ଚାଲିଥିବା ବେଳେ ଭିତରେ ନିଜ ସମର୍ଥକଙ୍କୁ ନେଇ ବୈଠକ କରୁଛନ୍ତି ବ୍ଲକ ଅଧକ୍ଷ।

ୂର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ। ଠିକା ଭାଗବଣ୍ଟାକୁ ନେଇ ସରପଞ୍ଚ – ସମିତି ସଭ୍ୟଙ୍କ ମଧ୍ୟରେ ଟଣାଓଟରା ପରେ ବୈଠକକୁ ବର୍ଜନ କରି କକ୍ଷତ୍ୟାଗ କରିଛନ୍ତି  ସରପଞ୍ଚ ଓ ସମିତିସଭ୍ୟ।  ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପକୁ ବିରୋଧ କରି ବାହାରି ଆସିଲେ ବିଜେଡି, କଂଗ୍ରେସ ସରପଞ୍ଚ ଓ ସମିତିସଭ୍ୟ। ବାହାରେ ହୋହାଲ୍ଲା ଚାଲିଥିବା ବେଳେ ଭିତରେ ନିଜ ସମର୍ଥକଙ୍କୁ ନେଇ ବୈଠକ କରୁଛନ୍ତି ବ୍ଲକ ଅଧକ୍ଷ। ଏହାକୁ ନେଇ ଦେଓଗାଁ ବ୍ଳକ୍ ବାହାରେ ସରପଞ୍ଚ ସମିତିସଭ୍ୟମାନେ ଛିଡ଼ା ହୋଇ ପ୍ରତିବାଦ କରୁଛନ୍ତି। ବ୍ଲକ ପ୍ରଶାସନ ଦାବୀ ନ ଶୁଣିଲେ ଆଗକୁ ଧାରଣା ଦେଇ ସରପଞ୍ଚମାନେ ଆନ୍ଦୋଳନ କରିବେ ବୋଲି ବ୍ଲକ ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର କହିଛନ୍ତି।

ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ଥିବା ଦେଓଗାଁ ବ୍ଳକ୍ ରେ ବିଭିନ୍ନ ଉନ୍ନତିମୂଳକ କାମରେ ଅନିୟମିତତା ହେଉଛି। ବଲାଙ୍ଗୀର ବିଧାୟକ ଫଳକ ମାରୁଥିଲେ ବି କଂଗ୍ରେସ ସମିତି ସଭ୍ୟଙ୍କ ନାଁ ଫଳକରେ ଲେଖୁ ନଥିବାରୁ କଂଗ୍ରେସ ସମିତି ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛନ୍ତି। ବ୍ଲକ ପ୍ରଶାସନ ଦାବୀ ନ ଶୁଣିଲେ ଆଗକୁ ଧାରଣା ଦେଇ ସରପଞ୍ଚମାନେ ଆନ୍ଦୋଳନ କରିବେ ବୋଲି ବ୍ଲକ ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର କହିଛନ୍ତି।

ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ଥିବା ଦେଓଗାଁ ବ୍ଳକ୍ ରେ ବିଭିନ୍ନ ଉନ୍ନତିମୂଳକ କାମରେ ଅନିୟମିତତା ହେଉଛି। ବଲାଙ୍ଗୀର ବିଧାୟକ ଫଳକ ମାରୁଥିଲେ ବି କଂଗ୍ରେସ ସମିତି ସଭ୍ୟଙ୍କ ନାଁ ଫଳକରେ ଲେଖୁ ନଥିବାରୁ କଂଗ୍ରେସ ସମିତି ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛନ୍ତି। ତେବେ ବାହାରେ କଂଗ୍ରେସ ଓ ବିଜେଡି ସମର୍ଥିତ ସରପଞ୍ଚ ସମିତିସଭ୍ୟମାନେ ଥିଲେ ବି ଭିତରେ ବୈଠକ ଜାରି ରହିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe