ନାରୀ ନିର୍ଯାତନା ବୃଦ୍ଧି ବିରୋଧରେ ଭଦ୍ରକ କଲେଜ ଆଗରେ ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ

Advertisment

ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା  ଓ ଗଣଦୁଷ୍କର୍ମକୁ ବିରୋଧ କରି ଆଜି ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରିଛି ବିଜୁ ଯୁବ ଛାତ୍ର ଜନତା ଦଳ।

sa

ଭଦ୍ରକ:  ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା  ଓ ଗଣଦୁଷ୍କର୍ମକୁ ବିରୋଧ କରି ଆଜି ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ଭଦ୍ରକ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମଧ୍ୟ ବିଭିନ୍ନ କଲେଜ ଓ ବ୍ଲକରେ ଆନ୍ଦୋଳନ କରାଯାଇଛି। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରିଛି ବିଜୁ ଯୁବ ଛାତ୍ର ଜନତା ଦଳ।

ଛାତ୍ର ଛାତ୍ରୀ ତଥା ବିଜୁ ଯୁବ ଜନତା ଦଳର ସମର୍ଥକ ଓ ନେତାମାନେ କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ନାରାବାଜି ସହ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ କଲେଜ ଗେଟ ନିକଟରୁ ଶୋଭାଯାତ୍ରାରେ ଆସି କଲେଜ ଗେଟ ସମ୍ମୁଖରେ ପ୍ଲାକାର୍ଡ ଧରି ଟାୟାର ଜାଳି ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନରେ ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ମୁକୁନ୍ଦଦେବ ସାମଲ,  ଜୟରାମ ଦାସ, ପୂର୍ବତନ ଜୋନ ସଭାପତି ଲୋପାମୁଦ୍ରା ବଳ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe