କୋର୍ଟ ପରିସରକୁ ଗାଡ଼ି ନେବା ଉପରେ କଟକଣା, କୋର୍ଟ ସମ୍ମୁଖରେ ଓକିଲଙ୍କ ଆନ୍ଦୋଳନ

ଝାରସୁଗୁଡ଼ା ଜିଲ୍ଲା କୋର୍ଟ ପରିସରକୁ ଆଇନଜୀବୀଙ୍କ ଗାଡ଼ି ପ୍ରବେଶ ଉପରେ ଜିଲ୍ଲା ଜଜ କଟକଣା ଜାରି କରିଛନ୍ତି। ଏହାକୁ ବିରୋଧ କରି ଆଜି ସକାଳୁ ଆଇନଜୀବୀମାନେ ଜିଲ୍ଲା କୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଗାଡ଼ି ରଖି ଆନ୍ଦୋଳନ କରିବା ସହ ନିର୍ଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

itled

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋର୍ଟ ପରିସରକୁ ଆଇନଜୀବୀଙ୍କ ଗାଡ଼ି ପ୍ରବେଶ ଉପରେ ଜିଲ୍ଲା ଜଜ କଟକଣା ଜାରି କରିଛନ୍ତି। ଏହାକୁ ବିରୋଧ କରି ଆଜି ସକାଳୁ ଆଇନଜୀବୀମାନେ ଜିଲ୍ଲା କୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଗାଡ଼ି ରଖି ଆନ୍ଦୋଳନ କରିବା ସହ ନିର୍ଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେପଟେ କୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ' ଗେଟ କ୍ଲୋଜଡ ଫର ଆଡ଼ଭୋକେଟସ ଆଣ୍ଡ ଡଗସ' ବୋଲି ଉଲ୍ଲେଖ ରହିଛି। ତେବେ ଏହି ପୋଷ୍ଟର କିଏ ଲଗାଇଛି ତାହା କାହାକୁ ଜଣାନାହିଁ।

କୋର୍ଟ କୋଠା ତଳେ ପାର୍କିଂ ସ୍ଥଳ ଥିବା ବେଳେ କୋର୍ଟ କର୍ମଚାରୀ ଓ ବିଚାରପତିଙ୍କ ଗାଡ଼ି ପ୍ରବେଶ ହେଉଛି। କିନ୍ତୁ ଗତକାଲିଠାରୁ କେବଳ ଆଇନଜୀବୀଙ୍କ ଗାଡ଼ି ପ୍ରବେଶ ଉପରେ କଟକଣା ଜାରି କରାଯିବା ସହ ସେମାନେ କୋର୍ଟ ବାହାରେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିବାକୁ ନିର୍ଦେଶ ଦିଆଯିବା ପରେ ଆଇନଜୀବୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି।

କୋର୍ଟ କୋଠା ତଳେ ପାର୍କିଂ ସ୍ଥଳ ଥିବା ବେଳେ କୋର୍ଟ କର୍ମଚାରୀ ଓ ବିଚାରପତିଙ୍କ ଗାଡ଼ି ପ୍ରବେଶ ହେଉଛି। କିନ୍ତୁ ଗତକାଲିଠାରୁ କେବଳ ଆଇନଜୀବୀଙ୍କ ଗାଡ଼ି ପ୍ରବେଶ ଉପରେ କଟକଣା ଜାରି କରାଯିବା ସହ ସେମାନେ କୋର୍ଟ ବାହାରେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିବାକୁ ନିର୍ଦେଶ ଦିଆଯିବା ପରେ ଆଇନଜୀବୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ଯେ ପର୍ଯ୍ୟନ୍ତ ନିର୍ଦେଶ ପ୍ରତ୍ୟାହାର କରାନଯାଇଛି ସେଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଓକିଲ ସଙ୍ଘ ସଭାପତି ତ୍ରିନାଥ ଗୁଆଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe